ବାହା ହେଲେ କି କୋରିଓଗ୍ରାଫର ଗୀତା କପୁର!

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ: କୋରିଓଗ୍ରାଫର ତଥା ସୁପର ଡାନ୍ସର୍ ଚାପ୍ଟର ୪ର ଜଜ୍ ଗୀତା କାପୁରଙ୍କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକୃତରେ ଗୀତା ମାଙ୍କ ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଲାଲ୍‌ ରଙ୍ଗର ଆଉଟ୍‌ଫିଟ୍‌ ସହିତ ମଥାରେ ସିନ୍ଦୁର ଲଗାଇଥିବା ଦେଖିବାକୁ ମିଳିଛି।

ଗୀତା କପୁରଙ୍କ ଏହି ଦୃଶ୍ୟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଗୀତା କପୁରଙ୍କୁ ନେଇ ଏକ ଗୁଜବ ପ୍ରଚାର ହେଉଛି। ଶୁଣିବାକୁ ମିଳୁଛି ଯେ ଗୀତା ମା କୁଆଡେ କୁଆଡେ ଲୁଚି ଲୁଚି ବାହା ହୋଇଛନ୍ତି। ଏ ନେଇ ଗୀତା କପୁରଙ୍କୁ ତାଙ୍କ ପ୍ରଶଂସକମାନେ ପ୍ରଶ୍ନ ବି କରିଛନ୍ତି।

୪ ଦିନ ତଳେ ଗୀତା କପୁର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହାପରଠୁ ଗୀତା ମାଙ୍କ ବିବାହକୁ ନେଇ ଗୁଜବ ପ୍ରଚାର ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *