ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତରେ ମାଓ ହିଂସା ପରେ ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା । ଭେଜାଙ୍ଗିୱାଡା ପଞ୍ଚାୟତ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲ ଭିତରୁ 200 ରୁ ଉର୍ଦ୍ଧ ଜିଲୋଟିନ ଷ୍ଟିକ ଜବତ ହୋଇଥିବା ନେଇ ସୁଚନା ଦେଲେ ବିଏସଏଫ ଆଇଜି । ଏହାକୁ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ପାଇଁ ଲୁଚାଇ ରଖିଥିବା ଜଣାପଡିଛି । 76 BSF ବାହିନୀର ବଡିଗାଟା ବାଟାଲିଆନ କୁମିଂ ଅପରେସନ ଯାଇଥିବା ବେଳେ ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।