କଟକ: କଟକ ସ୍ଥିତ ଜଗତପୁର କୋଭିଡ୍ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ ।
ପ୍ରାପ୍ତ ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ଅଗ୍ନିଶମ ବିଭାଗ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ବର୍ତ୍ତମାନ ସମୟରେ ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରି ହସ୍ପିଟାଲରେ ପୁଣି ରୋଗୀ ସେବା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।