ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ଚାପରେ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଇସ୍ତଫା ଦେଇଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି। ଦେଶର କୋଭିଡ-୧୯ ସଙ୍କଟକୁ ନିୟନ୍ତ୍ରଣ କରିଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମାଲୋଚନା କରାଯାଇଥିଲା।

Continue Reading

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସିଲା ସାଧାରଣ ଉଦ୍ୟୋଗ ବିଭାଗ

ନୂଆଦିଲ୍ଲୀ: ଏକ ନୂତନ ବିଭାଗ – ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ (ଡିପିଇ) ଅର୍ଥ ମନ୍ତ୍ରଣାଳୟ ସହିତ ମିଶିଛି। ଏହି ବିଭାଗ ଏବେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରହିବ। ଏହା ଏପର୍ଯ୍ୟନ୍ତ ଭାରୀ ଶିଳ୍ପ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ମନ୍ତ୍ରଣାଳୟର ଅଂଶ ଥିଲା। ଏହା ସହିତ ଅର୍ଥ ମନ୍ତ୍ରଣାଳୟର ବର୍ତ୍ତମାନ ୬ ଟି ବିଭାଗ ଅଛି। ଅର୍ଥ ମନ୍ତ୍ରଣାଳୟର ପୂର୍ବରୁ ପାଞ୍ଚଟି ବିଭାଗ ରହିଛି, ଅର୍ଥନୈତିକ ବ୍ୟାପାର ବିଭାଗ, ବ୍ୟୟ ବିଭାଗ, ରାଜସ୍ୱ ବିଭାଗ, ପୁଞ୍ଜି ବିନିଯୋଗ ଏବଂ […]

Continue Reading

୨୮ ଜଣଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବିମାନ ନିଖୋଜ

ନୂଆଦିଲ୍ଲୀ: ପ୍ରାୟ ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ରାସ୍ତାରେ ନିଖୋଜ ହୋଇଯାଇଛି। ଏହାପରେ ପୁଣି ଏକ ବିମାନ ଦୁର୍ଘଟଣା ନେଇ ଆଶଙ୍କା କରାଯାଉଛି। ମଙ୍ଗଳବାର ରୁଷରେ ଏହି ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏ ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ରୁଷର An-26 ବିମାନଟି ୨୨ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପେଟ୍ରୋପାଭ୍ଲୋଭସ୍କ-କାମଛାଟ୍‌ସ୍କାଏ ସହରରୁ ଉପଦ୍ୱୀପର ଉତ୍ତର ଭାଗରେ ଥିବା ପାଲାନାକୁ ଯାଉଥିଲା। […]

Continue Reading

ଅବହେଳା କରନ୍ତୁନାହିଁ! କରୋନା ପରେ କିଡନୀ ରୋଗ ବି ହୋଇପାରେ

ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ  ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା ଭାଇରସ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ କିଡନୀକୁ ପ୍ରଭାବିତ କରୁଛି। କରୋନାରୁ ମୁକ୍ତ ହେବାପରେ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହେଉଛି। ଇଟାଲୀରେ ହୋଇଥିବା […]

Continue Reading

ଅଗଷ୍ଟରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ମାରାତ୍ମକ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସାରା ଦେଶରେ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ସଦ୍ୟ ରିପୋର୍ଟ ଅନୁଯାୟୀ ତୃତୀୟ ତରଙ୍ଗ ଆସନ୍ତା ମାସରେ ଅଗଷ୍ଟ ମାସରେ ଭାରତକୁ ଛୁଇଁପାରେ। ଏସବିଆଇ ରିସର୍ଚ୍ଚ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆସନ୍ତା ମାସରେ ଭାରତ ଛୁଇଁପାରେ କରୋନ‌ା ତୃତୀୟ ଲହର। ଏହାସହିତ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ କରୋନା। ଏସବିଆଇ ରିପୋର୍ଟରେ କୁହାଯାଇଛି ଯେ “ବର୍ତ୍ତମାନର ତଥ୍ୟକୁ ଦୃଷ୍ଟିରେ ରଖି ଜୁଲାଇ ମାସର ଦ୍ବିତୀୟ ସପ୍ତାହ ବେଳକୁ […]

