ପାକ୍ ସାଂସଦ ଲିୟାକତ ହୁସୈନଙ୍କ ମୃତ୍ୟୁ, ତୃତୀୟ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ

ପାକିସ୍ତାନ : ପାକିସ୍ତାନୀ ସାଂସଦ ଡା.ଆମୀର ଲିୟାକତ ହସୈନଙ୍କ କରାଚୀରେ ମୃତ୍ୟୁ ହୋଇଛି । ସେ ରହୁଥିବା ଆପର୍ଟମେଣ୍ଟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ଡାକ୍ତର ଲିୟାକତ ପାକିସ୍ତା ତେହେରିକ-ଏ-ଇନ୍ସାଫ(ପିଟିଆଇ)ର ପୂର୍ବତନ ସଦସ୍ୟ ଥିଲେ ଏବଂ ଏବେ ନାସନାଲ ଆସେମ୍ବଲିରେ ସାଂସଦ ଥିଲେ । ସେ ପୂର୍ବରୁ ଟିଭି ହୋଷ୍ଟ ଭାବରେ ମଧ୍ୟ […]

Continue Reading

ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ: ଏହିଦିନ ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା  ଜୁଲାଇ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ, ଏବଂ ଜୁଲାଇ ୨୧ ତାରିଖରେ ହେବ ଭୋଟ ଗଣିତ ଏହାପରେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ନିର୍ବାଚନ ନେଇ ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଗୁରୁବାର ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ମୁଖ୍ୟ […]

Continue Reading

ଦଳରୁ ବାଦ ପଡିଲେ ରାହୁଲ-କୁଳଦୀପ: କ’ଣ ହୋଇପାରେ ପ୍ରଥମ ମ୍ୟାଚର ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: ଭାରତ-ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ପୂର୍ବରୁ ଚିନ୍ତାରେ ପଡିଛି ଟିମ ଇଣ୍ଡିଆ । ଦୁଇ ଷ୍ଟାର ଖେଳାଳିୀଙ୍କୁ ହରାଇ ଏବେ ପ୍ଲେଇଙ୍ଗ ୧୧କୁ ନେଇ ଚାଲିଛି କଳ୍ପନାଜଳ୍ପନା । ଅଧିନାୟକ ଭାବରେ ଚୟନ ହୋଇଥିବା ଓପନର କେ.ଏଲ ରାହୁଲ ଏବଂ ଷ୍ଟାର ସ୍ପିନର କୁଳଦୀପ ଯାଦବ ଆହତ ଯୋଗୁଁ ଦଳରୁ ବାଦ ପଡିଛନ୍ତି । ଫଳରେ ଦଳରେ ଅନୁଭବୀ ଖେଳାଳିଙ୍କ ସଂଖ୍ୟା କମ ରହିଛି । ଯାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି […]

Continue Reading

ପୁଣି ଡରାଉଛି କରୋନା: କଟକର ଏକ ଘରୋଇ ହଷ୍ଟେଲରୁ ୧୩ ଛାତ୍ର ପଜିଟିଭ୍

କଟକ: କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନର ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । […]

Continue Reading

ଭୁବନେଶ୍ୱର ଘାଟିକିଆରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ମାରିବା ପରେ ଝିଅର ତଣ୍ଟି କାଟିଲା ନୃଶଂସ ବାପା, ଜାଣନ୍ତୁ କ’ଣ କହିଲେ DCP

ଭୁବନେଶ୍ୱର: ଭୁବନେଶ୍ୱର ଘାଟିକିଆରେ ଆଜି ଘଟିଛି ଏକ ବୀଭତ୍ସ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ଏତିକି ନୁହେଁ, ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅକୁ ବି ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନଥିଲା । ୬ ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା ବାପା । ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ବାପା ଫେରାର […]

