ପାଟନା ଗାନ୍ଧୀ ମୈଦାନ ବିସ୍ଫୋରଣରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୧୩ରେ ପାଟନାର ଗାନ୍ଧୀ ମୈଦାନରେ ଘଟିଥିବା ସିରିୟଲ ବିସ୍ଫୋରଣରେ ଆଜି ଏନଆଇଏ କୋର୍ଟ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ନଭେମ୍ବର ୧ରେ ସେମାନଙ୍କ ଦଣ୍ଡର ଶୁଣାଣୀ ହେବ । ୨୦୧୩ ଅକ୍ଟୋବର ୨୭ରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନାରେ ଏହି ସ୍ଥାନରେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବାକୁ ଆସିଥିଲେ । ସେ ସମୟରେ ଏହି ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୯ଜଣ ଆହତ ହୋଇଥିଲେ । […]

Continue Reading

ଟି୨୦ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ପରାଜୟ ଯୋଗୁ ସଙ୍କଟରେ ପଡିଯାଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିଥିଲା । ଇଭାନ ଲୁଇସ ସର୍ବାଧିକ ୫୬ ରନ କରିଥିଲେ । ଦକ୍ଷିଣ ଆଫ୍ରିକାର ଡ୍ୱେନ ପ୍ରିଟୋରିୟସ ୩ଟି ୱିକେଟ ନେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ […]

Continue Reading

ପୁରୀ ବାସୀନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବାକୁ ଆଇନଜୀବୀ ଓ ଜଗନ୍ନାଥ ସେନାର ଦାବି

ପୁରୀ : ଖୋଲାଯାଉ ଶ୍ରୀମନ୍ଦିର ଚାରିଦ୍ୱାର। ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ଲୋକେ ସିଂହଦ୍ୱାରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷ କରୁଛନ୍ତି।‌ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଯାଉଥିବା ବୃଦ୍ଧ ବୃଦ୍ଧାମାନେ ସବୁଠୁ ଅଧିକ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି। ମହାପ୍ରସାଦ ପାଇବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦାମନେ […]

Continue Reading

ପାରମିତା ଶତପଥୀ ପାଇଲେ ଶାରଳା ପୁରସ୍କାର

ଭୁବନେଶ୍ବର : ଅନୁଷ୍ଠିତ ହୋଇଛି ୪୨ତମ ଶାରଳା ପୁରସ୍କାର ଉତ୍ସବ । ସୁଖ୍ୟାତ କଥାକାର ପାରମିତା ଶତପଥୀଙ୍କୁ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ପ୍ରଦାନ କରାଯାଇଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ପୁରସ୍କାର ସ୍ବରୂପ ଭାବେ ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଥିସହ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଓ ବିଶିଷ୍ଟ ଘୁମୁରାଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା […]

Continue Reading

ମୁଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କଲେ ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୂଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । କୋଚ ପଦ ପାଇଁ ଆବେଦନ କରିବା ଶେଷ ତାରିଖ ଆଜି (୨୬-୧୦) ଥିଲା । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅନ୍ତ ଘଟିଛି । ଟି୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ କୋଚ ପଦ ଛାଡିବା ନିଶ୍ଚିତ ହୋଇଛି । ତାଙ୍କ ସ୍ଥାନରେ ଦି ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ଦ୍ରାବିଡ ଏହି ଗୁରୁ […]

Continue Reading

ଫିଲ୍ମ ‘ଗଣପତ’ରେ ପ୍ରଥମ ଥର ନଜର ଆସିବେ ବିଗ୍ ବି ଏବଂ ଟାଇଗର

ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍ ଏବଂ ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ଏକାସଙ୍ଗେ କାମ କରିବେ। ଫିଲ୍ମ ‘ଗଣପତ’ ପାଇଁ ନିର୍ମାତା ଅମିତାଭ ବଚ୍ଚନଙ୍କୁ ଯୋଗଯୋଗ କରାଯାଇଥିଲା। ଫିଲ୍ମ ସହ ଯୋଡ଼ିଥିବା ସୂତ୍ରର ଅନୁସାରେ, ଏଥିରେ ଅମିତାଭ ବଚ୍ଚନ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ। ଏଥିରେ ଟାଇଗର ଶ୍ରଫଙ୍କ ପିତା ଜ୍ୟାକି ଶ୍ରଫ ଖାସ୍ ଚରିତ୍ରରେ ନଜର ଆସିବେ ବୋଲି କୁହାଯାଇଛି। ଟାଇଗର ଓ କ୍ରିତି ସାନନଙ୍କ ଗଣପତ ଫିଲ୍ମ ମୋଷ୍ଟ […]

Continue Reading

ଗୁପ୍ତ ତଥ୍ୟ ଯୋଗାଇଥିବା ୩ ନୌସେନା ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଆଜି ସିବିଆଇ ୩ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଛି । ଭାରତର ଏକ ବୁଡା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍ କରାଇଥିଲେ । ଏଥିରେ ୨ଜଣ ଅବସରପ୍ରାପ୍ତ କର୍ମଚାରୀ ଥିବା ବେଳେ ଜଣେ କାର୍ଯ୍ୟରତ କମାଣ୍ଡର ରହିଛନ୍ତି । ଏମାନଙ୍କ ଉପରେ ସନ୍ଦେହ ହେବା ପରେ ଗୋଇନ୍ଦା ବିଭାଗ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ବଳିଷ୍ଠ ପ୍ରମାଣ ମିଳିବା ପରେ ସିବିଆଇ ସେମାନଙ୍କୁ […]

Continue Reading

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ଡିସେମ୍ବର ୫ ଯାଏଁ ଖେଳ ଚାଲିବ।୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ […]

Continue Reading

ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ, ବାଲାଜୀ କମ୍ପାନୀର ମେସିନ ଓ ହାଇଓ୍ବାକୁ ବନ ବିଭାଗର ଜିମା ଦେଲେ ଲୋକ

ଢେଙ୍କାନାଳ : ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁ ସଂରକ୍ଷିତ ଜଙ୍ଗଲରୁ ଜବତ ହୋଇଛି ମେସିନ ଓ ହାଇଓ୍ବା । ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ, ଏସବୁ ମେସିନ ଓ ହାଇଓ୍ବାକୁ ଅଟକ ରଖି ବନ ବିଭାଗର ଜିମା ଦେଇଛନ୍ତି ଲୋକେ । ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଅଛି ଠିକାସଂସ୍ଥା ବାଲାଜୀ କମ୍ପାନୀ । […]

Continue Reading

ଦିବଂଗତ ପ୍ରଧାନଶିକ୍ଷକ ବନମାଳୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର : ଆଜି ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବୋରିକିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦୁଆ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସ୍ମୃତିସଭାରେ ସ୍ୱର୍ଗତ ମହାନ୍ତିଙ୍କ ବ୍ୟକ୍ତିତ୍ୱ, ଗୁଣାବଳୀ ଆଦି ବିଭିନ୍ନ ଦିଗ ସଂପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ସ୍ୱର୍ଗତ ବନମାଳୀ ମହାନ୍ତିଙ୍କ ସ୍ମୃତିରେ ଡକ୍ଟର ସନ୍ତୋଷ କୁମାର ମହାନ୍ତିଙ୍କଦ୍ୱାରା […]

Continue Reading