ଚିଠି ପରେ ବଢ଼ିଲା କି ଚାପ ? କାହିଁକି ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା

ପୁରୀ: ଚିଠି ଲେଖିଲେ, ଛୁଟିରେ ଗଲେ । ପୁରୀରେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାକୁ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଛୁଟିରେ ଯିବେ । ଏନେଇ ସେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏ ଛୁଟିରେ ରହିବାକୁ ଅନୁମତି ମାଗିଛନ୍ତି ସଞ୍ଜୟ । ଏପରିକି ଛୁଟି ସମୟରେ ହେଡ କ୍ୱାର୍ଟର ଛାଡ଼ିବାକୁ ଅନୁମତି ଦେବା ପାଇଁ […]

Continue Reading

ବାରବାଟିରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ମ୍ୟାଚ ବାତିଲ ହେବା ନେଇ ଯେଉଁ ଟିକିଏ ଆଶଙ୍କା ଥିଲା ତାହା ସମ୍ପୂର୍ଣ୍ଣ ଟଳି ଯାଇଛି। ମ୍ୟାଚ ବେଳେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ […]

Continue Reading

୧୦ମ ଓଡ଼ିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା-୨୦୨୨ ଉଦଯାପିତ୍

ବରଗଡ଼: ୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା ‘ଓଡିଶା ମୁଏଥାଇ ୟୁନିଅନ’ ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ ସହଯୋଗରେ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିୟମ ଠାରେ ଆୟୋଜିତ କରାଯାଇଥିଲା । ଜୁନ୍ ୪ ଓ ୫ ତାରିଖ ଦୁଇଦିନ ଧରି ଚାଲିଥିଲା ପ୍ରତିଯୋଗିତା । ପ୍ରତିଯୋଗିତାରେ ରାଜ୍ୟର ୧୭ଟି ଜିଲ୍ଲାରୁ ମୋଟ ୧୬୭ […]

Continue Reading

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହି […]

Continue Reading

ଆସିଲା ଏରୋ ସ୍ପୋର୍ଟସ ପଲିସି-୨୦୨୨: ଏୟାର ସ୍ପୋର୍ଟସରୁ ଆସିବ ଦଶ ହଜାର କୋଟି ରାଜସ୍ୱ

ଭୁବନେଶ୍ୱର: ଭାରତ ମଙ୍ଗଳବାର ଏରୋ ସ୍ପୋର୍ଟସ ପଲିସି-୨୦୨୨ ଉନ୍ମୋଚନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଏହାକୁ ଉନ୍ମୋଚନ କରିବା ସହ ଏହି ନୀତି(ପଲିସି) ଏରୋ ସ୍ପୋର୍ଟସରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିବ । ଏହି ନୀତି ଜରିଆରେ ଏଏସଏଫଆଇ (ଏୟାର ସ୍ପୋର୍ଟସ ଫେଡେରେସନ ଅଫ୍ ଇଣ୍ଡିଆ) ସର୍ବୋଚ୍ଚ ପରିଚାଳକ ସଂସ୍ଥା ରୂପେ କାର୍ଯ୍ୟ କରିବ । ଏହା ଅଧୀନରେ ୧୩ଟି ସଂଗଠନ ଖୋଲିବ […]

Continue Reading

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ଗିରଫ ହେଲା ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍

ଭୁବନେଶ୍ୱର: ସାରା ଦେଶରେ ଚହଳ ଖେଳାଇଛି ପଂଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା । ଏ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଖବର । ନିକଟରେ ପଂଜାବ ପୋଲିସକୁ ମିଳିଛି ଆଂଶିକ ସଫଳତା । ଜାଲରେ ପଡିଛି ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍ । ସନ୍ଦୀପ ଓରଫ କେକଡା ନାମକ ଜଣେ ବ୍ୟକ୍ତିକୁ ପଂଜାବ ପୋଲିସ ଗତ ସୋମବାର ହରିୟାଣାର ସିର୍ସା ଜିଲ୍ଲାରୁ ଗିରଫ କରିଛି । ପୋଲିସ ରିପୋର୍ଟ ଅନୁଯାୟୀ […]

