ଜୁନିୟର ଫେଡେରେଶନ କପରେ ଜୀଭା, ଏକ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ପଞ୍ଜାବର ସାଙ୍ଗରୁରୁରେ ଅନୁଷ୍ଠିତ ଜୁନିୟର ଫେଡେରେଶନ କପ ଆଥଲେଟିକ୍ସରେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରେସେସନ ଜୀଭା ଓ ଆର୍ଯ୍ୟନ ଏକ୍କା । ୧୧୦ ମିଟର ହର୍ଡଲର ଜୀଭା ଏବଂ ଏକ୍କା ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇ ପର୍ଫମାନ୍ସ ସେଂଟର (ଏଚପିସି)ରେ ପ୍ରଶିକ୍ଷଣ ନେଉଛନ୍ତି । ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୧୪ ସେକେଣ୍ଡ କରି ମହାରାଷ୍ଟ୍ରର ତେଜସ ଅଶୋକଙ୍କ ପଛକୁ ଅଛନ୍ତି । କେନିୟାରେ ଚଳିତ ମାସ ଶେଷ ଆଡକୁ ଥିବା ୱାର୍ଲ୍ଡ […]

Continue Reading

ସାବଧାନ! ବୋତଲ ପାଣି ପରିବେଶ ପାଇଁ ୩୫୦୦ ଗୁଣା ଅଧିକ ଖରାପ ହୋଇପାରେ

ନୂଆଦିଲ୍ଲୀ: ସାବଧାନ! ବୋତଲ ପାଣି ପରିବେଶ ପାଇଁ ୩୫୦୦ ଗୁଣା ଅଧିକ ଖରାପ ହୋଇପାରେ। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଟ୍ୟାପ୍‌ ଜଳ ଅପେକ୍ଷା ବୋତଲ ଜଳ ପରିବେଶ ଉପରେ ୩୫୦୦ ଗୁଣା ଖରାପ ପ୍ରଭାବ ପକାଇପାରେ। ଟ୍ୟାପ୍ ୱାଟରରେ ରାସାୟନିକ ପଦାର୍ଥର ଉପସ୍ଥିତି ହେତୁ ବିଶ୍ବ ସ୍ତରରେ ଗତ କିଛି ବର୍ଷ ମଧ୍ୟରେ ବୋତଲଯୁକ୍ତ ଜଳର ବ୍ୟବହାର ତୀବ୍ର ଭାବେ ବୃଦ୍ଧି ପାଉଛି। ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍ଥ (ଆଇଏସ୍ ଗ୍ଲୋବାଲ୍) ଦ୍ୱାରା ପରିଚାଳିତ […]

Continue Reading

ଅଲିମ୍ପିକ୍ସରେ ଭାରତର ରେକର୍ଡ ପ୍ରଦର୍ଶନ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଓଭରାଲ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୭ ପଦକ ହାସଲ କରିସାରିଛି । ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ହାସଲ କରିଥିଲା । ମହିଳା ହକି ଏବଂ ମହିଳ ଗଲ୍ଫରେ ଭାରତ ବ୍ରୋଞ୍ଜ ପଦକ ହାସଲରୁ ଅଳ୍ପକେ ରହି ଯାଇଥିଲା । ୨୦୦୦ ସିଡନୀ ଓ ୨୦୦୪ ଏଥେନ୍ସରେ ଭାରତ ଖାଲି ହାତରେ ଆସିଥିଲା । ୨୦୦୮ ବେଜିଂ ଗେମ୍ସରେ […]

Continue Reading

ବୋମା ଗୁଜବ ପରେ ମୁମ୍ବାଇର ୩ଟି ରେଳ ଷ୍ଟେସନ ସହ ଅମିତାଭ ବଚ୍ଚନଙ୍କ ଘରେ ବଢ଼ିଲା ସୁରକ୍ଷା

ମୁମ୍ବାଇ : ବୋମା ଗୁଜବ ପରେ ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରେ ବଢ଼ାଗଲା ସୁରକ୍ଷା । ବୋମା ଥିବା ଖବର ପ୍ରକାଶ ପରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ବାଇକୁଲା ଓ ଦାଦର ରେଳ ଷ୍ଟେସନରେ ବ୍ୟାପକ ଖାନତଲାସି କରାଯାଇଛି । ଏହାସହ ଜୁହୁସ୍ଥିତ ଅମିତାଭଙ୍କ ଘରେ ମଧ୍ୟ ବୋମା ଥିବା ଖବର ପରେ ତାଙ୍କ ବାସଭବନରେ ସର୍ଚ୍ଚ ଅପରେସନ କରାଯାଇଛି । ସରକାରୀ ରେଳବାଇ ପୋଲିସ, ରେଳବାଇ ସୁରକ୍ଷା […]

