ଦିଲ୍ଲୀ: ଭୁଷୁଡ଼ିଲା ନିର୍ମାଣଧିନ କୋଠା, ରେସ୍କ୍ୟୁ ପାଇଁ ଏନଡିଆରଏଫ ଟିମ୍ ର ଉଦ୍ୟମ ଜାରି

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସୋମବାର ଏକ ନିର୍ମାଣଧିନ କୋଠା ଭୁଷୁଡ଼ି ପଡ଼ିବାର ଖବର ଆସିଛି । ଏହି ଭଗ୍ନାବଶେଷ ତଳେ ପ୍ରାୟ ୭ ଶ୍ରମିକ ଫସି ରହିଥିବା ଜଣଅପଡିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୪ ଶ୍ରମିକଙ୍କୁ ବାହାର କରାଯାଇ ସାରିଲାଣି । ଘଟଣା ବିଷୟରେ ସୂଚନା ପାଇ ଦମକଳ ବାହନୀର ୬ ଗାଡ଼ି ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚିଥିଲା । ବର୍ତ୍ତମାନ ଦମକଳ ଏବଂ ଏନଡିଆରଏଫ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । […]

Continue Reading

ଓଡ଼ିଶାରେ ଆଉ ୨ ସପ୍ତାହ ଗ୍ରୀଷ୍ମ ପ୍ରବାହ: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଗୀଷ୍ମ ପ୍ରବାହ ଅତ୍ୟନ୍ତ ଅସହ୍ୟ ହୋଇପଡିଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଲୋକେ କଲବଲ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ଥିତି ଗୁରୁତର ରହିଛି । ରାଜ୍ୟରେ ଆହୁରି ୨ ସପ୍ତାହ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ୧୧ ଜିଲ୍ଲାକୁ ଆଗାମୀ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପ୍ରିଲ ୨୫ରୁ ୨୯ ଯାଏଁ ଅଧିକାଂଶ ଜିଲ୍ଲାରେ ତାତି […]

Continue Reading

ତତଲା କଡ଼େଇରେ ଛଟପଟ ହେଉଛନ୍ତି ରାଜଧାନୀବାସୀ, ଆଜି ବି ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ କଲବଲ କରୁଛି ପ୍ରଚଣ୍ଡ ରୌଦ୍ର ତାପ । ସତେ ଯେମିତି ଜନସାଧାରଣ ତତଲା କଡ଼େଇରେ ଛଟପଟ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସକାଳ ୯ଟା ପରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଦ୍ୱିପ୍ରହର ସମୟରେ ରାଜଧାନୀର ରାଜରାସ୍ତା ଜନଶୂନ୍ୟ ହୋଇପଡ଼ୁଛି । ତେବେ ଆଜି ବି ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ୍ […]

Continue Reading

ଦେଶବାସୀଙ୍କୁ ପୁଣି ଡରାଇଲାଣି କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦୀ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଆସନ୍ତା ୨୭ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଆଲୋଚନା କରିବେ । ପୂର୍ବରୁ ଗତ ଜାନୁଆରୀ ମାସ ୧୩ ତାରିଖରେ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡ଼ରେ ଓମିକ୍ରନ ଭାରିଆଣ୍ଟକୁ ନେଇ ଆଲୋଚନା କରିଥିଲେ । ନିକଟରେ ଦେଶର ବିଭିନ୍ନ ରାଜ୍ୟରେ କୋଭିଡର […]

Continue Reading

ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ, ଏବେ ଫିଟିବ ପରଦା ପଛର ଅସଲ ରହସ୍ୟ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ ଚାଟିଂ କରିଥିବା ଜଣାପଡ଼ିଛି । ନିଶାନ୍ତଙ୍କୁ ସିନିୟରମାନେ ର୍ୟାଗିଂ କରିବା ସହ ଖେଳ ପଡ଼ିଆକୁ ଜୋରଜବରଦସ୍ତ ଡାକି ନେଉଥିଲେ । ଜୁନିୟରଙ୍କୁ ସିନିୟରଙ୍କ ସହ ଖେଳିବାକୁ ଓ ପାର୍କ ଯିବାକୁ ଅନୁମତି ମିଳୁନଥିଲା । ସିନିୟରଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ […]

Continue Reading

ହନୁମାନ ଚାଳିଶା ବିବାଦ: ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଣା ଦମ୍ପତ୍ତି

