ଛାଡପତ୍ର ପରେ ମୁଁହ ଖୋଲିଲେ ଧନଶ୍ରୀ: କହିଲେ ସେଦିନ ମୁଁ ଗୋଟା ଥରୁଥିଲି

କ୍ରୀଡ଼ା

ଛାଡପତ୍ର ପରେ ପ୍ରଥମ ଥର ପାଇଁ ଚହଲଙ୍କୁ ନେଇ ଧନଶ୍ରୀ ମୁହଁ ଖୋଲିଛନ୍ତି।  କହିଛନ୍ତି ଯେ ଯେତେବେଳେ ସେମାନଙ୍କ ଛାଡପତ୍ରର ନିଷ୍ପତ୍ତି ଘୋଷଣା କରାଯାଉଥିଲା, ସେ କାନ୍ଦୁଥିଲେ ଏବଂ ଥରୁଥିଲେ। ସେହିପରି ଧନଶ୍ରୀ, ଚହଲଙ୍କ `ସୁଗାର ଡାଡି’ ଟି-ସାର୍ଟ ଉପରେ ମଧ୍ୟ ନୀରବତା ଭାଙ୍ଗିଛନ୍ତି।

ଏକ ସାକ୍ଷାତକାରରେ ଛାଡପତ୍ର ଦିନକୁ ନେଇ ସେ କହିଛନ୍ତି, “ମୋର ଏବେ ବି ମନେ ଅଛି, ଯେତେବେଳେ ଶୁଣାଣି ଚାଲିଥିଲା, ମୁଁ ଠିଆ ହୋଇ ରହିଥିଲି । ଯଦିଓ ଆମେ ମାନସିକ ଭାବରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲୁ, କିନ୍ତୁ ସେଦିନ ମୁଁ ବହୁତ ଭାବପ୍ରବଣ ହୋଇଯାଇଥିଲି । ମୁଁ ସମସ୍ତଙ୍କ ସାମ୍ନାରେ ଥରିବାକୁ ଲାଗିଲି। ସେତେବେଳେ ମୁଁ କ’ଣ ଅନୁଭବ କରୁଥିଲି ତାହା ମଧ୍ୟ କହି ପାରିବି ନାହିଁ। ମୁଁ କେବଳ ଥରୁଥିଲି ଏବଂ କାନ୍ଦୁଥିଲି ।

ଛାଡପତ୍ର ଦିନ ଚହଲ ବି ୟୋର ଓନ ଶୁଗାର ଡ୍ୟାଡୀ ଲେଖା ଥିବା ଟି ଶର୍ଟ ପିନ୍ଧିଥିଲେ । ପରେ ଯେତେବେଳେ ଏହା ମୁଁ ଦେଖିଲି ମନେ ମନେ ଭାବିଥିଲି ଏହି ବ୍ୟକ୍ତି ପାଇଁ କାନ୍ଦିବା ଉଚିତ ନୁହେଁ । ମୋ ନାମରେ ସେ ଅନେକ ଅପପ୍ରଚାର କରିଛନ୍ତି । ମୁଁ ଚୁପ ରହୁଛି ମାନେ ନୁହେଁ ଯେ, ତୁମେ ଅପମାନିତ କରିବ ।

ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲଙ୍କ ପ୍ରେମ କାହାଣୀ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ଚହଲ ଧନଶ୍ରୀଙ୍କ ଅନଲାଇନ୍ ନୃତ୍ୟ କ୍ଲାସରେ ଯୋଗ ଦେଇଥିଲେ। ପ୍ରେମ ଖୁବ୍ ଶୀଘ୍ର ଗଭୀର ହୋଇଗଲା ଏବଂ କିଛି ମାସ ମଧ୍ୟରେ ସେମାନେ ନିର୍ବନ୍ଧ କଲେ ଏବଂ ବିବାହ କଲେ । କିନ୍ତୁ ଚାରି ବର୍ଷ ପରେ, ଏହି ପରୀ କାହାଣୀର ଅନ୍ତ ଘଟିଲା।

ନିକଟରେ ଏକ ପୋଡକାଷ୍ଟରେ ଚହଲ କହିଥିଲେ ମୁଁ ଚାରି-ପାଞ୍ଚ ମାସ ପର୍ଯ୍ୟନ୍ତ ଡିପ୍ରେସନରେ ଥିଲି। ମୋତେ ଏଂଜାଇଟି ଆଟାକ ହେଉଥିଲା। ମୋ ଆଖି ଆଗରେ ଅନ୍ଧକାର ଛାଇ ଯାଉଥିଲା। ଏହି କଥା କେବଳ କିଛି ଲୋକ ଜାଣିଥିଲେ, ଯେଉଁମାନେ ସେହି ସମୟରେ ମୋ ସାଙ୍ଗରେ ଥିଲେ। ଏହା ବ୍ୟତୀତ ମୁଁ ଏହି କଥା କାହା ସହ ଆଲୋଚନା କରିନଥିଲି। ଏହି ସମୟରେ ମୋ ମନରେ ଆତ୍ମହତ୍ୟା କରିବାର ଚିନ୍ତା ମଧ୍ୟ ଆସୁଥିଲା, କାରଣ ସେହି ସମୟରେ ମୋ ମନ ବିଲକୁଲ କାମ କରୁନଥିଲା।

Leave a Reply

Your email address will not be published. Required fields are marked *