Continue Reading

ଅଲିମ୍ପିକ ଭିଲେଜ ବାହାରେ ଜାପାନର ଏହି ବ୍ୟକ୍ତିଙ୍କ ପ୍ଲାକାର୍ଡ ପ୍ରଦର୍ଶନକୁ ସାରା ବିଶ୍ୱରେ ପ୍ରଶଂସା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସାରା ବିଶ୍ୱର ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କ୍ରୀଡାର ଏହି ମହାକୁମ୍ଭର ସମସ୍ତେ ପଦକ ଆଶା କରିଥାନ୍ତି । ଯେଉଁମାନେ ଏଥିରେ ସଫଳ ହୁଅନ୍ତି ସେମାନଙ୍କ ମନ ଖୁସି ରହିବା ସ୍ୱାଭାବିକ । ତେବେ ଏଥିରୁ ବାଦ୍ ପଡି ଯାଇଥିବା ଆଥଲେଟ ନିରାଶ ହୋଇ ପଡିଥାନ୍ତି ।ତେବେ ଅଲିମ୍ପିକ୍ସ ଭିଲେଜ ବାହାରେ ଜାପାନର ଜଣେ ବ୍ୟକ୍ତି ଏଭଳି ଏକ ପ୍ଲାକାର୍ଡ ଦେଖାଇଛନ୍ତି ଯେ, ଯାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି । ଏହି […]

Continue Reading

ଏଣିକି ସୋନୁଙ୍କ ନାଁରେ ମିଳିବ ୨୦ ପ୍ରତିଶତ ରିହାତି

ଶ୍ରୀନଗର: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୋନୁ ସୁଦ ରାସ୍ତା କଡ଼ରେ ଜୋତା ଏବଂ ଚପଲ ବିକ୍ରି କରୁଥିବା ଜଣେ ଦୋକାନୀକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ସୋନୁ ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି, ‘ଆମ ଚପଲ ଶୋରୁମ୍, ମୋ ନାଁ ମିଳିବ ୨୦ ପ୍ରତିଶତ ଅଫ୍’। ଭିଡିଓରେ ସୋନୁ […]

Continue Reading

ଇତିହାସ ରଚିଲେ ନୀରଜ: ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନିଜର ଦ୍ୱିତୀୟ ପ୍ରୟାସରେ ନୀରଜ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫୋପାଡିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ ଅଲିମ୍ପିକ୍ସରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ ଆଥଲେଟିକ୍ସରେ ମଧ୍ୟ ଏହା ଦେଶର ପ୍ରଥମ ପଦକ । ଚେକ ରିପବ୍ଲିକର ଜାକୁବ ଭାଡଲେକ୍ ଓ ଭିଟେଜସ୍ଲାଭ ଭେସଲେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । […]

Continue Reading

ଆଫଗାନିସ୍ତାନ ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ

କାବୁଲ: ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଂଟରର ମୁଖ୍ୟ ଦାବା ଖାଁ ମିନାପାଲଙ୍କୁ ତାଲିବାନମାନେ ହତ୍ୟା କରିଛନ୍ତି । କାବୁଲରେ ବନ୍ଧୁକଧାରୀମାନେ ଦାବା ଖାଁଙ୍କ ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ସେ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିବାରୁ ଅନେକ ନିରୀହ ଏଥିରେ ବଳି ପଡୁଛନ୍ତି । ଭୟର ବାତାବରଣ ସୃଷ୍ଟି କରିବା ପାଇଁ […]

Continue Reading

ସେମିଫାଇନାଲରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ହାରି ଯାଇଛନ୍ତି । ୫୭ କିଗ୍ରା ବିଭାଗରେ ଆଜରବୈଜାନର ହାଜି ଅଲିୟେଭ ତାଙ୍କୁ ୧୨-୫ରେ ପରାସ୍ତ କରିଥିଲେ । ଆଲିୟେଭ ରିଓ ଗେମ୍ସରେ ବ୍ରୋଞ୍ଜ ଏବଂ ୩ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଛନ୍ତି । ଶନିବାର ବଜରଙ୍ଗ ବ୍ରୋଞ୍ଜ ପାଇଁ ମୁକାବିଲା କରିବେ । ଆରମ୍ଭରୁ ବଜରଙ୍ଗ ପଂଏଟ ହାସଲ କରିଥିଲେ ମଧ୍ୟ ତାହା ତାଙ୍କୁ ବେଶି ସମୟ ଫାଇଦାରେ ରଖିପାରି ନ ଥିଲା […]

Continue Reading

ରାଜୀବ ଗାନ୍ଧ ଖେଳରତ୍ନ ପୁରସ୍କାର ଏବେ ନାମିତ ହେବ ମେଜର ଧ୍ୟାନଚାନ୍ଦଙ୍କ ନାମରେ..

ନୂଆଦିଲ୍ଲୀ: ଭାରତର ସରକାର ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦ ପୁରସ୍କାର ଭାବେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି ଯେ, ମେଜର ଧ୍ୟାନଚାନ୍ଦ ଭାରତର ପ୍ରମୁଖ କ୍ରୀଡାବିତ୍ । ୪୧ ବର୍ଷ ପରେ ଭାରତ ହକି ଅଲିମ୍ପିକ୍ସରେ ପଦକ ହାସଲ କରିବା ପରେ ଏବେ ଏହାର ନାମ ପରିବର୍ତନ କରିବା ସମୟ ଉପନୀତ ହୋଇଛି । […]

Continue Reading