Continue Reading

ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ: ମରିବାକୁ ନେଇ ଡରାଅ ନାହିଁ , ବଞ୍ଚିବାକୁ ଚାହେଁ

କଟକ: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି । ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି। ଏହାଛଡ଼ା ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି । ନିଜ ଫ୍ୟାନ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କୁ ତାଙ୍କ ଖରାପ ସମୟରେ ସପୋର୍ଟ କରିଥିବାରୁ ସେ ନିଜର ଖୁସି ଜାହିର […]

Continue Reading

ବହୁତ ହୋଇଗଲା ପ୍ରେମ, ଏଥର ବିବାହ କରିବେ ନୟନ୍ଥରା

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ନୟନ୍ଥରା । ଦିନେ ସେ ସାଜିଥିଲେ ଡିରେକ୍ଟର୍‌, ଆକ୍ଟର୍ ତଥା କୋରିଓଗ୍ରାଫର୍ ପ୍ରଭୁଦେବାଙ୍କ ପ୍ରେମିକା । ହେଲେ ସେ ଆଉ କାହାରି ପ୍ରେମିକା ହୋଇ ରହିବାକୁ ଚାହୁଁନାହାନ୍ତି । ଶେଷରେ ସେ ନେଇଛନ୍ତି ବିବାହ କରିବାକୁ ନିଷ୍ପତ୍ତି । ଆଉ ମାତ୍ର କେଇଟା ଦିନ ପରେ ଜୁନ୍ ୯ ତାରିଖ ଗୁରୁବାର ଦିନ ବିବାହ କରିବେ ନୟନ୍ଥରା । ଏଥିପାଇଁ ମହାବଳୀପୁରମର ଏକ ଛୋଟ ରିସର୍ଟ ମଧ୍ୟ ବୁକ୍ […]

Continue Reading

ପିଇବାପାଣି ସମସ୍ୟା ନେଇ ରାଜରାସ୍ତାରେ ଗାଁର ଲୋକେ

ଢେଙ୍କାନାଳ :  ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଛି ଜନଜୀବନ । ତା ସହିତ ବିଭିନ୍ନ ସ୍ଥାନରେ ପିଇବାପାଣିର ସମସ୍ୟାକୁ ଯେମିତି ଆହୁରି ବଢାଇ ଦେଇଛି । କିଛି ସ୍ଥାନରେ ଅତିଷ୍ଠ ଲୋକେ ପ୍ରତିବାଦ କରୁଛନ୍ତି । ହେଲେ ପାଣି ସମସ୍ୟା ଦୂର ହୋଇପାରୁନି । ସେହିଭଳି ଢେଙ୍କାନାଳ କାମାକ୍ଷାନଗରରେ ପିଇବା ପାଣି ସମସ୍ୟା ନେଇ ଗାଁର ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶହଶହ ଲୋକ ପିଇବାପାଣି ମୁନ୍ଦାଏ ସୁବିଧା କରବିାକୁ ଦାବି କରି ରାଜରାସ୍ତା ଅବରୋଧ କରି […]

Continue Reading

ଢିଙ୍କିଆରେ ସମାଜସେବୀ ମେଧା ପାଟକରଙ୍କୁ ବିରୋଧ: ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି

କଳାହାଣ୍ଡି : ଢିଙ୍କିଆରେ ପହଁଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ । ସମାଜସେବୀଙ୍କୁ ଗାଁ ଭିତରେ ପୂରାଇ ଦେଲେନି ଲୋକେ । ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି ସମାଜସେବୀଙ୍କୁ ଗ୍ରାମବାସୀ କଲେ ପ୍ରଶ୍ନ । ଆମ ଭିତରେ ଭାଇଚାରା ଭାଙ୍ଗିବାକୁ ପ୍ରୟାସ କରନାହିଁ ବୋଲି ଗାଁ ଲୋକେ ମେଧା ପାଟକରଙ୍କୁ କହିଛନ୍ତି । ପରିବେଶ ସୁରକ୍ଷା ପାଇଁ ତାଙ୍କ ଆନ୍ଦୋଳନ ସେ ଜାରି ରଖିଛନ୍ତି । ଖଣ୍ଡୁଆଳମାଳି ସୁରକ୍ଷା ସମାବେଶରେ […]

Continue Reading