ଭୁବନେଶ୍ୱର: “ଶଙ୍ଖ ମୋ ଗର୍ବ…” ଏହି ପଦିଏ କଥା ଏବେ ଛୋଟରୁ ବଡ଼ ସଭିଙ୍କ ମୁହଁରେ ଗୁଞ୍ଜରିତ ହେଉଛି। ଅନେକ ଭିଡିଓ ବି ଭାଇରାଲ୍ ହେଉଛି। ସେ ମନ୍ତ୍ରୀ ହୁଅନ୍ତୁ ଅବା ବିଧାୟକ, ପ୍ରଭାବଶାଳୀ ନେତା ହୁଅନ୍ତୁ କିମ୍ବା କୁଜିନେତା। ଏହି ବାକ୍ୟ ସଭିଏଁ ଗୁଣୁଗୁଣୁ ହେଉଛନ୍ତି। କିନ୍ତୁ କାହିଁକି ଏପରି ଟ୍ରେଣ୍ଡ ଚାଲିଛି? ତାହା ଜାଣିବା ସବୁଠାରୁ ବଡ କଥା। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟରେ ଶଙ୍ଖ ଚିହ୍ନ ଅର୍ଥାତ୍ ଦେଶର ସର୍ବବୃହତ ଆଞ୍ଚଳିକ ଦଳର ବିଜୟ ହେଉଛି। ଆଉ ଅନେକ୍ କର୍ମୀ ଏଥିପାଇଁ ନିଜକୁ ସମର୍ପି ଦେଇଛନ୍ତି। ଏଥିପାଇଁ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ସଭିଙ୍କୁ ଭଲପାଇବା ଦେଇଛି।
ମୁଖ୍ୟମନ୍ତ୍ରୀଙ୍କ ସେଇ ଆଦର୍ଶ ଶଙ୍ଖ ଚିହ୍ନ ସହ ଜଡିତ ହୋଇ ରହିଥିବାରୁ ପ୍ରତି ଘରେ ତାଙ୍କର ବିକାଶ ମୂଳକ ଯୋଜନା ପହଞ୍ଚିବାକୁ ପ୍ରଚେଷ୍ଟା କରାଯାଇଛି। ଏବେ ଶଙ୍ଖ ମୋ ଗର୍ବ କ୍ୟାମ୍ପେନ୍ ଜରିଆରେ ନିଜ ଦଳର ଗରିମା ଅକ୍ଷୁଣ୍ଣ ରଖିବା ସହ ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କରୁଛି ବିଜେଡି ବୋଲି ଚର୍ଚ୍ଚା ଜୋର୍ ଧରିଛି। ବିଜୁ ଜନତା ଦଳର ଏ ଅଭିଯାନକୁ ସୋସିଆଲ୍ ମିଡିଆରେ ଭରପୂର ସମର୍ଥନ ମଧ୍ୟ ମିଳୁଛି। କୁହା ଯାଉଛି ଏହି କ୍ୟାମ୍ପେନ ବିରୋଧୀଙ୍କ ମନରେ ଏକ ଛନକା ଭରି ଦେଇଛି।
ଓଡ଼ିଶା ମୋ ରାଜ୍ୟ, ମୋ ମାଟି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସୁରକ୍ଷିତ #ଶଙ୍ଖ_ମୋର_ଗର୍ବ
— Manas Mangaraj (@manasrmangaraj) March 16, 2023
ମୁଁ ଜଣେ ଗର୍ବିତ ଓଡ଼ିଆ #ଶଙ୍ଖ_ମୋ_ଗର୍ବ #ShankhaMoGarba pic.twitter.com/6n7XcThQk3
#ଶଙ୍ଖ_ମୋର_ଗର୍ବ@CMO_Odisha @Naveen_Odisha pic.twitter.com/Pe4InDa2de
— Barsha Singh Bariha (@Barsha_bariha) March 15, 2023
#ଶଙ୍ଖ_ମୋର_ଗର୍ବ #ShankhaMoGarba pic.twitter.com/G8ZDo64dTT
— SURESH (@SureshB18566008) March 16, 2023
#SankhaMoGarba #ଶଙ୍ଖ_ମୋର_ଗର୍ବ pic.twitter.com/7DsZgeKbJZ
— Sanjib Kumar Mallick (@Sanjibkumallick) March 16, 2023
#ଶଙ୍ଖ_ମୋ_ଗର୍ବ#ShankhaMoGarba pic.twitter.com/1lAmYEb5h1
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 16, 2023

