ଡ୍ରିମ୍ ୧୧ ହଟିବା ପରେ ଏବେ କିଏ ହେବ ଟିମ୍ ଇଣ୍ଡିଆର ପ୍ରାୟୋଜକ?

କ୍ରୀଡ଼ା

ଦେଶରେ ଅନଲାଇନ୍ ଗେମିଂ ଆଇନ ଲାଗୁ ହେବା ପରେ, ଫ୍ୟାଣ୍ଟାସି ଗେମିଂ କମ୍ପାନି ଡ୍ରିମ-୧୧ ଏହାର ଅନଲାଇନ୍ ବ୍ୟବସାୟ ବନ୍ଦ କରିଦେଇଛି।

ବିସିସିଆଇର ବଡ଼ ନିଷ୍ପତ୍ତି । ଏସିଆ କପ୍ ପୂର୍ବରୁ ଏହାର ସବୁଠାରୁ ବଡ଼ ସ୍ପୋନ୍ସର ଅନଲାଇନ୍ ଗେମିଂ ଆପ୍ – ଡ୍ରିମ୍ ଇଲେଭେନ୍ ସହ ସବୁ ପ୍ରକାର ଚୁକ୍ତି ବାତିଲ୍ କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ।

ଭାରତ ସରକାରଙ୍କ ଅନଲାଇନ୍ ଗେମିଂ ନିୟମାବଳୀ ଓ ନିଷେଧ ଆଇନ 2025 ପାସ୍ ହେବା ପରେ ରିଅଲ୍-ମନି ଗେମିଂ, ଫ୍ୟାଣ୍ଟାସି ସ୍ପୋର୍ଟସ୍ ସହିତ ସମସ୍ତ ବିଜ୍ଞାପନ ଓ ସ୍ପୋନ୍ସରଶିପକୁ ଅବୈଧ ଘୋଷଣା କରାଯାଇଛି । ଏହା ଫଳରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ସହିତ ଅନଲାଇନ୍ ଫ୍ୟାଣ୍ଟାସି ଗେମିଂ ପ୍ଲାଟଫର୍ମ Dream11ର ୩୫୮କୋଟି ଟଙ୍କାର ଜର୍ସି ସ୍ପନ୍ସରଶିପ୍ ଚୁକ୍ତି ବାତିଲ୍ ହୋଇଛି ।

ବିନା ପ୍ରାୟୋଜକରେ ଖେଳିବ ଟିମ୍ ଇଣ୍ଡିଆ !

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଆମେ ଆଗକୁ କେବେବି ଏପରି ରିଆଲ୍-ମନି ଗେମିଂ ସଂଗଠନ ସହିତ ସହଯୋଗ କରିବୁ ନାହିଁ । ଟିମ୍ ଇଣ୍ଡିଆ ପାଇଁ ଶୀଘ୍ର ନୂଆ ସ୍ପୋନ୍ସର୍ ଖୋଜିବା ପ୍ରୟାସ ଆରମ୍ଭ କରାଯାଇଛି ।

ଯଦି ବିସିସିଆଇ ସେପ୍ଟେମ୍ବର ୯ରେ ଏସିଆ କପ୍ ଆରମ୍ଭ ହେବା ପୂର୍ବରୁ ନୂତନ ପ୍ରାୟୋଜକ ଖୋଜି ପାରିବ ନାହିଁ, ତେବେ ଭାରତୀୟ ଦଳ କୌଣସି ମୁଖ୍ୟ ପ୍ରାୟୋଜକ ବିନା ଟୁର୍ଣ୍ଣାମେଣ୍ଟ ଖେଳିବ। ଏସିଆ କପ୍ ସେପ୍ଟେମ୍ବର ୯ରେ ଆରମ୍ଭ ହେବ ଏବଂ ଏହାର ଶେଷ ମ୍ୟାଚ୍ ୨୮ତାରିଖରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଏବଂ ଆବୁଧାବିରେ ଖେଳାଯିବ।

Leave a Reply

Your email address will not be published. Required fields are marked *