Continue Reading

ଉଦଘାଟନ ବେଳେ ଭୁଶୁଡ଼ିଲା ଝୁଲା ବ୍ରିଜ୍: ପତ୍ନୀଙ୍କ ସହ ନାଳରେ ପଡ଼ିଲେ ମେୟର ସାହେବ୍

ଭୁବନେଶ୍ୱର : ଭ୍ରଷ୍ଟାଚାର ଅନେକ ମାମଲା ଦେଖିବାକୁ ମିଳୁଛି, ଯାହାର ଶିକାର କେବଳ ସାଧାରଣ ଜନତା ହେଉଛନ୍ତି । ସରକାରୀ ବିଭାଗ ଦ୍ୱାରା ସଡ଼କ ନିର୍ମାଣ ହେଉ ବା ବ୍ରିଜ ନିର୍ମାଣରେ ଦୁର୍ନୀତି ହେଉଛି । ଭାରତରେ ଏହା ଅତି ସାଧାରଣ କଥା । କିନ୍ତୁ ବାହାର ଦେଶରେ ବି ଏପରି ଅବହେଳା ଦେଖିବାକୁ ମିଳୁଛି । ମେକ୍ସିକୋରେ ଏକ ଜ୍ୱଳନ୍ତ ଫଟୋ ସାମ୍ନାକୁ ଆସିଛି । ଉଦଘାଟନ୍ ସମୟରେ ଭୁଶୁଡ଼ି ପଡ଼ିଥିଲା ଏକ ଝୁଲା ବ୍ରିଜ୍ । […]

Continue Reading

ଗଞ୍ଜାମରେ ଓଏଏସ ସ୍ତରରେ ଅଦଳବଦଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଡିଏ ସଚିବ ସମ୍ବିତ ରାଉତଙ୍କ ଗତ ଡିସେମ୍ବର ୬ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିଲା। ଏହି ବଦଳି ନିର୍ଦ୍ଦେଶକୁ ରାଜ୍ୟ ସରକାର ବୁଧବାର ବାତିଲ କରିଛନ୍ତି। ଛତ୍ରପୁର ଉପ-ଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି। ସେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବୁନାଥ ନନ୍ଦିଙ୍କୁ ଜିଲା ଗ୍ରାମ୍ୟ ଉନ୍ନୟନ […]

Continue Reading

୮୮ ବର୍ଷ ପରେ ରଣଜୀରେ ଇତିହାସ ରଚିଲା ବେଙ୍ଗଲ

କୋଲକାତା: ବାଙ୍ଗାଲୋରରେ ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ୮୮ ବର୍ଷ ପରେ ବେଙ୍ଗଲ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ଝାଡଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଙ୍ଗଲ ୭ ୱିକେଟ ବିନିମୟରେ ୭୭୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଏଥିରେ ବେଙ୍ଗଲର ୯ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକି ଏକ ରେକର୍ଡ । ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହେଲେ-ଅଭିଷେକ ରମନ(୬୧), ଏଆର […]

Continue Reading

ଚିଠି ପରେ ବଢ଼ିଲା କି ଚାପ ? କାହିଁକି ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା

ପୁରୀ: ଚିଠି ଲେଖିଲେ, ଛୁଟିରେ ଗଲେ । ପୁରୀରେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାକୁ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଛୁଟିରେ ଯିବେ । ଏନେଇ ସେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏ ଛୁଟିରେ ରହିବାକୁ ଅନୁମତି ମାଗିଛନ୍ତି ସଞ୍ଜୟ । ଏପରିକି ଛୁଟି ସମୟରେ ହେଡ କ୍ୱାର୍ଟର ଛାଡ଼ିବାକୁ ଅନୁମତି ଦେବା ପାଇଁ […]

Continue Reading

ବାରବାଟିରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ମ୍ୟାଚ ବାତିଲ ହେବା ନେଇ ଯେଉଁ ଟିକିଏ ଆଶଙ୍କା ଥିଲା ତାହା ସମ୍ପୂର୍ଣ୍ଣ ଟଳି ଯାଇଛି। ମ୍ୟାଚ ବେଳେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ […]

Continue Reading