୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ବି ରାଜ୍ୟରେ ଆଶାନୁରୂପକ ବର୍ଷା ହୋଇନାହିଁ । ତେବେ ଏହାରି ମଧ୍ୟରେ ଖବର ଆସିଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ, ଫଳରେ ଏହି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪ ରୁ ୫ ଦିନ ଯାଏଁ ହାଲୁକା ବର୍ଷା ସମ୍ଭାବନା ରହିଥିବା ବେଳେ କେତେକ […]

Continue Reading

ବୁମ ବୁମ ବୁମରାହଙ୍କ କମାଲ: ବ୍ରଡଙ୍କ ଓଭରରେ ନେଲେ ୩୫ ରନ

ଏଜବେଷ୍ଟନ: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ ମଧ୍ୟ କମାଲ କରିିଛନ୍ତି ଅଧିନାୟକ ଯଶପ୍ରୀତ ବୁମରାହ । ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ସେ ୩୫ ରନ ସଂଗ୍ରହ କରିଥିଲେ । ବ୍ରଡଙ୍କ ଏହି ଓଭରରେ ବ୍ୟାଟରୁ ୨୯ ଏବଂ ଅତିରିକ୍ତରୁ ୬ ରନ ମିଳିଥିଲା । ଏଥିସହ ବ୍ରଡ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ମହଙ୍ଗା ଓଭର ପକାଇଛନ୍ତି । ତାଙ୍କ ପୂର୍ବରୁ […]

Continue Reading

ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ ଆୟୋଜନ କରୁଛନ୍ତି ‘ସୁଶ୍ରୁତ : ଦ ହେଲ୍ଥ କନକ୍ଲେଭ’

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲ୍ଥ କନକ୍ଲେଭ’ । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଗ୍ରାମାଞ୍ଚଳ ବିକାଶ, […]

Continue Reading

ରାଜଧାନୀରୁ ପିଲା ଚୋରି, ମୟୂରଭଞ୍ଜରୁ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଧରା ପଡ଼ିଲା ପିଲା ଚୋରଣୀ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ମୟୂରଭଞ୍ଜ ରାଇରଙ୍ଗପୁରର ୫୦ ବର୍ଷୀୟ ମହିଳା ୩ ବର୍ଷର ପୁଅକୁ ଚୋରାଇ ନେଇ ଯାଇଥିଲେ । ଏହି ମାମଲାର ତଦନ୍ତ କରି ପିଲାକୁ ଉଦ୍ଧାର କରିବା ସହ ମହିଳା ପଦ୍ମାବତୀ ନାଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଆଉ ଛୁଆଟି ତାର ସମ୍ପର୍କୀୟ ମାଉସୀ ପାଖରେ ଥିବା ବେଳେ ରାତି ଅଧରେ ଚୋରି କରି ନେଇ ଯାଇଥିଲେ ମହିଳା ଜଣଙ୍କ । ପୋଲିସ ରାଇରଙ୍ଗପୁର […]

Continue Reading

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ, ଭୁବନେଶ୍ୱରରେ ରହିଛି ଏକାଧିକ ପ୍ଲଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । କଟକ ଜିଲ୍ଲା ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ୪ ଜଣ ଡିଏସପିଙ୍କ ନେତୃତ୍ୱରେ ଏକାଧିକ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଚଢ଼ାଉ ବେଳେ ଠାବ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ୧.୨୫ କୋଟିର ବିଲ୍ଡିଂ ସହ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୪ଟି ପ୍ଲଟ୍, ୪୫ […]

Continue Reading

ପାଣି ପାଇଁ ଗାଁ ଦାଣ୍ଡରେ ମହିଳାଙ୍କୁ ବିଭତ୍ସ ହତ୍ୟା

ପଦ୍ମପୁର: ପାଣି ପାଇଁ ଜୀବନ ଗଲା । ଗାଁ ଦାଣ୍ଡରେ ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଲୋହାରପାଲି ପଞ୍ଚାୟତ ଗମ୍ଭାରିଡ଼ିହି ଗାଁରେ । ଗାଁର ଜଣେ ମହିଳା ନଳକୂପରୁ ପାଣି ନେଇ ଯାଉଥିବା ସମୟରେ ସେହି ଗାଁର ଜଣେ ଯୁବକଙ୍କ ସହ କଥା କଟାକଟି ହୋଇଛିଲା । ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ଯୁବକ ଜଣଙ୍କ । ଅଭିଯୁକ୍ତ ଦେବାଶିଷ ବାରିକ ଟାଙ୍ଗିଆରେ ମହିଳାଙ୍କୁ […]

