ଲାଞ୍ଚ ନେଇ ଧରାପଡିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ ସ୍ଥିତ ଏନଏଚ୍ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୋଗ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଖରିଆର ରୋଡ ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ସୁଶାନ୍ତ କୁମାର କୋଲାହରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଧରିଥିଲା । ଅଭିଯୋଗକାରୀଙ୍କ କହିବାନୁସାରେ, ସାଇଟ୍ ଭେରିଫିକେସନ ପାଇଁ ସେ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଯାହାପରେ ସୁଶାନ୍ତ ଏନେଇ ଭିଜିଲାନ୍ସକୁ […]

Continue Reading

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ପୋଡ଼ିଦେଲେ ମୃତଦେହ

ମାଲକାନଗିରି: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା । ଏଭଳ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଉଦୟଗିରି ଗାଁରୁ । ହତ୍ୟା କରିବା ପରେ ଦୁର୍ବୃତ୍ତ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ମଶାଣୀରେ ନେଇ ପୋଡ଼ି ଦେଇଥିଲେ । ମୃତକ ହେଲେ ଉଦୟଗିରି ଗାଁର ବାଗା କବାସୀ । ଗତକାଲି କିଛି ଲୋକ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଘର ଆଗରେ ହତ୍ୟା କରିଥିଲେ। […]

Continue Reading

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ତାଙ୍କ ନାଁ ରମେଶ ଚନ୍ଦ୍ର ଦାସ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି କଟକ ଭିଜିଲାନ୍ସ ଟିମ୍ । କଟକ ବିଡାନାସୀର ଜ୍ୟୋତିବିହାରରେ ଥିବା ରମେଶ ଚନ୍ଦ୍ର ଦାସଙ୍କ ଦୁଇ ମହଲା ଘର, ବିଡାନାସୀ ରୋଡରେ ଥିବା ତିନି ମହଲା କୋଠା, ସିଡିଏରେ ଥିବା […]

Continue Reading

ସରକାରଙ୍କ ବିରୋଧରେ ମିଛ କହିବାକୁ ହାଥ୍ରାସ ପରିବାରକୁ ଦିଆଯାଇଛି ୫୦ଲକ୍ଷ!

ହାଥ୍ରାସ: ହାଥ୍ରାସ ମାମଲା ପରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଦାଖଲ ହୋଇଥିବା ୧୯ଟି ଏଫ୍ଆଇଆର୍ (ପ୍ରଥମ ସୂଚନା ରିପୋର୍ଟ) ମଧ୍ୟରୁ ଗୋଟିଏରେ ଅଜ୍ଞାତ ଲୋକଙ୍କ ଦ୍ୱାରା ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ  ଆକ୍ରମଣ ପରେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପରିବାର ଏବଂ ଚାରି ଜଣ ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମ ଅଭିଯୋଗରେ ରାଜ୍ୟ ସରକାରଙ୍କୁ ମିଛ କହିବା ପାଇଁ ପରିବାରକୁ ୫୦ ଲକ୍ଷ ଅଫର ଦିଆଯାଇଥିଲା। ହାଥ୍ରାସରେ ଦାଖଲ ହୋଇଥିବା ୬ଟି […]

Continue Reading

ହାଥରସ ଘଟଣା: ରାତିରେ ଶବ ସଂସ୍କାରକୁ ସୁପ୍ରିମକୋର୍ଟରେ ଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ସାରା ଦେଶରେ ବିରୋଧ ଦେଖାଦେଇଛି । ରାତି ଅଧିଆ ପୀଡିତାଙ୍କ ଶବକୁ ପୋଲିସ ଅନ୍ତିମ ସଂସ୍କାର କରିବା ଘଟଣାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଷ୍କର୍ମ ଓ ହତ୍ୟା ମାମଲାରେ ୟୁପି ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଶପଥପତ୍ର ଦାଖଲ କରିଛନ୍ତି । ଏହି ଶପଥପତ୍ରରେ ସରକାର ଏହି ମାମଲା ଉପରେ ସିବିଆଇ ଯାଂଚ ପାଇଁ ନ୍ୟାୟାଳୟ ନିର୍ଦ୍ଦେଶ ଦେବାକୁ ଅନୁରୋଧ […]

Continue Reading

ନାଲିବତି ଗାଡିରେ ଧରାପଡିଲେ ୨ ନକଲି ପୋଲିସ

ବାଲେଶ୍ୱର: ପୋଲିସ ଆଖିରେ ଧୁଳି । ନକଲି ନାଲିବତୀ ଗାଡିରେ ଧରାପଡିଲେ ୨ ନକଲି ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳରୁ ପୋଲିସ ଡ୍ରେସରେ ଆସୁଥିବାବେଳେ ଚେକିଂ ବେଳେ ଧରାପଡିଲେ । ଚେକିଂ ବେଳେ ପୋଲିସକୁ ଦେଖି ଖସି ପଳାଉଥିବାବେଳେ  ପୋଲିସ ଗିରଫ କରିଛି । ୨ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ବନ୍ଧୁକ ଜବତ । ଉଭୟଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୯ଟା […]

Continue Reading

ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଅଟକ

ଭଦ୍ରକ: ପୁଣି ଅସଲି ଖୋଲ ଭିତରେ ନକଲି ମାଲ । ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ , ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା […]

Continue Reading

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ । ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା । ତେବେ ବୁଡ଼ାମ୍ବ ଫାଣ୍ଡି ରାସ୍ତାରେ ପୁଲିସ୍‌ ଯାଞ୍ଚ କରୁଥିବାବେଳେ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିଥିଲା। […]

Continue Reading

ମାଲକାନଗିରି ପୋଲିସକୁ ବଡ ସଫଳତା

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତରେ ମାଓ ହିଂସା ପରେ ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା । ଭେଜାଙ୍ଗିୱାଡା ପଞ୍ଚାୟତ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲ ଭିତରୁ 200 ରୁ ଉର୍ଦ୍ଧ ଜିଲୋଟିନ ଷ୍ଟିକ ଜବତ ହୋଇଥିବା ନେଇ ସୁଚନା ଦେଲେ ବିଏସଏଫ ଆଇଜି । ଏହାକୁ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ପାଇଁ ଲୁଚାଇ ରଖିଥିବା ଜଣାପଡିଛି । 76 BSF ବାହିନୀର ବଡିଗାଟା ବାଟାଲିଆନ କୁମିଂ ଅପରେସନ ଯାଇଥିବା ବେଳେ ଏହି ବିସ୍ଫୋରକ […]

Continue Reading

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଆଳି: ପୁଣି ଧରାପଡିଲା ଧଳା ଜହର କାରବାର । ଜବତ ହେଲା ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କଟିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ବେଳେ ପୋଳିସ ଖବର ପାଇ ଚଢ଼ାଉ କରିଥିଲା । ପରେ ପତ୍ରପୁର ସେତୁ ନିକଟରେ ବ୍ରଉନସୁଗାର ସହ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିଥିଲା । ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ […]

Continue Reading