କୋଣାର୍କ : ସୁପ୍ରିମକୋର୍ଟ ବିଚାରପତି ମାନ୍ୟବର ଏସ ଅବଦୁଲ ନାଜୀର୍ ସପତ୍ନୀଙ୍କ ସହ ଶନିବାର ସନ୍ଧ୍ୟା ୭ଟାରେ କୋଣାର୍କରେ ପହଞ୍ଚି ଇଣ୍ଡିଆନ ଅଏଲ ଦ୍ବାରା ନିର୍ମିତ ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ପରେ ସୂର୍ଯ୍ୟ ମନ୍ଦିର ପରିସରରେ ହେଉଥିବା ଲାଇଟି ଆଣ୍ଡ ସାଉଣ୍ଡ ଦେଖିବା ସହ ବାଖ୍ୟାନ କେନ୍ଦ୍ରକୁ ଆସି ସୂର୍ଯ୍ୟ ମନ୍ଦିର କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଚଳଚିତ୍ରକୁ ଉଭୟ ସପତ୍ନୀ ଉପଭୋଗ କରିଛନ୍ତି । କିନ୍ତୁ ରାତ୍ରୀ ହୋଇଯାଇଥିବାରୁ ବିଚାରପତି ମାନ୍ୟବର ଶ୍ରୀ ନାଜୀର୍ ମନ୍ଦିର ପରିଦର୍ଶନ କରିପାରିନାହାନ୍ତି । ତାଙ୍କର ଏହି ଅଚାନକ ଗ୍ରସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏଡିଏମ ବିନୟ ଭୂଷଣ ଦାସ, ଜିଲ୍ଲା ଜଜ ଓ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ବାଖ୍ୟାନ କେନ୍ଦ୍ର ନିକଟରେ ଉପସ୍ଥିତ ହୋଇ ଉଭୟଙ୍କୁ ସ୍ୱାଗତ କରିଥିଲେ ।କୋଣାର୍କ ପୋଲିସ ପକ୍ଷରୁ ରଞ୍ଜନ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।