ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ବାଇକରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗହଣା ଦୋକନୀ ପୁଅଙ୍କ ସମେତ ୨ଜଣ ଗୁରୁତର ହୋଇଛନ୍ତି । ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣାସ୍ଥଳରୁ ମାରିଥିଲେ ଚମ୍ପଟ । ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ […]

Continue Reading

ଯୁବକଙ୍କୁ ପିଟି ପିଟି ମାରିଦେଲେ ! ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ବ୍ରହ୍ମପୁର: ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତଦେହ ନିକଟରେ ପଡ଼ିଛି ଇଟା ଓ କାଠ ଫାଳିଆ । ଫଳରେ ହତ୍ୟା ସନ୍ଦେହ କରାଯାଉଛି । ଗାଁ ଦାଣ୍ଡରେ ପଡିଛି ମୃତଦେହ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମା ଗାଁରେ ଘଟିଛି ଏହି ଅଭାବନୀ ଘଟଣା । ମୃତକ ହେଲେ ବଡ଼ସାହିର ଦଣ୍ଡପାଣି ବିଶ୍ୱାଳ । ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଶୌଚ ପାଇଁ ଯାଇଥିଲେ ଦଣ୍ଡପାଣି । ତାପରେ ଆଉ ଘରକୁ ଫେରି […]

Continue Reading

ଝରାଫୁଲ ମୃତ୍ୟୁ ଘଟଣାକୁ ପୁରିଲା ୧ ମାସ; ଏବେବି ସତ ଉପରୁ ଉଠିନି ପରଦା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧ ମାସ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇ ନାହିଁ ପୋଲିସ। ଘଟଣାସ୍ଥଳ ପାଖରେ ଥିବା ଗୋଟିଏ ଇଟା ଭାଟିରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍‌ ତଦନ୍ତ କରିଥିଲା। ଏହାପରେ ଝରାଫୁଲଙ୍କ ବାପା ରାକେଶ ନାମକ ଯୁବକର ସଂପୃକ୍ତି ନେଇ ଇସାରା […]

Continue Reading

KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ, ଭୟରେ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ

ଭୁବନେଶ୍ୱର: KYC ଅପଡେଟ୍ ନେଇ ସଚେତନତା । ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି । ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ । KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି ।  ସେହିପରି KYC ଅପଡେଟ୍ ନେଇ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ । ସେବା ପ୍ରଦାନକାରୀ ସଂସ୍ଥା […]

Continue Reading

୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୨ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ଘଟଣାର ୨୨ବର୍ଷ ପରେ ତାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ । ତାକୁ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଗିରଫ କରାଯାଇଛି । ନାଁ ବଦଳାଇ ପୁଣେରେ ରହୁଥିଲା ବିବନ । ଜଳନ୍ଧର ସ୍ୱାଇଁ ନାମରେ […]

Continue Reading

ଭୁବନେଶ୍ୱରରୁ ୧୮୫ ଗ୍ରାମର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ୧୮୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ।ଏହି ମାମଲାରେ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ଜଣାପଡିନାହିଁ।ସୂଚନା ଅନୁଯାୟୀ, ଭୁବନେଶ୍ୱରର ପଳାଶୁଣି ଅଞ୍ଚଳରେ ଚଢ଼ାଉ କରି ଏତେ ପରିମାଣର ଧଳା ଜହର ଜବତ କରିଛି ଅବକାରୀ ବିଭାଗ ।

Continue Reading

ମାଲକାନଗିରିରୁ ହନୁମାନ ପଇସା ରାକେଟର ପର୍ଦ୍ଦାଫାସ, ୩ ଗିରଫ

ମାଲକାନଗିରି: ହନୁମାନ ପଇସା ରାକେଟ୍‌ର ପର୍ଦ୍ଦାଫାସ୍‌ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ିଶାର ମୋହନ ତ୍ରିବେଦୀ ଏବଂ ଆନ୍ଧ୍ରପ୍ରଦେଶର ଇତହାମ୍ ସେଠୀ ଭେଙ୍କଟ ରମଣ ଓ କୃପା ଭରମ୍ ତ୍ରିପାଲି । […]

Continue Reading

ଚିଟଫଣ୍ଡ ଦଲାଲଙ୍କୁ ଜେଲ ଦଣ୍ଡାଦେଶ

କଟକ : ଚିଟଫଣ୍ଡ ଦଲାଲଙ୍କୁ ଜେଲଦଣ୍ଡ । କଟକବାସୀଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର OPID କୋର୍ଟ । କେନ୍ଦ୍ରାପଡ଼ାର ଏକ ମାମଲାରେ ଚାରି ଜଣଙ୍କୁ ଧାରା ୪୨୦ ଓ OIPD ଆକ୍ଟରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି […]

Continue Reading

ଝରାଫୁଲଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ବ୍ୟବହାର ହୋଇଥିବା ସ୍କୁଟି ଭୁବନେଶ୍ୱରରୁ ଜବତ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ ସହଯୋଗୀ ଶେଖର । ଗାଏବ ସ୍କୁଟିକୁ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଠାବ କରିଛି ପୋଲିସ । ସିସିଟିଭିରେ ନାଲି ରଙ୍ଗର ସ୍କୁଟିରେ […]

Continue Reading
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା; ଗର୍ଜିଲା ଏବିଭିପି

କେନ୍ଦୁଝର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତ୍ୟୁ ନେଇ ଗର୍ଜିଲା କେନ୍ଦୁଝର ଏବିଭିପି । କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିଛନ୍ତି । ଝରାଫୁଲର ମୃତ୍ୟୁ ନେଇ ତଦନ୍ତ ବାଟ ବଣା ହୋଇଥିବା ଅଭିଯୋଗ କରିଛି ଏବିଭିପି । ଏହା ସହ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ନାରୀ ସୁରକ୍ଷାକୁ ଦୃଷ୍ଟି ଦେବାକୁ ଦାବି କରିଛି ବିଦ୍ୟାର୍ଥୀ ପରିଷଦ । କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ସ୍ଲୋଗାନ ଦେବା […]

Continue Reading