ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ବାଲିଘାଟ ଛକରେ ପୋଲିସର ନାକାବନ୍ଦୀ ଚାଲିଥିଲା । ସେହି ସମୟରେ ବ୍ରାଉନ୍ ସୁଗାର ବିକିବା ପାଇଁ ଦୁଇଜଣ ଯୁବକ ବାଇକ ଯୋଗେ ଯାଉଥିବାବେଳେ ତନଖିବେଳେ ପୋଲିସ […]

Continue Reading

ଭାରତରେ ଦ୍ବିତୀୟ ପ୍ରବାହ ପାଇଁ ଦାୟୀ ସାମାଜିକ ସମାବେଶ: ଡବ୍ଲ୍ୟୁଏଚଓ

ଲଣ୍ଡନ: ୟୁକେରେ ଜି-୭ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭାରତରେ ବଢୁଥିବା ସଂକ୍ରମଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ‘ଡବ୍ଲ୍ୟୁଏଚଓ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌। ସୂଚନା ଅନୁଯାୟୀ, ଭାରତରେ କରୋନାର ଦ୍ବିତୀୟ ପ୍ରବାହ ବ୍ୟାପିବା ପାଇଁ ସେ ଦେଶର ତ୍ରୁଟିପୂର୍ଣ୍ଣ ଅନ୍‌ଲକ୍ ପ୍ରକ୍ରିୟା ଓ ସାମାଜିକ ସମାବେଶକୁ ଦାୟୀ କରିଛନ୍ତି। ତେବେ ଦୋକାନ ବଜାର ଖୋଲିବା, ବିବାହ, ଧାର୍ମିକ ସମାରୋହ, ସାମାଜିକ ସମାବେଶ ସହ ଡେଲଟା ଷ୍ଟ୍ରେନର ଉତ୍ପତ୍ତି ଭଳି […]

Continue Reading

ଆଜିଠୁ ଏମ୍ସରେ ୬-୧୨ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହେଲାଣି । ଛୋଟ ପିଲା ବେଶୀ ସଂକ୍ରମିତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗୁଆ ଟିକାକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଆରମ୍ଭ ହୋଇଛି ଟିକା ଟ୍ରାଏଲ । ଆଜି ୬-୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଟ୍ରାଏଲ୍ କରାଯିବ । ଦିଲ୍ଲୀ ଏମ୍ସରେ ଏହି ବର୍ଗର ପିଲାଙ୍କ ପାଖରେ ପରୀକ୍ଷଣ କରାଯିବ । ଆଜି ପ୍ରଥମ ଦିନରେ […]

Continue Reading

କୋଭିଡ ହସ୍ପିଟାଲରେ ରଜ ପାଳିଲେ କରୋନା ରୋଗୀ

ବାରିପଦା: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପର୍ବ ନିରାଡମ୍ବର ଭାବେ ପାଳନ କରାଯାଉଛି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାର କର୍ମୀ ଓ ରୋଗୀମାନେ ରଜ ପାଳନ କରୁଥିବା ନଜର ଆସିଛି। ପିପିଇ କିଟ୍ ଏବଂ ମାସ୍କ ପିନ୍ଧି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୋମବାର ଦିନ ଉତ୍ସବ ପାଳନ ସହ ରୋଗୀଙ୍କୁ ପୋଡା ପିଠା ବଣ୍ଟନ କରୁଥିଲେ। ଏଥିସହିତ ଡାକ୍ତରଖାନାର କର୍ମଚାରୀମାନେ ମହିଳା ରୋଗୀଙ୍କ ପାଦରେ ଅଳତା ପିନ୍ଧାଇବାରେ ସାହାଯ୍ୟ […]

Continue Reading

କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାର : କରୋନା ମହାମାରୀ ସମୟରେ ବି ଜାଲିଆତି । କରୋନା ଯୋଗୁ ବହ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଲା । ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ ଏହି ଟେଷ୍ଟିରେ ବି ଘୋଟାଲା ଅଭିଯୋଗ ହୋଇଛି । ଏଥିରେ ୧ଲକ୍ଷରୁ ଅଧିକ ନକଲି ଟେଷ୍ଟ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ […]

Continue Reading

ଲଘୁଚାପ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,ବଲାଙ୍ଗିର, ସୁବର୍ଣ୍ଣପୁର, ଅନୁଗୁଳ ଏବଂ ଦେବଗଡ଼। ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ […]

Continue Reading

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି ସ୍ବତନ୍ତ୍ର ଟ୍ରେନକୁ ସାମୟିକ ଭାବେ ବାତିଲ୍ କରାଯାଇଛି । ୦୮୬୩୭/୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ସ୍ବତନ୍ତ୍ର ଟ୍ରେନ ହାଟିଆରୁ ଜୁନ ୧୯ ଓ ୨୬ ତାରିଖ ଶନିବାର ସନ୍ଧ୍ୟା ୬ଟା […]

Continue Reading

ଡବ୍ୟୁଟିସି ଫାଇନାଲ : ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥାମ୍ପଟନ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ଲାଇନ ଅପରେ ବିଶେଷ ପରିବର୍ତନ ଥିବା ବେଳେ ବୋଲିଂ କମ୍ପିନେଶନ ନେଇ ସସପେନ୍ସ ରହିଛି । ହନୁମା ବିହାରୀ ଚୂଡାନ୍ତ ଏକାଦଶରେ ସାମିଲ ହେଲେ ରିଷଭ ପନ୍ତ ୭ମ ସ୍ଥାନରେ ବ୍ୟାଟିଂ କରିବେ । ବିହାରୀ ସାମିଲ ନ ହେଲେ ସେ ୬ ନମ୍ବର ସ୍ଥାନରେ ଖେଳିବେ । ଈଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜଙ୍କ […]

Continue Reading

ଜୁନ ୧୮ରୁ ଖୋଲିବ ଦିଲ୍ଲୀ ଏମ୍‌ସ ଓପିଡି

ନୂଆଦିଲ୍ଲୀ : ଦେଶରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ଏମସ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନୂଆ ଘୋଷଣା ଅନୁସାରେ, ଜୁନ ୧୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଦିଲ୍ଲୀ ଏମସ ଓପିଡି । ଏନେଇ ଦିଲ୍ଲୀ ଏମସ ଅଧୀକ୍ଷକ ଡକ୍ଟର ଡି.କେ ଶର୍ମା ସୂଚନା ଦେଇଛନ୍ତି । ନୂଆ ନିର୍ଦ୍ଦେଶନାମା ଅନୁସାରେ, ଯେଉଁମାନେ ଅନଲାଇନ୍ କିମ୍ବା ଟେଲିଫୋନ ଆପଏଣ୍ଟମେଣ୍ଟ ନେଇଥିବେ ସେହି ରୋଗୀମାନଙ୍କର ଓପିଡିରେ […]

Continue Reading

ପୁରୀରେ ପୋଲିସର ଚଢ଼ାଉ, ୩୦ ବୋତଲ କଫ୍ ସିରପ ଜବତ

ପୁରୀ : ନିଶା ବେପାରୀଙ୍କ ବିରୋଧରେ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର କଫ୍ ସିରପ । ବେଆଇନ ଭାବେ କଫ୍ ସିରପ କାରବାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ବେଆଇନ ଭାବେ କଫ୍ ସିରପ ବିକ୍ରି କରୁଥିବା ବେଳେ ପୁରୀ ସଦର ଖଣ୍ଡିଆ ବନ୍ଧର କେଶବ ଦାସକୁ କାବୁ କରିଥିଲା ପୋଲିସ । ତା ପାଖରୁ ୩୦ ବୋତଲ […]

Continue Reading