ସୁଫିୟାନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଭାଗିତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ସଂଗୀତା ଚାମୁହୁ ବରଗୀତ ଓ ଆସାମର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ରାଗ ଶ୍ୟାମ କଲ୍ୟାଣ ଏବଂ ରାଗ ଗୌରୀ ସହିତ ଆସାମର ଲୋକ ସଙ୍ଗୀତ ମଧ୍ୟ ସେ ପରିବେଷଣ କରିଥିଲେ। ତାଙ୍କ ସହ ବଂଶୀ ବାଦନରେ ଶ୍ରୀନିବାସ ଶତପଥୀ, ଗିଟାରରେ ଭବତୋଷ ମହାନ୍ତି , […]

Continue Reading

ସହିଦ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରିଟିଶ ଶାସନରୁ ମୁକ୍ତ କରି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନ କରିବା ଏତେ ସହଜ ନଥିଲା । ସ୍ୱାଧୀନତା ପାଇଁ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି । ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଭାରତ ପାଳନ କରୁଛି ସହିଦ ଦିବସ । ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ଆଜି ଦିନରେ ବ୍ରିଟିଶ ସରକାର ଫାଶୀ ଦେଇଥିଲେ । ଭାରତ ସ୍ୱାଧୀନତା ଆନ୍ଦୋଳନରେ ଭଗତ […]

Continue Reading

ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ଶ୍ରୀମନ୍ଦିରର ଉନ୍ନତି ପାଇଁ ଦେଲେ ୧ ଲକ୍ଷ ଟଙ୍କାର ଚେକ୍

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଙ୍ଗରେ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚି ସେଠାରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ତାଙ୍କୁ ସ୍ବାଗତ କରିଥିଲେ । ପରେ କୌଳିକ ସେବାୟତ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ନେଇ ମହାପ୍ରଭୂଙ୍କ ଦର୍ଶନ କରାଇଥିଲେ । ଶ୍ରୀମନ୍ଦିର […]

Continue Reading

ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ ଜଣ ସଂକ୍ରମିତ ହେଲେଣି । ଏହାପରେ XIMB କ୍ୟାମ୍ପସକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ । ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ବିଏମସିର ବିନା ଅନୁମତିରେ କେହି କ୍ୟାମ୍ପସ ଭିତରେ ପ୍ରବେଶ କି ବାହାରକୁ ବାହାରି ପାରିବେ ନାହିଁ […]

Continue Reading

ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍‌ଙ୍କ ପ୍ରିୟ ପୁସ୍ତକ କ’ଣ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍ ନିଜ ଅନୁଗାମୀମାନଙ୍କ ସହ ତାଙ୍କର ପ୍ରିୟ ପୁସ୍ତକ ସେୟାର କରିବା ପରେ ଏହି ପୋଷ୍ଟ ଏବେ ଫେସବୁକରେ ଭାଇରାଲ ହେଉଛି। ୮୬ ବର୍ଷୀୟ ଲେଖକ ନିଜ ପ୍ରିୟ ବହି ଧରିଥିବା ଏକ ଫଟୋ ସେୟାର କରିଛନ୍ତି। ରସ୍କିନ୍ ବଣ୍ଡ୍ଙ୍କ ପ୍ରିୟ ପୁସ୍ତକ କ’ଣ?ମାର୍ଚ୍ଚ ୨୧ ରବିବାର ସନ୍ଧ୍ୟାରେ, ରସ୍କିନ୍ ବଣ୍ଡ ନିଜ ଅନୁଗାମୀମାନଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନ୍ ଲେଖିଥିଲେ, “ମୋର ପ୍ରିୟ ପୁସ୍ତକ”। ଏହି ଫଟୋରେ […]

Continue Reading

ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ଇଣ୍ଡସ୍‌ ୱାଟର୍‌ ସେୟାରିଂ’ ପ୍ରସଙ୍ଗକୁ ନେଇ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ମାର୍ଚ୍ଚ ୨୩-୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଦୁଇ ବର୍ଷ ପର‌େ ଏହି ବୈଠକ ଅନୁଷ୍ଠିତ ହେଉଛି। ଭାରତ ଏବଂ ପାକିସ୍ତାନର ଅଧିକାରୀମାନେ ସିନ୍ଧୁ ଜଳ ବଣ୍ଟନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ପରସ୍ପରର ସମସ୍ୟାକୁ ସମାଧାନ କରିବା ନେଇ ସୂଚନା ମିଳିଛି। ଲାଦାଖରେ ଭାରତ ଅନେକ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ସ୍ପଷ୍ଟ କରିଥିବାବେଳେ ପାକିସ୍ତାନ ଏହା ବିରୋଧରେ ଆପତ୍ତି ଉଠାଇଛି। ପାକିସ୍ତାନୀ ଅଧିକାରୀଙ୍କ […]