ନୂଆଦିଲ୍ଳୀ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ରାଣା ଦମ୍ପତ୍ତିଙ୍କୁ କୋର୍ଟ ଜେଲ ପଠାଇଛନ୍ତି । ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ଗାଇବାକୁ ନେଇ ବିବାଦ ହେବାରୁ ଉଭୟଙ୍କୁ ଖର ପୋଲିସ୍ ଗିରଫ କରିଥିଲା । ଆସନ୍ତା ୬ ତାରିଖ ଯାଏଁ ଉଭୟ ଜେଲରେ ରହିବେ ବୋଲି ଜଣାପଡିଛି । ସ୍ୱାଧୀନ ଭାବରେ ବିଧାୟକ ଓ ସାଂସଦ ରହିଥିବା ଦମ୍ପତ୍ତି ରବି ରାଣା ନବନୀତ୍ ଓ ରାଣାଙ୍କୁ ଗିରଫ କରିଛି ପୋଲିସ୍ । ଧାର୍ମିକ ଭାବନାକୁ ଆଘାତ […]

Continue Reading

ଗୋଟିଏ କ୍ଲିକ୍ ରେ ଘରେ ବସି ପାଆନ୍ତୁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା, କଂପାନି ଲୋଗ ଲଞ୍ଚକଲା “ଭିକେୟାରୟୁ’

ଭୁବନେଶ୍ଵର : ଆଜିର ଲୋକମାନେ ନିଜର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ଅନାୟସରେ ସମସ୍ତ ସୁବିଧା ସୂଯୋଗ ନିଜ ହାତ ପାଆନ୍ତାରେ ପାଇବାକୁ ଚେଷ୍ଟା କରୁଛନ୍ତି । ଲୋକମାନଙ୍କର ଏହି ଆଶା ଏବଂ ଆବଶ୍ୟକତାକୁ ପୁରଣ କରିବାମ ପାଇଁ ଅଗ୍ରଣୀ ଗୃହ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଭିକେୟାର ପକ୍ଷରୁ ଓଡ଼ିଶା ରାଜ୍ୟରେ ଏହାର କାରବାର ଶୁଭାରମ୍ଭ ବିଷୟରେ ଆଜି ଘୋଷଣା କରାଯାଇଛି । ଲୋକମାନଙ୍କ ପାଖରେ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ପହଂଚାଇବା ଲକ୍ଷ୍ୟ ରଖି କଂପାନି […]

Continue Reading

ଲିଭ୍ ଇନ୍ ରେ ରହି ବିବାହ କରିବାକୁ ମନା କରିବାରୁ ଏମ. ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଭଲ ପାଇଥିଲେ ବିବାହ କରିବେ ବୋଲି କଥା ଦେଇ ଲିଭ୍ ଇନ୍ ରେ ରହିଥିଲେ । ୨ ବର୍ଷ ଧରି ଯୁବତୀଙ୍କ ସହିତ ସମ୍ପର୍କରେ ରହିବା ପରେ ଶେଷ ହୋଇଯାଇଛି ପ୍ରେମ ଏବଂ ବଢିଯାଇଛି ଦୂରତା । ଏବେ ଏହି ଦୁରତା ଏତେ ବଢିଯାଇଛି ଯେ ପ୍ରେମିକଙ୍କୁ ଜେଲରେ ପୁରାଇ ଦେଇଛନ୍ତି ପ୍ରେମିକା । ଓଡ଼ିଆ ସିରିଏଲର ଜଣାଶୁଣା ଚେହେରା ଏମ.ସୁମନ କୁମାର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଲିଭ୍ ଇନ୍ ରେ ରହିବା […]

Continue Reading

ଲକ୍ଷ୍ମୀପୁର ମାମଲାରେ ଆତ୍ମସମର୍ପଣ ଆଶିଷ ମିଶ୍ରା, ପୁଣି ଗଲେ ଜେଲ

ଉତ୍ତରପ୍ରଦେଶ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଲଖୀମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟାନୀଙ୍କ ପୁଅ ଆଶିଷ ମିଶ୍ରା ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୧୨୮ ଦିନ ଜେଲରେ ରହିବା ପରେ ଫେବୃଆରୀ ୧୫ ତାରିଖରେ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ଏହା ପରଠୁ ସେ ଜେଲ ବାହାରେ ଥିଲେ । ତେବେ ଏପ୍ରିଲ ୧୮ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଜାମିନକୁ ଖାରଜ […]

Continue Reading

ଆଗାମୀ ୨୫ ବର୍ଷରେ ଜାମ୍ମୁ କାଶ୍ମୀର ବିକାଶର ଏକ ନୂତନ କାହାଣୀ ଲେଖିବ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ପଲ୍ଲୀ ଗ୍ରାମ ପଞ୍ଚାୟତରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଜାତୀୟ ପଞ୍ଚାୟତ ଦିବସ ଅବସରରେ ସେ ସାରା ଦେଶରେ ପଞ୍ଚାୟତକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ରାଜ୍ୟକୁ ଅନେକ ଉପହାର ଦେଇଥିଲେ। ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀର ଗସ୍ତରେ ଏହା ପ୍ରଥମ ଗସ୍ତ ଥିଲା। ରାଜ୍ୟର ଯୁବକମାନଙ୍କୁ ସମ୍ବୋଧିତ କରି ସେ […]

Continue Reading