ଚର୍ଚ୍ଚାରେ ଅପରାଜିତାଙ୍କ ଧାନ ତଳି ରୋଇବା ଫଟୋ

Top Storise ରାଜ୍ୟ

ଭୁବନେଶ୍ୱର: ରୋକ୍‌ଠୋକ୍‌ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ପ୍ରଶାସିକାରୁ ରାଜନେତା ବନିଥିବା ଶ୍ରୀମତୀ ଷଡଙ୍ଗୀ ଏଥର କିନ୍ତୁ ନିଜ ବାକ୍ୟ ବାଣ ପାଇଁ ଚର୍ଚ୍ଚାରେ ନାହାନ୍ତି। ବରଂ ତାଙ୍କର କିଛି ଫଟୋକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଅଧା ଓଡ଼ିଶା ପାଣି ଘେରରେ ଥିବା ବେଳେ ଅପରାଜିତାଙ୍କୁ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଆନ୍ଦାଜରେ। ସେ ଚାଷ ଜମିରେ ଚାଷୀଙ୍କ ସହିତ ତଳି ରୋଉଥିବା ଦେଖିବାକୁ ମିଳିଛି। ଯେଉଁ ଫଟୋ ସେ ନିଜେ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି।

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଫଟୋର କ୍ୟାପ୍‌ସନ୍‌ ରହିଛି-ମା, ମାଟି ଆଉ ଆମ ଅନ୍ନଦାତା କୃଷକ…। ଦୁଇଦିନ ତଳେ ସେ ବେଗୁନିଆରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ଭୁବନେଶ୍ୱର ଫେରିବା ରାସ୍ତା ପାର୍ଶ୍ୱରେ କିଛି ଚାଷୀ ଜମିରେ ତଳି ରୋଉ ଥିଲେ। ଏହା ଦେଖି ଶ୍ରୀମତୀ ଷଡଙ୍ଗୀ ସେମାନଙ୍କ ପାଖକୁ ଯାଇ କିଛି ସମୟ କଥା ହୋଇଥିଲେ। ପରେ ସେମାନଙ୍କ ସହିତ ଜମିରେ ତଳି ରୋଇଥିବା ଜଣାପଡ଼ିଛି। ଯାହାର ଫଟୋ ଏବେ ସୋଶାଲ୍‌ ମିଡିଆରେ।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ତଳି ରୋଇବାର ଫଟୋ ସୋଶାଲ ମିଡ଼ିଆରେ ପୋଷ୍ଟ ହେବା ପରେ ବହୁ ଫଲୋୟର୍ସ କମେଣ୍ଟ ଦେଇଛନ୍ତି। କିଏ ଲେଖିଛନ୍ତି ନେତା ହେବ ତ ଅପରାଜିତା ମାଡ଼ାମଙ୍କ ପରି। ଆଉ କିଏ ଲେଖିଛନ୍ତି ଚାଷ ଚାଷୀ ଓ ଜନତା ସାଥୀରେ ଅପରାଜିତା। ସତରେ!!! ନିଆରା ନେତା…..So Proud of you dear Mam ବୋଲି ଲେଖିଛନ୍ତି। ଆଉ ଜଣେ ଫଲୋୟର୍ସ ଲେଖିଛନ୍ତି ଗର୍ବିତ, ଆମ କଟକିଆଙ୍କୁ ଏଭଳି ସାଂସଦ ମିଳିଥିଲେ, ବାଦାମବାଡ଼ି ବସଷ୍ଟାଣ୍ଡ ଆଜି ବିଶ୍ୱସ୍ତରୀୟ ହୋଇଥାନ୍ତା।

Leave a Reply

Your email address will not be published. Required fields are marked *