Continue Reading

କଟକ ଏସସିବିରୁ ଡିସଚାର୍ଜ ହେବ ଜଗା

କଟକ: ଯୋଡ଼ାମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏମସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳର ଶିଶୁ ଜଗା ଏଠାରୁ ଡିସଚାର୍ଜ ହେବ । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯିବ । ଏଥିପାଇଁ କନ୍ଧମାଳରୁ ଏକ ଦୁଇ ଜଣିଆ ଡାକ୍ତରୀ ଟିମ୍ ଆଜି ଏସସିବି ଆସୁଛନ୍ତି । ଏସସିବିରେ ଜଗାର ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ସେମାନେ ବିଚାରବିମର୍ଶ କରିବେ । ଚିକିତ୍ସା ବାବଦରେ ସବିଶେଷ ଆଲୋଚନା ପରେ ଜଗାକୁ ଫୁଲବାଣୀ […]

Continue Reading

ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ରାତି ପ୍ରାୟ ୨ଟା ବେଳେ ସୋପିଆନର ମନିହାଲ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସଂପୃକ୍ତ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ୍ ଆରମ୍ଭ କରିଥିଲେ ଜମ୍ମୁ କଶ୍ମୀର ପୋଲିସ, ସେନା ଓ ସିଆରପିଏଫ । ଏତିକିବେଳେ ସୁରକ୍ଷାବାହିନୀ ଉପରକୁ ପ୍ରଥମେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ପାଲଟା […]

Continue Reading

ଶ୍ରୀଜିଉଙ୍କୁ ୩୧ କିଲୋଗ୍ରାମର ରୂପା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ଜୈନକ ଭକ୍ତ ରବିବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୩୧ କିଲୋଗ୍ରାମ ରୂପା ଦାନ କରିଛନ୍ତି। ସମ୍ପୃକ୍ତ ଦାତା ଜଣକ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରେ ରୂପା ହସ୍ତାନ୍ତର କରିଥିଲେ। ଏହି ରୂପା ଜଗନ୍ନାଥ ମନ୍ଦିର ପରିସରରେ ଲକ୍ଷ୍ମୀ ଏବଂ ବିମଳା ମନ୍ଦିରରେ ବ୍ୟବହୃତ ହେବ ବୋଲି ଜଣାପଡିଛି। ଏହି ଅବସରରେ ସେବାୟତ ଅନନ୍ତ ତିଆଡି ଏବଂ ଜଗନ୍ନାଥ କର ମଧ୍ୟ ଉପସ୍ଥିତ ଥିଲେ।

Continue Reading

ଆଜି ସାତକୋଶିଆରୁ ବାହୁଡ଼ିବ ବାଘୁଣୀ ‘ସୁନ୍ଦରୀ’

ଅନୁଗୋଳ: ସାତକୋଶିଆରୁ ଫେରିଯିବ ସୁନ୍ଦରୀ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟର ଘୋରେଲାକୁ ବାହୁଡ଼ିବ । ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ଜଙ୍ଗଲରେ ବନ୍ଦୀ ବାଘୁଣୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ମଧ୍ୟପ୍ରଦେଶରୁ ଆସିଥିବା ୭ ଜଣିଆ ସ୍ୱତନ୍ତ୍ର ଟିମ୍ । ବନ ବିଭାଗ ଅଧିକାରୀଙ୍କ ସହ ବି ଆଲୋଚନା କରିଛନ୍ତି । ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସବୁ କିଛି ଠିକଠାକ୍ ଥିଲେ ଆଜି ସନ୍ଧ୍ୟା ସୁଦ୍ଧା ବାଘୁଣୀକୁ ସାଙ୍ଗରେ ନେଇ ଫେରିଯିବ […]

Continue Reading