ହାଇଦ୍ରାବାଦର ମେଡିପାଲିରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାହା ମାନବତାକୁ ଲଜ୍ଜିତ କରିଛି। ୨୭ ବର୍ଷୀୟ ସମଲା ମହେନ୍ଦ୍ର ରେଡ୍ଡୀ ତାଙ୍କ ୨୧ ବର୍ଷୀୟ ଗର୍ଭବତୀ ପତ୍ନୀ ବି.ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ମୁସି ନଦୀରେ ଫିଙ୍ଗି ଦେଇଥିଲେ।
ବିକାରବାଦ ଜିଲ୍ଲାର ୨୭ ବର୍ଷୀୟ ମହେନ୍ଦ୍ର ରେଡ୍ଡୀ ଓ ୨୧ ବର୍ଷୀୟ ସ୍ୱାତୀ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ୨୦୨୪ ଜାନୁଆରୀରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ହାଇଦ୍ରାବାଦ ମେଦିପାଲୀର ବାଲାଜୀ ହିଲ୍ସରେ ଦୁହେଁ ଭଡ଼ା ଘରେ ରହୁଥିଲେ। ମହେନ୍ଦ୍ର ଏଠାରେ ଡ୍ରାଇଭର ଭାବେ କାମ କରୁଥିଲା। ଆଉ ସ୍ୱାତୀ କାମ କରୁଥିଲେ କଲ୍ ସେଣ୍ଟର୍ରେ। ଠିକ୍ ମାସକ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡା।
ସ୍ୱାତୀ ଏପ୍ରିଲ ୨୦୨୪ରେ ଭିକାରାବାଦ ପୁଲିସ ଥାନାରେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ମାମଲା ଦାଏର କରିଥିଲେ।ଗାଁର ବୟୋଜ୍ୟେଷ୍ଠ ଲୋକମାନେ ଏକ ପଞ୍ଚାୟତ କରି ମାମଲାର ସମାଧାନ କରିଥିଲେ। କିନ୍ତୁ ମହେନ୍ଦ୍ରଙ୍କ ମନରେ ସନ୍ଦେହ ବସା ବାନ୍ଧିଥିଲା। ସେ ସ୍ୱାତୀଙ୍କ ଚାକିରିକୁ ବିରୋଧ କଲେ ଏବଂ ତାଙ୍କୁ ଚାକିରି ଛାଡିବାକୁ ବାଧ୍ୟ କଲେ। ମାର୍ଚ୍ଚ ୨୦୨୫ରେ ସ୍ୱାତୀ ପାଞ୍ଚ ମାସର ଗର୍ଭବତୀ ଥିଲେ। କିନ୍ତୁ ଘରେ ଝଗଡ଼ା ବନ୍ଦ ହେଉ ନଥିଲା।
ସ୍ୱାମୀର ସନ୍ଦେହ ପରେ ସ୍ୱାତୀ କାମ ଛାଡି ଦେଇଥିଲେ । ୨୦୨୪ ଏପ୍ରିଲରେ ଘରୋଇ ହିଂସା ଅଭିଯୋଗ ଆଣି ଥାନାକୁ ମଧ୍ୟ ଯାଇଥିଲେ ସ୍ୱାତୀ। ପରେ ସମାଧାନ ହୋଇଥିଲା। ମାର୍ଚ୍ଚ ୨୦୨୫ ରେ ସେ ଗର୍ଭବତୀ ହୋଇଥିଲେ, କିନ୍ତୁ ଝଗଡ଼ା କମିନଥିଲା। ଅଗଷ୍ଟ ୨୨ ଶୁକ୍ରବାର। ଡାକ୍ତରୀ ଯାଞ୍ଚ ପାଇଁ ବିକାରାବାଦ ଯାଇ ତାଙ୍କ ବାପା-ମାଆଙ୍କ ସହିତ ରହିବାକୁ ଚାହୁଁଥିବା ମହେନ୍ଦ୍ରଙ୍କୁ କହିଥିଲେ ସ୍ୱାତୀ। ହେଲେ ଏଥିରେ ରାଜି ହୋଇନଥିଲା ମହେନ୍ଦ୍ର । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
କ୍ରୋଧରେ ମହେନ୍ଦ୍ର ଏକ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ସେ ଏକ ଛୁରୀ କିଣି ୨୩ ଅଗଷ୍ଟରେ ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ, ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ଏହାପରେ ପ୍ରଥାପାସିଙ୍ଗାରାମ ଗାଁ ନିକଟ ମୁସି ନଦୀରେ ମୁଣ୍ଡ, ହାତ ଏବଂ ଗୋଡ଼ ଫିଙ୍ଗି ଦେଇଥିଲେ। ସ୍ବାତୀଙ୍କ ଅବଶିଷ୍ଟ ମୃତଦେହ ଘରେ ରଖିଥିଲେ।
ରାଚାକୋଣ୍ଡା ପୁଲିସ କମିସନର ଜି. ସୁଧୀର ବାବୁ ଏବଂ ଡିସିପି ମାଲକାଜଗିରି ଜୋନ୍ ପି.ଭି. ପଦ୍ମଜାଙ୍କ ନେତୃତ୍ୱରେ ମେଡିପାଲି ପୁଲିସ ଅଭିଯୋଗ କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଇନ୍ସପେକ୍ଟର ଆର. ଗୋବିନ୍ଦ ରେଡ୍ଡୀ ଏବଂ ଏସଆଇ ଏ. ନରସିଂ ରାଓଙ୍କ ଦଳ ମହେନ୍ଦ୍ରଙ୍କୁ ଗିରଫ କରିଥିଲେ

