ଭୁବନେଶ୍ବର : ମହାନଦୀ କୋଲ୍ ଫିଲ୍ଡ ଓ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମଧ୍ୟରେ ସ୍ବାକ୍ଷରିତ ହୋଇଛଇ ଏମଓୟୁ । ସିଏସ୍ଆର୍ ପଦକ୍ଷେପ ଅନୁଯାୟୀ ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମର ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ଏମସିଏଲ ଓ ସିପେଟ୍ ମଧ୍ୟରେ ୧ କୋଟି ୩୮ ଲକ୍ଷ ଟଙ୍କା ବିନିଯୋଗରେ ଦୁଇଟି ବୁଝାମଣା ସ୍ବାକ୍ଷର ହୋଇଛି ।
ଏହି ଦୁଇଟି ସିଏସ୍ଆର୍ ପଦକ୍ଷେପ ଯଥା ‘ଉଡାନ’ ଏବଂ ‘ସହଯୋଗ’ ଯଥାକ୍ରମେ ଆଖପାଖ ଗ୍ରାମରୁ ୪୦ ଜଣ ଯୁବକଙ୍କୁ ଫିଟର / ଇଲେକ୍ଟ୍ରିକାଲ୍ ବିଭାଗରେ ଦୁଇ ବର୍ଷର ପୂର୍ଣ୍ଣକାଳୀନ ଆଇଟିଆଇ ତାଲିମ ଏବଂ ୩୦ ଜଣ ଦିବ୍ୟାଙ୍ଗଙ୍କୁ ୬ ମାସର ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବାରେ ସାହାଯ୍ୟ କରିବ । ଏମ୍ସିଏଲ୍ ପକ୍ଷରୁ ଶ୍ରୀ ପି.କେ ଚକ୍ରବର୍ତ୍ତୀ, ଜିଏମ୍ (ସିଏସ୍ଆର୍) ଏବଂ ସିପେଟ୍ ତରଫରୁ ଏହାର ପ୍ରମୁଖ ନିର୍ଦ୍ଦେଶକ ଓ ମୁଖ୍ୟ ପି.କେ ସାହୁଙ୍କ ଦ୍ବାରା ଏହି ରାଜିନାମା ସ୍ବାକ୍ଷର ହୋଇଛି ।