ଆପ୍ ବିଧାୟକଙ୍କ ନିଆରା ଅନ୍ଦାଜ: ବଲିଉଡ୍ ବିଟରେ ଟିକାକରଣ ନେଇ କରୁଛନ୍ତି ସଚେତନ

ନୂଆଦିଲ୍ଲୀ: କରୋନା ସହ ସମସ୍ତେ ଏବେ ଲଢ଼େଇ କରୁଛନ୍ତି । ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଲୋକ ବି ସଚେତନ ହୋଇଛନ୍ତି । ଟିକାକରଣ ଅଭିଯାନ ଚାଲିଛି । ଏହାରି ଭିତରେ ଆଗକୁ ଆସିଛନ୍ତି ଦିଲ୍ଲୀର ଆପ ବିଧାୟକ ରୋହିତ ମେହରୌଲିଆ । ରାଜରାସ୍ତା, ଗଳିକନ୍ଦିରେ ପଶି ଲୋକଙ୍କ ଭିତରେ କରୋନା ଟିକା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ବଲିଉଡ୍ ରେଟ୍ରୋ ସଙ୍ଗକୁ ନିଜ ଅନ୍ଦାଜରେ ଗାଇ ଲୋକଙ୍କୁ ଟିକାକରଣ ନେଇ ସଚେତନ କରାଉଛନ୍ତି […]

Continue Reading

ଉପରାଷ୍ଟ୍ରପତିଙ୍କ ପରେ ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର। କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା କୁହାଯାଉଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାର କରିଥିବା ଜଣାପଡ଼ିଛି। ଟ୍ୱିଟରରେ ମୋହନ ଭାଗବତଙ୍କର ୨୦.୭୬ ଲକ୍ଷ ଅନୁସରଣକାରୀ ଅଛନ୍ତି।

Continue Reading

ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ (@MVenkaiahNaidu) ରୁ ଟ୍ୱିଟର ପକ୍ଷରୁ ଶନିବାର ଦିନ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ଟ୍ୱିଟର ପୁଣି ବ୍ଲୁ ଟିକ୍ କୁ ରିଷ୍ଟୋର୍ କରିଥିଲା। କମ୍ପାନୀର ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଆକାଉଣ୍ଟ ଆକ୍ଟିଭ୍ ହେଉନଥିବାରୁ କମ୍ପାନୀର ଭେରିଫିକେସନ୍ ପଲିସି ଅଧୀନରେ ଏହି ପଦକ୍ଷେପ ନିଆଯାଇଥିଲା। ନାଇଡୁଙ୍କ ବ୍ୟାଜ ହଟାଇବା ପରେ ଟ୍ୱିଟର ୟୁଜର୍ସ ଏବଂ ବିଜେପି ସମର୍ଥକମାନଙ୍କ ଟାର୍ଗେଟରେ ଆସିଥିଲା। କେହି […]

Continue Reading

ଚୀନ ତିଆରି କଲା କୃତ୍ରିମ ସୂର୍ଯ୍ୟ: ୧୨୦ ମିଲିୟନ ଡିଗ୍ରୀର ତାପମାତ୍ରା ସୃଷ୍ଟି କରି ସ୍ଥାପନ କଲା ବିଶ୍ୱରେକର୍ଡ

ବେଜିଂ: ଚୀନ ଶୁକ୍ରବାର ପୁନର୍ବାର ବିଶ୍ୱକୁ ଚକିତ କରିବାରେ ସଫଳ ହୋଇଛି । ଚୀନର ନିର୍ମିତ କୃତ୍ରିମ ସୂର୍ଯ୍ୟ ୧୦୦ ସେକେଣ୍ଡ ପର୍ଯ୍ୟନ୍ତ ୧୨୦ ମିଲିୟନ ଡିଗ୍ରୀ ତାପମାତ୍ରା ସୃଷ୍ଟି କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । କୌଣସି ଦେଶ କୃତ୍ରିମ ଉପାୟରେ ଏତେମାତ୍ରାର ତାପମାତ୍ରା ସୃଷ୍ଟି କରିପାରି ନ ଥିଲେ । ଏଥିସହ ଆଣିବିକ ଗବେଷଣାରେ ଚୀନ ଅନ୍ୟମାନଙ୍କୁ ପଛରେ ପକାଇବାରେ ସଫଳ ହୋଇଛି । ଏହା ଦ୍ୱାରା ଭବିଷ୍ୟତରେ ଚୀନ ଆବଶ୍ୟକ ମୁତାବକ […]

Continue Reading

୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ଲାଗି ଫାଇଜର ଟିକା ବ୍ୟବହାରକୁ ମିଳିଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନର ନିୟାମକ ସଂସ୍ଥା କହିଛି ଯେ ଆମେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ଯତ୍ନର ସହ ସମୀକ୍ଷା କରିଛୁ ଏବଂ ସିଦ୍ଧାନ୍ତ ନେଇଛୁ ଯେ ଫାଇଜର ଟିକା ଏହି ବର୍ଗର ପିଲାଙ୍କ ଲାଗି ନିରାପଦ ଏବଂ ପ୍ରଭାବଶାଳୀ। ବ୍ରିଟେନର ଔଷଧ ନିୟାମକ ଶୁକ୍ରବାର ଦିନ କହିଛନ୍ତି ଯେ ଏହା ଫାଇଜର ଏବଂ ବାୟୋନ୍‌ଟେକ୍ ଦ୍ବାରା ବିକଶିତ କରୋନା ଟିକାକୁ ୧୨ରୁ ୧୫ ବୟସ ପିଲାଙ୍କ ଉପରେ ବ୍ୟବହାର ଲାଗି […]

