ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ପାର୍ଟିକୁ ସମାଲୋଚନା କରି ସୋମବାର ଦିନ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ସେମାନେ ଥରକୁ ଥର ନିରାପତ୍ତା ବଳଙ୍କ ପରାକ୍ରମ ଉପରେ ସନ୍ଦେହ କରି ସେମାନଙ୍କୁ ଅପମାନିତ କରନ୍ତୁ ନାହିଁ।
ଟୁଇଟର୍ରେ ପୋଷ୍ଟ୍ ହୋଇଥିବା ଏକ ବାର୍ତ୍ତାରେ ନଡ୍ଡା ଲେଖିଛନ୍ତି, ଦୟାପୂର୍ବକ, ପରାକ୍ରମ ଉପରେ ସନ୍ଦେହ କରି ବାରମ୍ବାର ନିରାପତ୍ତା ବଳଙ୍କୁ ଅପମାନ ଦିଅନ୍ତୁ ନାହିଁ। ଏୟାର୍ ଷ୍ଟ୍ରାଇକ୍ ଏବଂ ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ମଧ୍ୟ ଆପଣ ଏ ଭଳି ସନ୍ଦେହ ପ୍ରକଟ କରିଥିଲେ। ବିଶେଷକରି, ସାମ୍ପ୍ରତିକ ସମୟରେ ଜାତୀୟ ଏକତାର ବାସ୍ତବ ଅର୍ଥ ବୁଝନ୍ତୁ। ସୁଧୁରିବା ସମୟ ଗଡ଼ିଯାଇନାହିଁ।