20200607-nandighosha-1

ଆସନ୍ତୁ ଜାଣିବା ନନ୍ଦିଘୋଷ ରଥର ଜଣା ଅଜଣା…

Top Storise ସମ୍ପାଦକୀୟ

ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଶେଷ ହୋଇ ଯାଇଛି । କରୋନା କଟକଣାରେ ବିନା ଭକ୍ତରେ ସମାପନ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ବର୍ଷକେ ଠାରେ କାଳିଆ ସାଆନ୍ତେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ଘରକୁ ରଥରେ ବସି ଯାତ୍ରା କରିଥାନ୍ତି । ବିଶ୍ୱ ପ୍ରସିଦ୍ଧ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ ନନ୍ଦିଘୋଷ । କିଏ ବା ନ ଜାଣେ ନନ୍ଦିଘୋଷର ସେଇ ଅପୂର୍ବ କାହାଣୀ ବିଷୟରେ । ଆମେ ପ୍ରତ୍ୟକ ବର୍ଷ ରଥ ଯାତ୍ରା ଦେଖୁ । ଚଳିତ ବର୍ଷମଧ୍ୟ ଟେଲିଭିଜନ ମାଧ୍ୟମରେ ରଥଯାତ୍ରାର ନିଆରା ଅନୁଭୂତିକୁ ସମସ୍ତେ ଉପଲବ୍ଧି କରିଛନ୍ତି । ତେବେ ଆସନ୍ତୁ କାଳିଆ ସାଆନ୍ତେ ବସି ଯାଉଥିବା ସେଇ ନନ୍ଦିଘୋଷ ରଥ ସମ୍ପର୍କରେ କିଛି ଜାଣିବା ।

ନନ୍ଦିଘୋଷ ନାମ ଟି ଶୁଣିବା ମାତ୍ରେ ସମସ୍ତଙ୍କ ହାତ ଯୋଡ଼ି ହୋଇଯାଏ ଏବଂ ମୁଣ୍ଡିଆ ମାରିବାକୁ ଇଛା ହୋଇଥାଏ । ଆପଣ ଜାଣନ୍ତି କି ଏହାର ଅନ୍ୟ ନାମ ଚକ୍ରଧ୍ୱଜ ବା ଗରୁଡ଼ ଧ୍ୱଜ । ଏହାର ଉଚ୍ଚତା ୪୫ ଫୁଟ ୬ ଇଞ୍ଚ । ଏହା ୭୪୨ ଖଣ୍ଡ କାଠରେ ପ୍ରସ୍ତୁତ ହୁଏ । ପ୍ରଥମେ ନନ୍ଦିଘୋଷର ୧୬ଟି ଚକ ତିଆରି କରାଯାଏ ।
ଋଥର ସାରଥି ସାଜିଥାନ୍ତି ସାରଥି ଦାରୁକା । ସେ ମହାପ୍ରଭୁଙ୍କୁ ମାଉସୀ ଘରକୁ ନେଇ ପହଞ୍ଚାଇଥାନ୍ତି । ସେହିପରି ରଥରେ ୪ଟି ଘୋଡ଼ା ଥାନ୍ତି । ଅଶ୍ୱଙ୍କ ନାମ ଶଙ୍କ, ବଳାହକ, ଶ୍ୱେତ, ହରିଦ୍ୱାଶ ଏବଂ ସମସ୍ତଙ୍କ ରଙ୍ଗ ଧଳା ହୋଇଥାଏ । ତେବେ ରଥରେ କେବଳ କାଳିଆ ଯାଆନ୍ତି ନାହିଁ ସେହି ରଥରେ ଥାନ୍ତି ଅନେକ ଦେବା ଦେବୀ । ସେହିପରି ରଥ ଧ୍ୱଜାରେ ରୁହନ୍ତି ଭକ୍ତଙ୍କ ଭକ୍ତ ପ୍ରଭୁ ହନୁମାନ, ରଥର ଆୟୁଧ ହେଉଛନ୍ତି ଶଙ୍ଖ ଓ ଚକ୍ର । ଭାବ ବିନୋଦିଆର ରଥର ଆବରଣ ପୀତ ଓ ଲୋହିତ ବର୍ଣ୍ଣ ।

ଆଉ ରଥ କେମିତ ସୁରକ୍ଷିତ ପହଞ୍ଚାଇ ତାର ସବୁ ଦାୟିତ୍ତ୍ୱ ଥାଏ ଇନ୍ଦ୍ରଙ୍କ ହାତରେ କାରଣ ରଥର ରକ୍ଷକ ହେଉଛନ୍ତି ପ୍ରଭୁ ଇନ୍ଦ୍ର । ରଥର ଦେବତା ନୃସିଂହ ହୋଇଥିବା ବେଳେ ରଥର ଦେବୀ ହେଉଛନ୍ତି ଯୋଗମାୟା । ଯାହା ସାହାଯ୍ୟରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଯାଏ ଗଡ଼ି ଗଡ଼ି ଯାଏ ଯେଉଁ ଦଉଡ଼ି ଭକ୍ତଙ୍କ ଭକ୍ତିରେ ତିଆରି ହୋଇଥାଏ ତାହାର ନାମ ହେଉଛି ଶଙ୍ଖଚୁଡ ନାମୀ ନାଗୁଣୀ । ରଥର ଯେଉଁ ମୁଖରୁ ମହାପ୍ରଭୁ ମୁରୁକି ହସି ଭକ୍ତଙ୍କ ଭାବକୁ ବୁଝିଥାନ୍ତି ରଥର ସେହି ମୁଖର ନାମ ହେଉଛି ନନ୍ଦିମୁଖ ।

Leave a Reply

Your email address will not be published. Required fields are marked *