ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏଣିକି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ । ସାରା ରାଜ୍ୟରେ ଆରଟିପିସିଆର ଲ୍ୟାବ୍ ପ୍ରସ୍ତୁତ ରହିଛି । ଏହାସହ ଅକ୍ସିଜେନ୍ ଲିକ୍ୟୁଇଡ୍ ପ୍ଲାଣ୍ଟ ପ୍ରସ୍ତୁତ ରହିଛି । ତେଣୁ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି ।
କେବଳ ସେତିକି ନୁହେଁ, ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟରେ ଏକମୋ ଚିକିତ୍ସା ଉପଲବ୍ଧ ହେବ । କଟକରେ ମାଗଣାରେ ରୋଗୀ ପାଇବେ ଏକମୋ ଟ୍ରିଟମେଣ୍ଟ । ଏଥିପାଇଁ କଟକ ଏସସିବିରେ ୯ଟି ଏକମୋ ମେସିନ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇଛି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ଅଛନ୍ତି । ଆଗକୁ ଆଉ ଏକ ବ୍ୟାଚ୍ ମାନବସମ୍ବଳ ପ୍ରଶିକ୍ଷଣ ପାଇଁ କୋଲକାତା ଯିବେ । କରୋନାରେ ଗୁରୁତର ହେଉଥିବା ରୋଗୀ ଆଗକୁ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ୯ଟି ଏକମୋ ମେସିନ ମଧ୍ୟରୁ ୬ଟି ମେସିନ୍ ପୋଷ୍ଟ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ । ଅନ୍ୟ ୩ଟି ମେସିନ୍ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର ହେବ ।

