ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ନାସିରୁଦ୍ଦିନ ଶାହା

Top Storise ମନୋରଞ୍ଜନ

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ନିମୋନିଆ କାରଣରୁ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି।

ନାସିରୁଦ୍ଦିନ ଶାହାଙ୍କର ବର୍ତ୍ତମାନ ନିମୋନିଆ ଚିକିତ୍ସା ଚାଲିଛି। ତାଙ୍କ ଫୁସଫୁସରେ ଏକ ପ୍ୟାଚ୍ ଦେଖିବାକୁ ମିଳିଥିଲା ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ, ନାସିରୁଦ୍ଦିନ ଶାହା ଗୋଟିଏ ଦିନରେ ଡିସଚାର୍ଜ ହେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *