ଦିନ ହେଲେ ଘରେ ପଶି ଚୋରି କରୁଥିଲା, ଆଉ ସଞ୍ଜବେଳା କ୍ୟାମେରା ଆଗରେ କହୁଥିଲା ‘ଚେଞ୍ଜ୍ ୟୋର୍ ଲାଇଫ୍’। ପେଶାଦାର ଚୋର ଦେଖିଥିବେ, ହେଲେ ୟା ଭଳି ନୁହେଁ।
ଦିନରେ ୟୁଟ୍ୟୁବ ଖୋଲି ପ୍ରବଚନ ପରେ ପ୍ରବଚନ ଦେଉଥିବା ଏ ଅଭିଯୁକ୍ତର ନାଁ ମନୋଜ ସିଂହ । ଯିଏ ଦିନରେ ଚିକିଣିଆ କଥା ରାତିରେ ଚୋରି କରେ ।ଭଦ୍ରମୁଖା ପିନ୍ଧା ଏହି ଚୋରକୁ ଶେଷରେ ଗିରଫ କରିଛି କମିଶନରେଟ ପୁଲିସ । ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି । ନୟାପଲ୍ଲୀ, ତମଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲାରେ ରହିଥିବା ବେଳେ ଭରତପୁର ଥାନା ଅଞ୍ଚଳରୁ ଗତ ୧୪ ଅଗଷ୍ଟରେ ୨୦୦ ଗ୍ରାମ ସୁନା ଲୁଟି ନେଇଥିଲା ଏହି ଅଭିଯୁକ୍ତ । ତା ପାଖରୁ ୨୦୦ ଗ୍ରାମ ସୁନା ଗହଣା ସହ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଏଭଳି ପ୍ରବଚନ ଦେଉଥିବା ପେଶାଦାର ଚୋର ମନୋଜ ସିଂର ଟ୍ରାକ୍ ରେକର୍ଡ ବହୁତ ପୁରୁଣା। ୧୪ ବର୍ଷ ହେଲା ଚୋରି ଡକାୟତି ଦୁନିଆରେ ଆକ୍ଟିଭ୍ ଅଛି ମନୋଜ।ସେ ପ୍ରଥମେ ଧରାପଡ଼ିଥିଲା ୨୦୧୧ ମସିହାରେ, ଲାପଟପ ଚୋରି ଅଭିଯୋଗରେ। ସେବେଠୁ ରାଜଧାନୀର ବିଭିନ୍ନ ଥାନାରେ ତା ନାଁରେ ରହିଛି ୧୦ରୁ ଅଧିକ ମାମଲା। ଆଉ ତାର ମୋଡସ୍ ଅପରେଣ୍ଡି ବା ଚୋରିର ତରିକା କଣ ଜାଣିଛନ୍ତି ? ରାତିର ଅନ୍ଧାରରେ ନୁହେଁ, ସ୍ପଷ୍ଟ ଦିବାଲୋକରେ ଚୋରି କରୁଥିଲା ମନୋଜ। ଟାର୍ଗେଟ୍ କରୁଥିଲା ତାଲା ପଡ଼ିଥିବା, ଅର୍ଥାତ୍ କେହି ଲୋକ ନଥିବା ଘରକୁ।

