ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଆଲଫା, ଡେଲଟା ଏବଂ କାପା ଷ୍ଟ୍ରେନ୍‌ର ୧୧ ଟି ମାମଲା ରିପୋର୍ଟ ହୋଇଛି।

୧୧ ଟି ମଧ୍ୟରୁ ଗୋଟିଏ ୟାଙ୍ଗନ୍ ଏବଂ କାଲେରେ, ଚାରିଟି ମାନ୍ଦାଲେ, ତିନୋଟି ଦକ୍ଷିଣ ମାଇକେ ଏବଂ ଦୁଇଟି ଉତ୍ତର-ପଶ୍ଚିମ ତମୁରେ ରେକର୍ଡ କରାଯାଇଥିଲା। ଦୁଇ ଜଣ ଆଲଫା ଭାରିଆଣ୍ଟରେ, ପାଞ୍ଚ ଜଣ ଡେଲଟା ଭାରିଆଣ୍ଟରେ ଏବଂ ଚାରି ଜଣ କାପାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ମିଆଁମାରରେ ଏପର୍ଯ୍ୟନ୍ତ ୧,୪୬,୦୫୧ କରୋନା ମାମଲା ଏବଂ ୩,୨୪୮ ମୃତ୍ୟୁ ରିପୋର୍ଟ ହୋଇଛି।

Leave a Reply

Your email address will not be published. Required fields are marked *