ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଏମଏସଏମଇ ପାର୍କ’

ରାଜ୍ୟ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଲୋକ ସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଜିଲ୍ଲାରେ MSME ପାର୍କ ପ୍ରତିଷ୍ଠା ତ୍ବରାନ୍ବିତ କରାଯାଉଛି। ଓଡି଼ଶାରେ ଉତ୍ପାଦିତ MSME ଉତ୍ପାଦକୁ ସରକାରୀ ସଂସ୍ଥାଗୁଡ଼ିକରେ ବ୍ୟବହାର ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍ଷପତି ଦିଦିମାନେ ହେଉଛନ୍ତି ବିଭାଗର ସବୁଠାରୁ ବଡ଼ ଅଂଶୀଦାର। ରାଜ୍ଯର ୧୭ ଲକ୍ଷ ଲକ୍ଷପତି ଦିଦିମାନଙ୍କ ମଧ୍ଯରେ ଥିବା MSME ଉଦ୍ଯୋଗୀଙ୍କ ଦକ୍ଷତା ବିକାଶ କରି MSME କ୍ଷେତ୍ରକୁ ସମୃଦ୍ଧ କରାଯିବ। ଓଡି଼ଶା MSMEକୁ ସୁଦୃଢ଼ କରିବା ପାଇଁ ଉଭୟ ସମୁଦ୍ରପଥ ଓ ଆକାଶପଥରେ କାର୍ଗୋ ସୁବିଧା ବୃଦ୍ଧି କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *