20200725fighter copy

କାନ୍ଦିଲେ କରୋନା ଯୋଦ୍ଧା

Top Storise ରାଜ୍ୟ

ମୋହନା: କରୋନା ସଚେତନତା ପାଇଁ ଲୋକଙ୍କୁ ବୁଝାଇ ବୁଝାଇ ନିଜକୁ ବୁଝାଇ ପାରିଲେନି କରୋନା ଯୋଦ୍ଧା । ହୃଦୟ ଭିତରର କୋହକୁ ସମ୍ଭାଳି ନପାରି କାନ୍ଦି ପକାଇଲେ ଜଣେ ଆଗ ଧାଡିର କୋରୋନା ଯୋଦ୍ଧା । ଏହି କୋରୋନା ଯୋଦ୍ଧା ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ । ଘଟଣାଟି ଦେଖିବାକୁ ମିଳିଛି ଶୁକ୍ରବାର ଦିନ ଅପରାହ୍ନରେ । ମୋହନା ବଜାରରେ ସଟଡାଉନ ଚାଲିଥିବା ବେଳେ ଲୋକଙ୍କୁ ବୁଝାଇବା ଆସିଥିଲେ ତହସିଲଦାର । ବୁଝାଇବା ସମୟରେ କୋହ ଭରା କଣ୍ଠରେ କହୁଥିବା ଦେଖିବାକୁ ମିଳିଛି ।

ଦିନକୁ ଦିନ କରୋନା ସଂକ୍ରମଣ ପାରଦ ଅଣାୟତ ହେବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ବଢୁଥିବା ସମୟରେ ଗଜପତି ଜିଲ୍ଲାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ମୋହନା ବ୍ଲକରେ ଅହେତୁକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୫ ଜଣ କୋରୋନା ଯୋଦ୍ଧା ପଜିଟିଭ ବାହାରିବା ପରେ ଆଜି ଠାରୁ ଚାରିଦିନ ଯାଏଁ ମୋହନାକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବାରମ୍ବାର ସଚେତନତା ସତ୍ତ୍ୱେ ଜନସାଧାରଣ ସରକାରୀ କଟକଣା ମାନୁ ନଥିବା ପରିଲିକ୍ଷିତ ହେଉଛି । କରୋନା ଯୋଦ୍ଧାମାନେ ଦିନରାତି ଏକ କରି ଜୀବନକୁ ବାଜି ଲଗାଇ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଥିଲେ ବି ଅମାନିଆଙ୍କ ଖାମଖିଆଲି ମନଭାବ ରହିଛି । ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *