ରଣଦୀପ ନା ଅକ୍ଷୟ! କିଏ ହେବ ନୀରଜ ଚୋପ୍ରାଙ୍କ ବାୟୋପିକ୍‌ର ଅଂଶ?

ନୂଆଦିଲ୍ଲୀ: ଐତିହାସିକ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା।ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ ଯଦି ତାଙ୍କ ବାୟୋପିକ୍‌ ନିର୍ମାଣ ହୁଏ ତେବେ ସେଥିରେ ଖିଲାଡି କୁମାର ଅର୍ଥାତ୍‌ ଅକ୍ଷୟ କୁମାର କିମ୍ବା ରଣଦୀପ ହୁଡା ତାଙ୍କ ଭୂମିକାରେ ଅଭିନୟ କରନ୍ତୁ ବୋଲି ସେ ଚାହାନ୍ତି। ବଲିଉଡର ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ନୀରଜଙ୍କୁ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ୨୦୧୮ରେ ଦି କ୍ୱିଣ୍ଟକୁ ଦେଇଥିବା ଏକ […]

Continue Reading

ସାବଧାନ! ବୋତଲ ପାଣି ପରିବେଶ ପାଇଁ ୩୫୦୦ ଗୁଣା ଅଧିକ ଖରାପ ହୋଇପାରେ

ନୂଆଦିଲ୍ଲୀ: ସାବଧାନ! ବୋତଲ ପାଣି ପରିବେଶ ପାଇଁ ୩୫୦୦ ଗୁଣା ଅଧିକ ଖରାପ ହୋଇପାରେ। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଟ୍ୟାପ୍‌ ଜଳ ଅପେକ୍ଷା ବୋତଲ ଜଳ ପରିବେଶ ଉପରେ ୩୫୦୦ ଗୁଣା ଖରାପ ପ୍ରଭାବ ପକାଇପାରେ। ଟ୍ୟାପ୍ ୱାଟରରେ ରାସାୟନିକ ପଦାର୍ଥର ଉପସ୍ଥିତି ହେତୁ ବିଶ୍ବ ସ୍ତରରେ ଗତ କିଛି ବର୍ଷ ମଧ୍ୟରେ ବୋତଲଯୁକ୍ତ ଜଳର ବ୍ୟବହାର ତୀବ୍ର ଭାବେ ବୃଦ୍ଧି ପାଉଛି। ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍ଥ (ଆଇଏସ୍ ଗ୍ଲୋବାଲ୍) ଦ୍ୱାରା ପରିଚାଳିତ […]

Continue Reading

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର

ଭୁବନେଶ୍ବର : ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର । ସମ୍ ହସପିଟାଲ ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡାକ୍ତର ସାହୁଙ୍କର ଅତୁଳନୀୟ ଅବଦାନ ଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଏକାଡେମୀର ୬୦ ତମ ସମାବର୍ତ୍ତନ […]

Continue Reading

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି କିରାଣି

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଉ ଜଣା ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକର କୋଟିପତି କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ୮୦ ପ୍ରତିଶତ ବେଆଇନ ସମ୍ପତି ଠୁଳ କରିଥିବାରୁ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଗିରଫ ପରେ ରବୀନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି । ଆୟ ବହିର୍ଭୂତ […]

Continue Reading

ଆସନ୍ତାକାଲି କ୍ରାନ୍ତି ଦିବସ, ରାଜ୍ୟର ୨ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ପର୍ଦ୍ଧିତ କରିବେ ରାଷ୍ଟ୍ରପତି

ଭୁବନେଶ୍ବର : ଆସନ୍ତାକାଲି ଅଗଷ୍ଟ ୯, କ୍ରାନ୍ତି ଦିବସ । ଏହି ଅବସରରେ ରାଜ୍ୟର ୨ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବରଗଡ଼ ଜିଲ୍ଲା ପାଣିମୋରା ଗାଁର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ ଓ ଭଦ୍ରକ ଜିଲ୍ଲା ବାସୁଦେପୁର ତୁଳନ୍ତୁଳା ଗାଁର ସାରଦା ପ୍ରସାଦ ରୟଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବର୍ଦ୍ଧିତ କରିବେ । ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହେଉଥିବା ବେଳେ, କରୋନା କଟକଣାରୁ ଚଳିତ […]

