ଭୁବନେଶ୍ୱର: ଆଜି ବିଶ୍ୱ ଯୋଗ ଦିବସ | ଏହି ଅବସରରେ ସାରା ବିଶ୍ୱରେ ସମସ୍ତେ ନିଜ ନିଜ ଘରେ ଯୋଗ କରିଛନ୍ତି | ତେବେ ଆପଣ ଜାଣିଛନ୍ତି କି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଯୋଗର ଏକ ପ୍ରମୁଖ ଭୂମିକା ରହିଛି | କାରଣ ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ କେତେକ ସାଧାରଣ ଯୋଗ ମୁଦ୍ରା ମାଧ୍ୟମରେ ଏସବୁ ସମ୍ଭବ | ଏହାକୁ ନେଇ ଯୋଗ ପ୍ରଶିକ୍ଷକ ଗଣେଶ ଗୋଛିକାରଙ୍କ କହିବା କଥା ଯେ ଦୈନିକ କପାଳଭାତି, ଅନୁଲୋମବିଲୋମ, ଉଜ୍ଜାଇ ଓ ସୂର୍ଯ୍ୟଭେଦୀ ଯୋଗ କରିବା ଅତ୍ୟନ୍ତ ଉପକାରୀ |
