କୋରାପୁଟରୁ ପୁଣି ଜବତ ହେଲା ୨୧୧ କେଜିର ଗଞ୍ଜେଇ : ଜଣେ ଗିରଫ

Top Storise ଅପରାଧ ରାଜ୍ୟ

ସୁନାବେଡ଼ା: ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଧରପଗଡ଼ରେ ତତ୍ପରତା ଦେଖାଇଛି ପୋଲିସ ବିଭାଗ। ପ୍ରତିଦିନ ପ୍ରାୟ ଗଞ୍ଜେଇ ଜବତ ଖବର ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ସୁନାବେଡା ଅଞ୍ଚଳରୁ ଜବତ ହୋଇଛି ପ୍ରାୟ ୨୧୧ କେଜି ଗଞ୍ଜେଇ।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇସୁନାବେଡ଼ା ପୁଲିସ୍ ପନ୍ଥିକା ନିକଟରେ ଚଢଉ କରି ସ୍ଥାନୀୟ ଗଞ୍ଜେଇ ମାଫିଆ ଗୋବିନ୍ଦ ଖରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଗିରଫ ଗୋବିନ୍ଦଙ୍କ ନିକଟରୁ ୨୧୧କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ।ଏହାସହ ତାଙ୍କର ଦୁଇଜଣ ସହଯୋଗୀ ଫେରାର୍ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *