ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ ଟିକା ନେଲେ ୧୦୩ ବର୍ଷୀୟ ବୃଦ୍ଧା

Top Storise ଦେଶ- ବିଦେଶ

ବେଙ୍ଗାଳୁରୁ: ଟିକା ନେଲେ ବେଙ୍ଗାଳୁରୁର ୧୦୩ ବର୍ଷୀୟ ବୃଦ୍ଧା । ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ କୋଭିଡ୍ ଟିକା ନେଇଛନ୍ତି । ତାଙ୍କ ନାଁ ଜେ. କାମେଶ୍ୱରୀ । ବେଙ୍ଗାଳୁରୁ ବ୍ୟାନରଘଟ୍ଟା ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଦିଆଯାଇଛି ପ୍ରଥମ ଡୋଜ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ ଟିକା ନେଇଛନ୍ତି ଜେ. କାମେଶ୍ୱରୀ ।

ଟିକା ନେବା ବେଳେ ମନରେ ତାଙ୍କର ଭୟ ନଥିଲା । ଆରାମରେ ନର୍ସଙ୍କ ଆଡ଼କୁ ହାତ ବଢ଼ାଇ ଦେଇଥିଲେ । ଟିକା ନେବା ପରେ ସେ ସୁସ୍ଥ ଅଛନ୍ତି । ତାଙ୍କ ପାଖରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନି ।

ବର୍ତ୍ତମାନ ଦେଶରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ଚାଲିଛି । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ଆକ୍ରାନ୍ତ ୪୫ରୁ ୫୯ବର୍ଷ ଭିତରେ ଲୋକଙ୍କୁ ଟିକା ଦିଆଯାଉଛି । ବର୍ତ୍ତମାନେ ସୁଦ୍ଧା ଦେଶରେ ୨କୋଟି ୪୦ ଲକ୍ଷ ଲୋକଙ୍କୁ ଦିଆଗଲାଣି କୋଭିଡ୍ ଟିକା ।

Leave a Reply

Your email address will not be published. Required fields are marked *