ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଜୀବନଚର୍ଯ୍ୟା

ଭୁବନେଶ୍ୱର: କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା,ଯାଇଥାଏ। ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏଥି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ହୃଦ ସମ୍ବନ୍ଧୀୟ, ଡାଇବେଟିସ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଓଭାରିଆନ କ୍ୟାନସର, କୋଲୋନ କ୍ୟାନସର ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଦୀର୍ଘ ସମୟ ବସି ରହିବା ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଂଚାଳନ ମଧ୍ୟ ଠିକ ଭାବେ ହୋଇନଥାଏ । ଅଧିକ ସମୟ ବସି ରହିବା ଫଳରେ ଗୋଡର ମାଂସପେଶୀ ଗୁଡିକ ଦୁର୍ବଳ ହେଇଯାଏ । ତଥ୍ୟ ଅନୁଯାୟୀ ଯେଉଁମାନେ ଅଧିକ ସମୟ ବସି ରହନ୍ତି ସେମାନଙ୍କ ମଧ୍ୟରେ ହୃଦଘାତର ସମ୍ଭାବନା ୧୪୭ ପ୍ରତିଶତ ଅଧିକ ଥାଏ ।ତେବେ ଆମେରିକା ଜର୍ଣ୍ଣାଲ ଅଫ ନର୍ସିଙ୍ଗ ତଥ୍ୟ ଅନୁସାରେ ଅଧିକ ସମୟ ବସିରହି କାମ କରୁଥିବା ପୁରୁଷଙ୍କ ମଧ୍ୟରେ କୋଲୋନ କ୍ୟାନସର ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକ ।

Leave a Reply

Your email address will not be published. Required fields are marked *