Continue Reading

ବାଇଡେନଙ୍କ ବଡ଼ ଘୋଷଣା: ଭାରତ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ରକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିପାତ କରିବା ପାଇଁ ଆମେରିକାର ବଡ଼ ପଦକ୍ଷେପ । ଟିକାକରଣ ଅଭିଯାନରେ ବଡ଼ ସହଯୋଗ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ସମେତ ଦକ୍ଷିଣ ଏସିଆ ଦେଶକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଆଗାମୀ କିଛି ମାସ ଭିତରେ ଅଢ଼େଇ କୋଟି ଡୋଜ୍ ଭ୍ୟାକସିନ୍ ବିଭିନ୍ନ ଦେଶକୁ ଯୋଗାଇବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ […]

Continue Reading

ହିମାଚଳରେ ଦୃଶ୍ୟମାନ ହେଲା ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା

ସିରମୌର: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଦୁନିଆର ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା ଦୃଶ୍ୟମାନ ହୋଇଛି । ଯାହାକୁ ନେଇ ୱାଇଲ୍ଡ ଲାଇଫ ଡିପାର୍ଟମେଂଟ ଉତ୍ସାହିତ ହୋଇ ପଡିଛନ୍ତି । ସୂଚନାଯୋଗ୍ୟ, ଫାନ୍ଦି ଗ୍ରାମର ପ୍ରବୀଣ ସିଂ ଠାକୁର ପ୍ରାତଃ ଭ୍ରମଣରେ ବାହାରିଥିଲେ । ଶିବଲିକ ପାହାଡ ନିକଟରେ ତାଙ୍କ ପୋଷା କୁକୁର ହଠାତ୍ ଭୁକିଥିଲା । ପ୍ରବୀଣ ଦେଖିଲେ ତାଙ୍କଠାରୁ କିଛି ଦୂରରେ ଗୋଟିଏ ସାପ ପଥର ସନ୍ଧି ମଧ୍ୟରେ ପ୍ରବେଶ କରୁଛି । […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇ ଯୁବକ ଗିରଫ

ନୂଆଦିଲ୍ଲୀ: ଜେଲ ଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଏହି ଅଭିଯୋଗରେ ଦିଲ୍ଲୀର ଖଜୁରୀ ଖାସରେ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରାଯାଇଛି। ସେ ଜାମିନରେ ଆସି ଜେଲକୁ ଯିବାକୁ ଚାହୁଁଥିଲେ। ସଲମାନ ନାମକ ଏହି ଯୁବକ ଗତକାଲି ରାତିରେ ପୋଲିସକୁ ମୋଦୀଙ୍କୁ ମାରିବାକୁ ଚାହଉତିବା ଧମକ ଦେଇଥିଲା। ଏହାପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ଡାକରା ପରେ ପୋଲିସ ତାଙ୍କୁ ଦିଲ୍ଲୀର ଉତ୍ତର-ପୂର୍ବ […]

Continue Reading

ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି ୨୨୫ କରୋନା ଆକ୍ରାନ୍ତ ମହିଳା

ଅଗରତାଲା: କରୋନାଭାଇରସର ଦୁଇଟି ତରଙ୍ଗ ସମୟରେ ଅତିକମରେ ୨୨୫ କରୋନା ପଜିଟିଭ ଗର୍ଭବତୀ ମହିଳା ଅଗରତାଲା ସରକାରୀ ହସ୍ପିଟାଲ୍‌ରେ ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁମାନେ ପରବର୍ତ୍ତୀ ସମୟରେ ଭୂତାଣୁରେ ସଂକ୍ରମିତ ହୋଇନଥିବା ଜଣାପଡିଛି। ପ୍ରଥମ ତରଙ୍ଗ ସମୟରେ, ୧୯୮ କରୋନା ସଂକ୍ରମିତ ମହିଳା ଶିଶୁମାନଙ୍କୁ ଜନ୍ମ ଦେଇଥିଲେ। ଦ୍ୱିତୀୟ ତରଙ୍ଗ ସମୟରେ ଏହି ସଂଖ୍ୟା ୨୭ ରହିଛି ବୋଲି ଏଜିଏମସିର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଡ. ଜୟନ୍ତ ରାୟ […]

Continue Reading

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୬୨୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୬୨୪ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ମେଡିକାଲ୍ ଆସୋସିଏସନ୍ ଆଇଏମ୍‌ଏ ର ସର୍ବଶେଷ ତଥ୍ୟରୁ ଜଣାପଡିଛି। ଆଇଏମ୍‌ଏର କୋଭିଡ୍ ରେଜିଷ୍ଟ୍ରି ଅନୁଯାୟୀ, ଦିଲ୍ଲୀରେ ୧୦୯ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁହାରର ଏକ ଷଷ୍ଠାଂଶରୁ ଅଧିକ ହୋଇଛି। ଏହା ପରେ ବିହାରରେ ୯୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୭୯ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଆଇଏମଏ ଅନୁଯାୟୀ, ମହାମାରୀର ପ୍ରଥମ […]

Continue Reading