ଦିନେ ଚା’ ବଗିଚାରେ କାମ କରୁଥିଲେ, ଆଜି ମୋଦି କ୍ୟାବିନେଟରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ କାମ କରୁଥିଲେ । ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିବାରି ରୋଜଗାର ପାଇଁ ଚା ବଗିଚାରେ କାମ କରୁଥିଲେ । ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରମିକ ଭାବରେ ଖଟିଛନ୍ତି । ଆଜି ସେ ମୋଦି ସରକାରରେ ମନ୍ତ୍ରୀ । ଗତକାଲି ଶପଥ ନେଇଥିଲେ ଓ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମେ କହୁଛୁ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲାଙ୍କ କଥା । ଚା […]

Continue Reading

ପଶ୍ଚିମ ଓଡ଼ିଶାରୁ ୫ ସାଂସଦ, କାହାକୁ ବି ମିଳିଲାନି ଟିମ୍ ମୋଦିରେ ସ୍ଥାନ

ନୂଆଦିଲ୍ଲୀ: ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରାଟ ଅଦଳବଦଳ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୭୮ ମନ୍ତ୍ରୀ ଅଛନ୍ତି । ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ଅନେକ ନୂଆ ଚେହେରା ସାମିଲ ହୋଇଛନ୍ତି । ଓଡ଼ିଶାରୁ ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ରାଜ୍ୟବାସୀଙ୍କ ପାଇଁ ବଡ଼ ଉପଲବ୍ଧି । କିନ୍ତୁ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଏବେ ଚର୍ଚ୍ଚା […]

Continue Reading

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ପୁଷ୍କର ସିଂ। ଶନିବାର ବିଜେପି ଖତିମା ବିଧାୟକ ପୁଷ୍କର ସିଂ ଧାମିଙ୍କୁ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ଦିନ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଆଜି ଏହି ପଦବୀରେ ପୁଷ୍କର ସିଂ ଧାମିଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ଦିନ […]

Continue Reading

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଳି ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିବ କି?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୧୧୫ ଦିନର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ୱତ । ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ପଦ ଛାଡ଼ିଛନ୍ତି । କାରଣ ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ବିଧାନସଭା କିମ୍ବା ବିଧାନପରିଷଦ ସଦସ୍ୟ ନଥାଇ ବି ଜଣେ ଛଅ ମାସ ମନ୍ତ୍ରୀ ରହିପାରିବେ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ତୀରଥ ସାଂସଦ ଥିଲେ । କରୋନା ଯୋଗୁ ଉତ୍ତରାଖଣ୍ଡରେ ଉପନିର୍ବାଚନ ନେଇ ସସପେନ୍ସ ରହିଛି । […]

Continue Reading

ଧାନ କିଣାରେ ଅବ୍ୟବସ୍ଥା, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କଟକ : ମଣ୍ଡିରେ ଧାନ କିଣାକୁ ନେଇ ସାରା ରାଜ୍ୟରେ ଦାନା ବାନ୍ଧିଲାଣି ଅସନ୍ତୋଷ । ମଣ୍ଡିରୁ ଧାନ ଉଠୁନଥିବାରୁ ଏବେ ସରକାରଙ୍କୁ ଘେରିଛି ବିଜେପି । କଟକ ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ମଣ୍ଡିରେ ଥିବା ସମସ୍ତ ଧାନକୁ ସରକାର କିଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି କଟକ ବିଜେପି । ବିଜେପି କହିଛି, ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ […]

Continue Reading

ପଞ୍ଚାୟତ ନିର୍ବାଚନ ଲଢିବନି ବିଏସପି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବିଏସପି ଲଢିବନି ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ମାୟାବତୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛୁ। ଯଦି ନିର୍ବାଚନ ନିରପେକ୍ଷ ହୋଇଥାନ୍ତା ତେବେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥା’ନ୍ତୁ। ଏହି ନିର୍ବାଚନରେ ​​ସେମାନଙ୍କର ସମୟ ଏବଂ ଶକ୍ତି ବିନିଯୋଗ ନକରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ମାୟାବତୀ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ […]

