କ୍ରିକେଟ୍‌ ସ୍କୋରର୍‌ ଯୋଶୀ ଏବେ କୋଭିଡ ଯୋଦ୍ଧା

Top Storise କ୍ରୀଡ଼ା

ମୁମ୍ବାଇ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କେହାଲି ଓ ରୋହିତ ଶର୍ମାଙ୍କ ଚୌକା ଓ ଛକାକୁ ଗଣୁଥିବା ମୁମ୍ବାଇ କ୍ରିକେଟ୍‌ ସ୍କୋରର୍‌ ୫୫ ବର୍ଷୀୟ ଦୀପକ ‌ଯୋଶୀ ଏବେ ‌ଆଗଧାଡ଼ିରେ କରୋନା ଯୋଦ୍ଧା ପାଲଟି ଯାଇଛନ୍ତି। ୨୮ ବର୍ଷ ଧରି ଦକ୍ଷିଣ ମୁମ୍ବାଇ ହସ୍‌ପିଟାଲରେ ମେଡିକାଲ୍‌ ଟେକ୍ନୋଲୋଜିଷ୍ଟ କାର୍ଯ୍ୟରତ ଯୋଶୀଙ୍କୁ ଗତ କିଛି ସପ୍ତାହ ହେଲା ସନ୍ଦିଗ୍ଧ କୋଭିଡ ରୋଗୀଙ୍କ ଏକ୍ସ-ରେ କରୁଛନ୍ତି। ମୁମ୍ବାଇର ଏକ ଉପାନ୍ତ ଅଞ୍ଚଳ ଭିରାର‌େ ରହୁଥିବା ଯୋଶୀ ମେ ୨୪ ତାରିଖରୁ ହସ୍‌ପିଟାଲ୍‌ରେ ଯୋଗ ଦେଇଥିଲେ। ମୁଁ ମେ ୨୪ ତାରିଖରେ ୩ଟି ବସ୍‌ରେ ପ୍ରାୟ ୩ଘଣ୍ଟା ଯାତ୍ରା କରିବା ପରେ ହସ୍‌ପିଟାଲ୍‌ରେ ପହଞ୍ଚିଥିଲି। ଏହା ପରଠୁ ମୋର ନିତିଦିନିଆ ୮ ଘଣ୍ଟିଆ ଡ୍ୟୁଟି ମଧ୍ୟରେ ପ୍ରାୟ ୧୫-୨୦ ଜଣ ପ୍ରାଥମିକ ଅବସ୍ଥାରେ ଥିବା କୋଭିଡ ରୋଗୀ ଓ ସନ୍ଦିଗ୍ଧଙ୍କ ଛାତିର ଏକ୍ସ-ରେ କରୁଛି। ମେ ୨୪ ପରଠୁ ମୁଁ ଘରକୁ ଯାଇନି। ମୋ ସୁରକ୍ଷା ନେଇ ପତ୍ନୀ ଓ ଝିଅ ଚିନ୍ତାରେ ରହୁଛନ୍ତି। ହେଲେ ସେମାନେ ମୋତେ କାମ କରିବାକୁ ଉତ୍ସାହିତ କରୁଛନ୍ତି। ଏହା ମୋ ପାଇଁ ଯଥେଷ୍ଟ ବୋଲି ଯୋଶୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଯୋଶୀ ମୁମ୍ବାଇ କ୍ରିକେଟ୍‌ ସଂଘର ସ୍କୋରର୍‌ ଭାବେ ମୋଟ ୩୨୮ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍‌‌ ପରିଚାଳନା କରିଛନ୍ତି। ଅନ୍ତର୍ଜାତୀୟସ୍ତରରେ ସେ ୧୧ ଟେ‌ଷ୍ଟ୍‌, ୨୧ ଦିନିକିଆ ଓ ୫ ଟ୍ବେଣ୍ଟିରେ ସ୍କୋରର୍‌ ରହିସାରିଛନ୍ତି।

Leave a Reply

Your email address will not be published. Required fields are marked *