ମୁମ୍ବାଇ ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ମୁତାବକ ଭିରାର ରମାବାଇ ଆପାର୍ଟମେଣ୍ଟ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି ରେସ୍କ୍ୟୁ ଅପରେଜନ କରିଥିଲେ । ତେବେ କୋଠାର ଭଗ୍ନାବଶେଷରେ ଏବେ ବି ୧୫ ରୁ ୨୦ ଜଣ ନାଗରିକ ଫସି ରହିଥିବା ଆଶଙ୍କା କରାଯାଉଛି।
ଗତକାଲି ରାତି ପ୍ରାୟ ୧୧.୩୦ଟା ସମୟରେ ଏପରି ଦୁର୍ଘଟଣା ଘଟିଥିଲା । ଏହି କୋଠା ଦଶ ବର୍ଷ ପୁରୁଣା ଏବଂ ନଗର ନିଗମ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଘୋଷଣା କରିଥିଲା ।
ଅଧିକ ମୃତାହତକୁ ଏଡାଇବା ପାଇଁ କର୍ତ୍ତୃପକ୍ଷ କୋଠାର ଅନ୍ୟ ଅଂଶକୁ ଖାଲି କରାଇଦେଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇନାହିଁ ।

