ଆଗାମୀ ୪୮ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଆସନ୍ତାକାଲି ପ୍ରବଳରୁ ପ୍ରବଳ ବର୍ଷା

ରାଜ୍ୟ

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ରପତ୍ତନ ଠାରୁ ୧.୫ ଏବଂ ୫.୮କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ, ଆଗାମୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ବହିବା ନେଇ ପାଣିପାଗ ବିଭାଗ ଆଗାମୀ ୫ ଦିନ ପାଇଁ ଚେତାବନୀ ଜାରି କରିଛି । ଗଣେଶ ପୂଜା, ନୂଆଖାଇଁରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି ୩୦-୪୦କିମି ବେଗରେ ବହିବ । ଏଥିପାଇଁ ଓଡ଼ିଶାର ୨ଟି ଜିଲ୍ଲା ରାୟଗଡ଼ା ଓ ଗଜପତିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଟକା ପବନର ବେଗ ୩୦-୪୦ କିମି ସମ୍ଭାବନାକୁ ନେଇ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Leave a Reply

Your email address will not be published. Required fields are marked *