Continue Reading

ଏଲଗାର ପରିଷଦ ଘଟଣାରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଏଲଗାର ପରିଷଦ-ମାଓବାଦୀ ଲିଙ୍କ ମାମଲାରେ ଅଭିଯୁକ୍ତ ସାମାଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ସୋମବାର ପରଲୋକ ହୋଇଛି। ଏ ନେଇ ତାଙ୍କ ପରାମର୍ଶଦାତା ବମ୍ବେ ହାଇକୋର୍ଟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ରବିବାର ତାଙ୍କୁ ଭେଣ୍ଟିଲେଟର ସହାୟତା ଦିଆଯାଇଥିଲା। ସୋମବାର ଷ୍ଟାନ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ଭୀମା କୋରେଗାଓଁ ଦଙ୍ଗା ଘଟଣାରେ ଏନଆଇଏ ଷ୍ଟନ ସ୍ୱାମୀଙ୍କୁ ତାଙ୍କ ଘର […]

Continue Reading

ଜୁଲାଇ ୧୩ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ସୋମବାର ଉତ୍ତରାଖଣ୍ଡ ସରକାର କୋଭିଡ କର୍ଫ୍ୟୁକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ଉତ୍ତରାଖଣ୍ଡ ସରକାର ଆଜି ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଜୁଲାଇ ୧୩ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ରହିବ। ମଲ୍‌ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଏବଂ ୱିକେଣ୍ଡରେ ବଜାର ବନ୍ଦ ରହିବ ବୋଲି ସରକାର କହିଛନ୍ତି। ଜୁନ୍ ୨୯ ରେ ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ୬ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Continue Reading

ଟିକା ନେଇନଥିବା ଯୋଗୁ ୯୯.୨ ପ୍ରତିଶତ ଆମେରିକୀୟ କରୋନାରେ ପ୍ରାଣ ହରାଇଛନ୍ତି; ଡା. ଫାଉସୀ

ନୂଆଦିଲ୍ଲୀ: ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନୀ ଫାଉସୀ ଦାବି କରିଛନ୍ତି ଯେ ଆମେରିକାରେ ସମ୍ପ୍ରତି କରୋନା ମୃତ୍ୟୁର ୯୯ ପ୍ରତିଶତରୁ ଅଧିକ ଟିକାକୃତ ନୁହେଁ। ଏକ ସାକ୍ଷାତକାରରେ ଡା. ଫାଉସି କହିଛନ୍ତି ଯେ ଜୁନ୍ ମାସରେ କରୋନା ସମ୍ବନ୍ଧୀୟ ମୃତ୍ୟୁହାର ୯୯.୨ ପ୍ରତିଶତ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ଘଟିଛି। ସେ କହିଛନ୍ତି ଯେ ଭୂତାଣୁ ଏବଂ ଏହାର ପ୍ରକାରରୁ ରକ୍ଷା କରିବାର ସର୍ବୋତ୍ତମ ଉପାୟ ହେଉଛି ‘ସମ୍ପୂର୍ଣ୍ଣ ଟିକାକରଣ’।

Continue Reading

ଆଣ୍ଡି ଜାସି ହେଲେ ଆମାଜନର ନୂଆ ସିଇଓ

ନୂଆଦିଲ୍ଲୀ: ସୋମବାର ଦିନ ଇ-କମର୍ସ କମ୍ପାନୀ ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ପଦବୀରେ ଯୋଗ ଦେଇଛନ୍ତି ଆମାଜନ ୱେବ୍ ସର୍ଭିସେସ୍ (AWS) ର ପୂର୍ବତନ ମୁଖ୍ୟ ଆଣ୍ଡି ଜାସି। ଆମାଜନ ଡଟ୍ କମ୍ ର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଣ୍ଡି ଜାସି। ୧୯୯୪ ରେ ଏକ ଗ୍ୟାରେଜରୁ ଆମାଜନ ଆରମ୍ଭ କରିଥିବା ଏବଂ ବର୍ଷ ବର୍ଷ ଧରି ଏହାକୁ କଳ୍ପନା ଯୋଗ୍ୟ ଉଚ୍ଚତାକୁ ନେଇଥିବା […]

Continue Reading

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳିମାନଙ୍କୁ ଆଇସୋଲେଟ କରାଯାଇଛି । ସେମାନଙ୍କ ସହ ଆସିଥିବା ସାଥୀ ଖେଳାଳିଙ୍କୁ ମଧ୍ୟ କ୍ୱାରେଂଟାଇନରେ ରଖାଯାଇଛି । ସର୍ବିୟାର ଏହି ନୌଚାଳକ ଟିମ ପ୍ରଶିକ୍ଷଣ ପାଇଁ […]

Continue Reading