ଗଲୱାନ୍ ସଂଘର୍ଷ ନେଇ ପ୍ରଶ୍ନ କରିବାରୁ ୩ ବ୍ଲଗରଙ୍କୁ ଗିରଫ କଲା ଚୀନ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଏଠି ମୁହଁ ଖୋଲିବା ଆଉ ପ୍ରଶ୍ନ ପଚାରିବା ପାପ । ସରକାର ଯାହା କହିବେ ସତ । ଏମିତି ନୀତି ଆପଣାଇଛି ବିସ୍ତାରବାଦୀ ଚୀନ । ଆଉ ଗଲୱାନ ସଂଘର୍ଷରେ ଚୀନ ସୈନ୍ୟ ମୃତାହତକୁ ନେଇ ପ୍ରଶ୍ନ କରିବା ୩ ଜଣ ବ୍ଲଗରଙ୍କୁ ମହଙ୍ଗା ପଡ଼ିଛି । ରିପୋର୍ଟ ଅନୁସାରେ ଚୀନ ୩ ଜଣ ବ୍ଲଗରଙ୍କୁ ଗିରଫ କରିଛି ।

୨୦୨୦ ଜୁନ୍ ୧୫ରେ ଗଲୱାନ ସଂଘର୍ଷରେ ଚୀନ ସରକାର ୪ ଜଣ ଯବାନ ମୃତ ଜଣେ ଆହତ ହୋଇଥିବା କହିଥିଲେ । ଯାହା ଉପରେ ପ୍ରଶ୍ନ ଉଠାଇଥିଲେ ଚୀନ ବ୍ଲଗର । ସୂଚନା ଅନୁସାରେ ଚୀନ ଅନୁସନ୍ଧାନକାରୀ ସାମ୍ବାଦିକ ୩୮ ବର୍ଷୀୟ କ୍ୱିଉ ଜିମିଙ୍ଗକୁ ଶନିବାର ନନଜିଙ୍ଗରୁ ଗିରଫ କରିଛି ।

ଗତ ଶୁକ୍ରବାର ଚୀନ ସେନା ଗଲୱାନ ସଂଘର୍ଷରେ ସହିଦ ହୋଇଥିବା ୪ ଜଣ ଯବାନଙ୍କୁ ମରୋଣତ୍ତର ଭାବେ ସମ୍ମାନିତ କରିଥିଲା । ଏବଂ ଗଲୱାନ ସଂଘର୍ଷରେ ଗୁରୁତର ହୋଇଥିବା ପିଏଲର ଯବାନ ଏମିତି ୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା ।

ଚୀନ ସରକାର ଘୋଷଣା କରିଥିବା ଗଲୱାନ ମୃତ୍ୟୁ ସଂଖ୍ୟାକୁ ନେଇ କ୍ୱିଉ ପ୍ରଶ୍ନ କରିଥିଲେ । ଗଲୱାନ ସଂଘର୍ଷରେ ଚୀନର ପାଖାପାଖି ୪୫ ଜଣ ସୈନ୍ୟ ମୃତ୍ୟୁବରଣ କରିଥିବା ଭାରତୀୟ ସେନା କରିଥିବା ତତ୍କାଳୀନ ନର୍ଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ୱାକେ ଯୋଶୀ ଗତ ସପ୍ତାହରେ ସାକ୍ଷାତକାର ଦେଇ ଗଣମାଧ୍ୟମକୁ କହିଥିଲେ ।ଏହାକୁ ନେଇ କ୍ୱିଉ ସରକାରଙ୍କୁ ପ୍ରଶ୍ନ କରିଥିଲେ ।

ଗଲୱାନ ହିଂସାରେ ଭାରତ ସରକାର ମୃତାହତ ଯବାନଙ୍କ ସଂଖ୍ୟା ସଙ୍ଗେ ସଙ୍ଗେ ପ୍ରକାଶ କରିଥିବା ବେଳେ କେତେଜଣ ଚୀନ ଯବାନ ମରିଛନ୍ତି ଏହି ତଥ୍ୟ ଦେବା ପାଇଁ ସରକାରଙ୍କୁ କାହିଁକି ୮ ମାସ ଲାଗିଲା ବୋଲି ପଚାରିଥିଲେ ।

ସମାନ କାରଣ ପାଇଁ ଚୀନ ଆଉ ଜଣେ ସାମ୍ବାଦିକଙ୍କୁ ରବିବାର ବେଜିଂରୁ ଗିରଫ କରିଥିବା ଜଣାପଡ଼ିଛି । ଆଉ ଜଣେ ବ୍ୟକ୍ତିଙ୍କୁ ଚୀନ ସପ୍ତାହକ ପୂର୍ବରୁ ସିଚୁଆନରୁ ଗିରଫ କରିଥିଲା । ଉକ୍ତ ବ୍ୟକ୍ତି ଜଣଙ୍କ ବାରମ୍ବାର ପିଏଲଏ ଯବାନଙ୍କ ଉପରେ ବ୍ୟଙ୍ଗ କରୁଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *