ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍‌ଙ୍କ ପ୍ରିୟ ପୁସ୍ତକ କ’ଣ?

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡ୍ ନିଜ ଅନୁଗାମୀମାନଙ୍କ ସହ ତାଙ୍କର ପ୍ରିୟ ପୁସ୍ତକ ସେୟାର କରିବା ପରେ ଏହି ପୋଷ୍ଟ ଏବେ ଫେସବୁକରେ ଭାଇରାଲ ହେଉଛି। ୮୬ ବର୍ଷୀୟ ଲେଖକ ନିଜ ପ୍ରିୟ ବହି ଧରିଥିବା ଏକ ଫଟୋ ସେୟାର କରିଛନ୍ତି।

ରସ୍କିନ୍ ବଣ୍ଡ୍ଙ୍କ ପ୍ରିୟ ପୁସ୍ତକ କ’ଣ?
ମାର୍ଚ୍ଚ ୨୧ ରବିବାର ସନ୍ଧ୍ୟାରେ, ରସ୍କିନ୍ ବଣ୍ଡ ନିଜ ଅନୁଗାମୀମାନଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନ୍ ଲେଖିଥିଲେ, “ମୋର ପ୍ରିୟ ପୁସ୍ତକ”। ଏହି ଫଟୋରେ ରସ୍କିନ୍‌ ବଣ୍ଡ୍‌ ଏକ ଆର୍ମଚେୟାରରେ ବସି, ହାତରେ ଏକ ଅକ୍ସଫୋର୍ଡ ଇଂରାଜୀ ଅଭିଧାନ ଧରିଥିବା ଦେଖିବାକୁ ମିଳିଥିଲା। ଏହାସହିତ ତାଙ୍କ ଚାରିପାଖ ଅସଂଖ୍ୟ ପୁସ୍ତକ ଦ୍ୱାରା ଘେରି ରହିଥିବାର ଦେଖିବାକୁ ମିଳିଥିଲା।

ତେବେ ରସ୍କିନ୍ ବଣ୍ଡ୍‌ଙ୍କ ପ୍ରିୟ ପୁସ୍ତକ ହେଉଛି ଅକ୍ସଫୋର୍ଡ ଅଭିଧାନ। ରସ୍କିନ୍ ବଣ୍ଡ୍ ପଏହି ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ତାଙ୍କର ଅନେକ ଅନୁଗାମୀ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ଏହି ପୋଷ୍ଟଟି 2.7k ରୁ ଅଧିକ ଲାଇକ୍, ଶହ ଶହ ସେୟାର ଏବଂ ଅନେକ ମନ୍ତବ୍ୟ ସଂଗ୍ରହ କରିବାରେ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *