20200710-bikashdube

ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର

କାନପୁର: ଉତ୍ତରପ୍ରଦେଶ ପୋଲିସକୁ ବଡ ସଫଳତା । କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେକୁ ନିହତ କଲା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ସେ ଖସିପଳାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସ୍ଥିତ […]

Continue Reading

ପାଟଣାଗଡ଼ : ଭିଜିଲାନ୍ସ ଜାଲରେ ଏନ୍‌ଏସି ଜେଇ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଆଉ ଜଣେ ଲାଞ୍ଚୁଆ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏଥର ପାଟଣାଗଡ଼ ଏନ୍‌ଏସି ଜେଇ ଦେବୀପ୍ରସାଦ ମିଶ୍ର ଜଣେ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ୍‌ କରାଇ ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ପାଟଣାଗଡ଼ସ୍ଥିତ ତାଙ୍କ ଅଫିସ, ଭଡ଼ାଘର, ଭବାନୀପାଟଣା ଇରିଗେସନ କଲୋନିସ୍ଥିତ ଭଡ଼ାଘର ଏବଂ ଭବାନୀପାଟଣା ସଦର ଥାନା ଭେଜିପଦର ଗ୍ରାମ […]

Continue Reading

ଖାକିରେ ପୁଣି ଗଂଜେଇ ଛିଟା : ୧.୧୩ ଲକ୍ଷ ଜାଲ୍‌ ନୋଟ୍‌ ଜବତ, କନେଷ୍ଟବଳ ସମେତ ୩ ଗିରଫ

ଫୁଲବାଣୀ : କନ୍ଧମାଳରେ ଖାକିରେ ପୁଣି ଗଂଜେଇ ମହକ। ଜଣେ ପୁଲିସ କନେଷ୍ଟବଳ ୨ ଜଣ ସହଯୋଗୀଙ୍କ ସହ ଫିରିଙ୍ଗିଆ ଅଞ୍ଚଳରୁ ବାହାରକୁ ଗଞ୍ଜେଇ ଚାଲା‌ଣ କରୁଥିବା ବେଳେ ଧରା ପଡ଼ିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନଙ୍କ ପାଖରୁ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲ୍‌ ନୋଟ ଜବତ ହୋଇଛି। ଏଥିସହ ପୁଲିସ ଏକ ଟାଟା ସୁମୋ ଗାଡ଼ି ସହ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ମାଫିଆ ପୁଲିସ କନେଷ୍ଟବଳ ଜଣକ ହେଉଛନ୍ତି […]

Continue Reading

ଲଭ୍‌-ସେକ୍ସ-ଧୋକା : ହାତରେ ବିବାହ ପ୍ରମାଣ ଧରି ଥାନାରେ ମହିଳା

ଭୁବନେଶ୍ବର : ମଞ୍ଚ ଉପରେ ହୋଇଥିଲା ପ୍ରେମ। ବେଦିରେ ବିବାହ କରିବେ କହି ଭଡ଼ାଘରକୁ ନେଇଥିଲେ। ବର୍ଷେ କାଳ ପତ୍ନୀ ଭଳି ରଖିଲେ। ଗର୍ଭବତୀ ହେବା ପରେ ଗର୍ଭ ନଷ୍ଟ ପାଇଁ ଚାପ ପକାଇଲେ। ଘରକୁ ନେବାକୁ ଜିଦ୍‌ କରିବାରୁ କେଉଁଆଡ଼େ ଚାଲିଗଲେ ଆଉ ପତ୍ତା ନାହିଁ। ହାତରେ ବିବାହର ନୋଟାରି କାଗଜ ଧରି ଏଭଳି ଅଭିଯୋଗ ନେଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା। ନୋଟାରିରେ ବିବାହ କରିଥିବାରୁ ବିଧିବଦ୍ଧ ଭାବରେ ସ୍ବାମୀଙ୍କ ନାମରେ ପ୍ରତାରଣାର […]

Continue Reading

ଭୁବନେଶ୍ବର : ଓଡ଼ିଶା ବିକାଶ ପରିଷଦ ମୁଖ୍ୟଙ୍କ ଘରେ ଭଙ୍ଗାରୁଜା

ଭୁବନେଶ୍ବର : ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ସୁଶାନ୍ତ ପାଢ଼ୀଙ୍କ ଘରେ ଆଜି ଭଙ୍ଗାରୁଜା ହୋଇଛି। ବମିଖାଲ କେନାଲ ରୋଡ ସାଇବିହାର ସ୍ଥିତ ତାଙ୍କ ଘରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ଗଣ୍ଡଗୋଳ କରିଛନ୍ତି। ପୁଲିସ ଉପସ୍ଥିତିରେ ୪୦ରୁ ଅଧିକ ଯୁବକ ଅଣ୍ଡାମାଡ଼ ଓ ଢେଲାମାଡ଼ କରିଛନ୍ତି। ଏପରିକି ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଛି। ଏ ନେଇ ସୁଶାନ୍ତ ଲକ୍ଷ୍ମୀସାଗର ଥାନାରେ ଲିଖିତ […]

Continue Reading

ଭୁବନେଶ୍ୱର : ୧୬୦ ମୁନିଆ ପକ୍ଷୀ ଜବତ, ବେଙ୍ଗାଲୁରୁ ଚାଲାଣ ହେଉଥିଲା, ବାପ-ପୁଅ ଗିରଫ

ଭୁବନେଶ୍ୱର : ଦୀର୍ଘ ଦିନରୁ ଛକିଥିଲା ଏସ୍‌ଟିଏଫ୍‌। ବନ ବିଭାଗ ମଧ୍ୟ ବିଛାଇଥିଲା ଜାଲ। ହେଲେ ବାରମ୍ବାର ଖସି ଯାଉଥିଲେ ବାପ-ପୁଅ। ଆଜି ଦୀର୍ଘ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ଓଡ଼ିଶାରୁ ବେଙ୍ଗାଲୁରୁକୁ ନିଷିଦ୍ଧ ପକ୍ଷୀ ଚାଲାଣ ବେଳେ ବନବିଭାଗକୁ ମିଳିଛି ସଫଳତା। ପୁରୁଣା ଭୁବନେଶ୍ୱର ନୂଆ ଲିଙ୍ଗରାଜ ମାର୍କେଟ ବିଲ୍‌ଡିଂ ନିକଟରୁ ୧୬୦ ମୁନିଆ ପକ୍ଷୀ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ବାପ-ପୁଅଙ୍କୁ ଗିରଫ କରିଛି ବନ ବିଭାଗ। ଉଭୟ ଅଭିଯୁକ୍ତ ହେଉଛନ୍ତି ପୁରୁଣା ଭୁବନେଶ୍ବର […]

Continue Reading