Continue Reading

ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଝୁମ୍ପୁରାରେ ମର୍ମନ୍ତୁଦ ଦୁର୍ଘଟଣା । ୨୦ ନମ୍ବର ଜାତୀୟ ରାଜପଥ ଅର୍ସଳା ନିକଟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣାରେ ବାଇକରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ତାପସ ଗିରି ଓ ତାଙ୍କ ପତ୍ନୀ କୁମୁଦିନୀ ଗିରି । ସେମାନଙ୍କ ଘର ଘଟଗାଁ ଥାନା କେତାଙ୍ଗ ଗ୍ରାମରେ ବୋଲି ଜଣାପଡିଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ବାଲିବନ୍ଧ ନିକଟରୁ ଜବତ କରିଛି । ମଦ୍ୟପାନ […]

Continue Reading

ଛତିଶଗଡ଼ରେ କଂଗ୍ରେସ ନେତାଙ୍କୁ ମାଓବାଦୀଙ୍କ ମରଣାନ୍ତକ ଆକ୍ରମଣ

ଛତିଶଗଡ଼ : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଜଣେ କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ । ଦନ୍ତେୱାଡା ଜିଲ୍ଲାର କିରଣ୍ଡୁଲ ଥାନା ଠାରୁ ମାତ୍ର ୬ କିଲୋମିଟର ଦୂରରେ କଂଗ୍ରେସ ନେତା କୟୁମ ଋଦ୍ଧିକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ । ଚଲନାର ଗାଁରେ ମିତ୍ତଲ କମ୍ପାନୀ ଦ୍ବାରା ଦିଆଯାଇଥିବା କମ୍ୟୁନିଟି ହଲ ନିର୍ମାଣ କାମ ସାରି ଘରକୁ ଫେରିବା ସମୟରେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ […]

Continue Reading

କଟକରୁ ପୁଣି ଜବତ ହେଲା ନକଲି ଗୁଟଖା ଓ ଜର୍ଦ୍ଦା

କଟକ : କଟକରେ ଥମୁନି ନକଲି କାରବାର । ପ୍ରତିଦିନ କିଛି ନା କିଛି ନକଲି ସାମଗ୍ରୀ ଜବତ କରୁଛି ପୋଲିସ । କମ୍ପାନୀ ସିଜ୍ ହେଉଥିବା ବେଳେ, ଅନେକଙ୍କୁ ଗିରଫ କରୁଛି । ଏହାସତ୍ତ୍ବେ ବି ଖୁଲମଖୁଲା ଚାଲିଛଇ ନକଲି କାରବାର । ଆଜି ପୁଣି ମାଲଗୋଦାମ ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ଜର୍ଦା, ଗୁଟଖା, ପାନ ମସଲା ଓ ମାଦକ ଦ୍ରବ୍ୟ । ତିନୋଟି ଗୋଦାମ ଉପରେ ପୋଲିସ ଓ ସିଏମସି […]

Continue Reading

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

କନ୍ଧମାଳ : ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ବାଲିଗୁଡା ଥାନା କୁଟିକିଆ ଅଞ୍ଚଳର କାନ୍ତି ମଲ୍ଲିକ । ଅନେକ ଦିନ ଧରି କାନ୍ତି ମଲ୍ଲିକ କେକେବିଏନ ସଙ୍ଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ମାଓବାଦୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି କାନ୍ତି । ସେ ବିଭିନ୍ନ ମାଓ ହିଂସାକାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ସନ୍ଦେହ କରିଛି । […]

Continue Reading

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟର ସମସ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କାର୍ଡ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ […]

Continue Reading