ରାଜ୍ୟରେ ବଢୁଛି ତାପମାତ୍ରା, ଭୁବନେଶ୍ୱର ସବୁଠୁ ଅଧିକ ଉତ୍ତପ୍ତ ସହର

ରାଜ୍ୟ

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ।

ସେହିଭଳି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ, ଯାହା ଫେବୃଆରୀ ମାସରେ ସ୍ୱାଭାବିକଠାରୁ ଅଧିକ। ତେବେ ରାତିର ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପୂର୍ବରୁ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨ ରୁ ୩୩ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଥିବା ବେଳେ ଏବେ ପ୍ରାୟ ୬.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ସେହିଭଳି ରାତିର ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରହିଛି।

Leave a Reply

Your email address will not be published. Required fields are marked *