ବିଟ ଖାଆନ୍ତୁ: ଲାଭ ଏତେ ମିଳିବ ହିସାବ କରି ପାରିବେ ନାହିଁ

ଜୀବନଚର୍ଯ୍ୟା

ଅନେକ ଲୋକ ବିଟକୁ ସାଲାଡ ରୂପେ ଖାଇଥାନ୍ତି। ବିଟର ଜୁସ ପିଇବା ଆମ ଶରୀର ପାଇଁ ଲାଭଦାୟକ। ଏଥିରେ ଅଧିକ ପରିମାଣରେ ଭିଟାମିନ,ମିନେରାଲ୍ସ,ଆଇରନ ଓ କ୍ୟାଲସିୟମ ରହିଛି। ଆସନ୍ତୁ ଜାଣିବା ବିଟ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଅଟେ।

ରୋଗ ପ୍ରତିରୋଧକ ଶକ୍ତି

ବିଟର ଜୁସ ଶରୀରରେ ପ୍ଲାଜମା ନାଇଟ୍ରେଟର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ।ଯାହାଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହାସହ ମଣିଷ ଶରୀରରେ ରକ୍ତ ସଞ୍ଚାଳନ ଠିକ ହୋଇଥାଏ। ବିଟ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ

ଶରୀରରେ ମେଦବହୁଳତାର ସ୍ତର ବଢିଗଲେ ସକାଳେ ବିଟ ଜୁସ ପିଅନ୍ତୁ। ଏହା ଅତ୍ୟନ୍ତ ଲାଭଦାୟକ ହେବ।

ରକ୍ତ ବଢାଇ ଥାଏ

ଜାଣନ୍ତି ବିଟ ଶରୀରରେ ରକ୍ତର ପରିମାଣ ବଢାଇଥାଏ । ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ଏହା ଲାଲ ରକ୍ତ କଣିକାକୁ ସକ୍ରିୟ କରେ । ରକ୍ତହୀନତା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ବିଟ ଜୁସ ଦିଅନ୍ତୁ । ପାଚନ କ୍ରିୟାକୁ ଠିକ ରଖେ

ବିପି କଣ୍ଟ୍ରୋଲ ରହିବ

ବିଟ୍ ଜୁସ୍ ଓ ସାଲାଡ ନ୍ୟାଚୁରାଲ ସୁଗାରର ଉତ୍ସ ଅଟେ ଓ ଏହା ଶରୀରକୁ ଏନର୍ଜି ଯୋଗାଇଥାଏ । ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ସମସ୍ୟା ରହିଛି , ତେବେ  କିଛି ଦିନ ପର୍ଯ୍ୟନ୍ତ ରେଗୁଲାର  ବିଟ ସାଲାଡ  ଖାଆନ୍ତୁ ଓ ଜୁସ୍ ପିଅନ୍ତୁ ଦେଖିବେ ଧୀରେ ଧୀରେ ବିପି କଣ୍ଟ୍ରୋଲକୁ ଆସିଯିବ ।

ଶକ୍ତି ଯୋଗାଇଥାଏ

ଅଳ୍ପ ଶାରୀରିକ ପରିଶ୍ରମ କଲେ ଯଦି ଆପଣଙ୍କୁ ଥକା ଲାଗୁଛି ବା ଦୁର୍ବଳ ଅନୁଭବ କରୁଛନ୍ତି ତେବେ ବିଟ୍ ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହେବ । ବିଟ୍ ଖାଇଲେ ବ୍ଲଡ୍ ପ୍ୟୁରିଫାଏ ହୋଇଥାଏ, ଯାହା ଦ୍ୱାରା ଶରୀରର ଅକ୍ସିଜେନ୍ ଲେବଲ ବୃଦ୍ଧି ଘଟେ  । ବିଟ୍ ସୁନ୍ଦରତା ପାଇଁ ମଧ୍ୟ ଲାଭଦାୟକ । ବିଟ୍ ଖାଇଲେ କେଶ ଝଡ଼ିବା କମ୍ ହୁଏ ଓ ଫେସ୍ ଗ୍ଲୋ ମଧ୍ୟ କରେ

ବର୍ତ୍ତମାନ ସବୁ ଋତୁରେ ବିଟ ମିଳୁଛି । ବିଟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବିଟରେ ଭରପୂର ମାତ୍ରରେ ଭିଟାମିନ ରହିଛି । ଏହାକୁ ଜୁସ କରି ଆପଣ ପିଇ ପାରିବେ । 

Leave a Reply

Your email address will not be published. Required fields are marked *