Continue Reading

ଛିଙ୍କିବା ବେଳେ ନାକ ବାଟେ ବାହାରିଲା ୧୦ ବର୍ଷ ତଳୁ ଫସି ରହିଥିବା କଏନ୍

ନୂଆଦିଲ୍ଲୀ: ୧୦ ବର୍ଷ ପରେ ବାହାରିଲା ନାକରେ ଲାଗି ରହିଥିବା କଏନ୍ । ଆଜ୍ଞା ହଁ ମାତ୍ର ୪ ବର୍ଷର ହୋଇଥିବା ଉମର କମେର ନାକ ଭିତରେ ଏକ କଏନ୍ ଲାଗି ଯାଇଥିଲା । ଆଉ ୧୦ ବର୍ଷ ପରେ ଛିଙ୍କିବା ବେଳେ କଏନଟି ନାକ ବାଟେ ବାହାରି ଆସିଛି । ଏ ଘଟଣା ହେଉଛି ଦକ୍ଷିଣ ଲଣ୍ଡନରେ ରହୁଥିବା ଉମେର କମରଙ୍କର । ତେବେ ୪ ବର୍ଷର ହୋଇଥିବା ବେଳେ କିଭଳି ନାକରେ କଏନ୍ ଫସି […]

Continue Reading

ଝିଅ କୌଣସି ପୁଅ ସହିତ ଫେରାର ହେଲେ ପିତାମାତଙ୍କୁ ଜେଲ୍ ପଠାଇଦେବି, IPS ଅଧିକାରୀଙ୍କ ବିବାଦୀୟ ବୟାନ,

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ରାଜନେତା, ଫିଲ୍ମଷ୍ଟାର, ସରକାରୀ ଅଧିକାରୀଙ୍କର ବିବାଦୀୟ ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଫଳସ୍ୱରୂପ ଏହି ବ୍ୟକ୍ତିମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେବେ ଉତ୍ତରପ୍ରଦେଶର ଜଣେ ଆଇପିଏସ ଅଧିକାରୀ ଏଭଳି ଏକ ବିବାଦୀୟ ବୟାନ ଦେଇ ଫସିଛନ୍ତି । ପରେ ନିଜର ଭୁଲ୍ ବୁଝିପାରି ଅଧିକାରୀ ଜଣଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି । ରାମପୁର ପୋଲିସ ଅଧିକ୍ଷକ ଅଶୋକ କୁମାର ଶୁକ୍ଲା କହିଥିଲେ, ଆଜିକାଲି ହିନ୍ଦୁ, ମୁସଲମାନ ପୁଅ ଓ […]

Continue Reading

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ମୁମ୍ବାଇ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ଫଡନାବୀସ । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି । ଫଡନାବୀସଙ୍କ ସହିତ କିଛି ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟପାଳଙ୍କ ଠାରେ ଏହି ଦାବି ରଖିଛନ୍ତି ଯେ ଉଦ୍ଧବ ସରକାରଙ୍କ ଠାରେ ବହୁମତ ନାହିଁ । 39 ବିଧାୟକ ଉଦ୍ଧବ ସରକାରଙ୍କୁ ସମର୍ଥନ କରୁନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିର୍ଦେଶ […]

Continue Reading

କାଲି ମହାରାଷ୍ଟ୍ରରେ ବହୁମତ ପରୀକ୍ଷା, ସରକାର ବଞ୍ଚାଇବାକୁ ପାୱାରଙ୍କ ଘରେ ଘନ ଘନ ବୈଠକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ରାଜ୍ୟପାଳ କହିଛନ୍ତି । ଗୁରୁବାର ଦିନ ୧୧ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ରାଜ୍ୟପାଳ ଭଗତ ସିଂବ କୋଶ୍ୟାରି ଜଣାଇଛନ୍ତି । ଅନ୍ୟପଟେ ଫ୍ଲୋର ଟେଷ୍ଟକୁ ବିରୋଧ କରି ଶିବସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ […]

Continue Reading