Continue Reading

ପଞ୍ଜାବ ଛାଡି ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ : ପଞ୍ଜାବ ଛାଡ଼ି ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସ ନେତା । ଦଳରେ ଲାଗି ରହିଥିବା ଅନ୍ତଃକନ୍ଦଳ ଓ ଆଗାମୀ ବିଧାନସଭା ନିର୍ବାଚନ ନେଇ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ୍ ଝାକର, ଅର୍ଥମନ୍ତ୍ରୀ ମନପ୍ରିତ୍ ସିଂ ବାଦଲ ଓ ସାଂସଦ ପ୍ରତାପ ସିଂ ବାଜଓ୍ବା । ଦଳରେ ଲାଗି ରହିଥିବା ସାମ୍ପ୍ରତିକ ସ୍ଥିତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି । ଆଗାମୀ […]

Continue Reading

କାଲି ଦିଲ୍ଲୀରେ ହେବ ଜାମ୍ମୁ-କାଶ୍ମୀର ନେତାଙ୍କ ମେଳି

ନୂଆଦିଲ୍ଲୀ : ଆସନ୍ତାକାଲି ଜାମ୍ମୁ-କାଶ୍ମୀରକୁ ନେଇ ଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ଜାମ୍ମୁ-କାଶ୍ମୀରର ସମସ୍ତ ରାଜନୈତିକ ଦଳର ନେତା ସାମିଲ ହେବେ । ଏ ନେଇ ଦିଲ୍ଲୀରେ ଡେରା ପକାଇଲେଣି ଜାମ୍ମୁ-କାଶ୍ମୀରର ତୁଙ୍ଗ ନେତା । ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା, କଂଗ୍ରେସ ନେତା ଗୁଲାମନବି ଆଜାଦ ଓ ଗୁଲାମ ଅହମ୍ମଦ ମିର ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସେହିପରି ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ […]

Continue Reading

ରାହୁଲ ପରାସ୍ତ: ଆଜାଦ ପୁନର୍ବାର ରାଜ୍ୟସଭା ଆସନ ପାଇବେ !

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ, ଯେତେବେଳେ ବି କଂଗ୍ରେସ ଦଳର ପୁରୁଣା ଏବଂ ଯୁବ ନେତାଙ୍କ ମଧ୍ୟରେ କ୍ଷମତା ହାସଲପାଇଁ ସଂଘର୍ଷ ହୋଇଛି, ରାହୁଲ ଗାନ୍ଧୀଙ୍କ ଅପାରଗ ନେତୃତ୍ୱ ଯୋଗୁଁ ପୁରୁଣା ନେତାମାନେ ବିଜୟୀ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କ ଦୋଷ ଯାହା ବି ହୋଇପାରେ, ଅନ୍ତତଃ ପକ୍ଷେ ପୁରୁଣା ନେତାମାନେ ଯୁବ ନେତାଙ୍କ ବିରୁଦ୍ଧରେ ବିଜୟୀ ହୋଇ କଂଗ୍ରେସ ଦଳକୁ ବାରମ୍ବାର ପୁନର୍ଜୀବିତ କରୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ଦଳର ପୁରୁଣା ନେତାମାନଙ୍କୁ […]

Continue Reading

ବଦଳିପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ; ଓଡ଼ିଶାର ଚେହେରାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ଦୁଇ ବର୍ଷ ପୂରା କରିସାରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୁଏ ଓଡ଼ିଶାରୁ କିଏ ସ୍ଥାନ ପାଇବେ କି ନାହିଁ ରାଜ୍ୟରେ ସେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଶାରୁ ୮ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିବା ବେଳେ ସେଥିରୁ […]

Continue Reading