ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ବାତିଲ୍ କଲେ ରାହୁଲ ଗାନ୍ଧି, କରୋନା ସଂକ୍ରମଣ ବଢୁଥିବାରୁ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା କେସ୍ ବଢୁଥିବାରୁ ନିର୍ବାଚନ ରାଲିକୁ ସ୍ଥଗିତ ରଖିଲେ ରାହୁଲ ଗାନ୍ଧି । ପଶ୍ଚିମବଙ୍ଗରେ ଆଗାମୀ ଦିନରେ ହେବାକୁ ଥିବା ସର୍ବସାଧାରଣ ରାଲିକୁ ସ୍ଥଗିତ କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧି । ଏହାସହ ଅନ୍ୟ ରାଜନୈତିକ ଦଳଙ୍କୁ ଏଦିଗରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସର୍ବସାଧାରଣରେ ବିଶାଳ ରାଲି କରିବା ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଗଭୀର ଭାବରେ ଚିନ୍ତା କରନ୍ତୁ । […]

Continue Reading

ହାଇଦର ଫେରାର୍ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିଜେପି ନେତା ପ୍ରକାଶ ମିଶ୍ର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାକୁ ୫ ଦିନ ବିତିଲାଣି । ପୋଲିସ ଖୋଜୁଛି ପାଉନି । କୁହାଯାଉଛି କେନ୍ଦ୍ରାପଡ଼ାର ଜମ୍ବୁ ଦେଇ ବାଲାଂଦେଶ ପଳାଇଛି ହାଇଦର । ଅନ୍ୟପଟେ ହାଇଦର ନିଖୋଜକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଅନେକ ପ୍ରଶ୍ନ କରିଛନ୍ତି । ହାଇଦରକୁ ଫେରାର୍ ପଛରେ ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି ପ୍ରକାଶ […]

Continue Reading

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ମତଦାନ ସକାଳ ୭ଟାରୁ ଚାଲିଛି । ୫ ଜିଲ୍ଲାର ୪୪ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ମୈଦାନରେ ୩୭୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍ ମୁକାବିଲାରେ ବିଜେପିର ୨ ସାଂସଦ, ବିଧାୟକ ହେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି । କେନ୍ଦ୍ରୀ ମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କ ଠାରୁ ନେଇ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅରୂପ ବିଶ୍ୱାସଙ୍କ ସହ […]

Continue Reading

ନିର୍ବାଚନ ରାଜନୀତି ହିନ୍ଦୁତ୍ୱରେ ପରିଣତ

ପାଞ୍ଚଟି ରାଜ୍ୟରେ ନିର୍ବାଚନ ପ୍ରଚାର ଏବେ ସରଗରମ ହେବାରେ ଲାଗିଛି । ପ୍ରଚାରରୁ ସ୍ପଷ୍ଟ ହେଉଛି ଯେ ଏବେ ଭାରତୀୟ ରାଜନୀତିରେ ଧ୍ରୁବୀକରଣ ହେଉଥିବା ହିନ୍ଦୁ ମତଦାତାମାନଙ୍କୁ ନିଜ ଆଡ଼କୁ ଟାଣି କ୍ଷମତା ହାସଲ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରୟାସ ଚଳାଇଛନ୍ତି । ହିନ୍ଦୁ ଧର୍ମର ଦେବତାଙ୍କୁ ପୂଜା କରି ମନ୍ତ୍ରପାଠ କରିବାକୁ ଅଧିକାଂଶ ଦଳ ଓ ନେତାଙ୍କ ମଧ୍ୟରେ ପ୍ରତିଯୋଗୀତା ତୀବ୍ର ହେବାରେ ଲାଗିଛି । ଭାରତୀୟ ରାଜନୀତିରେ ଏହି ଧାର୍ମିକ ପରିବର୍ତ୍ତନକୁ ଅସାଧାରଣ […]

Continue Reading

ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ବିଜେପି ବିଧାୟକ ଟିମ୍

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ । ଚାଲି ପାରୁନି ଗୃହ । ଛଅ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଆସୁଛି ବିଜେପି ବିଧାୟକଙ୍କ ଟିମ୍ । ମଣ୍ଡିରୁ କେବେ ଧାନ ଉଠିବ ସେନେଇ ଆଲୋଚନା କରିବେ । ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେପି । ନବୀନ ନିବାସରେ ପହଞ୍ଚିବା ପରେ ଶଙ୍ଖ […]

Continue Reading

ବିଧାନସଭା ଅଚଳ: ଆଜି ବି ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶାସକ-ବିରୋଧୀ ହଟ୍ଟଗୋଳ ଯୋଗୁ ଧୋଇ ଯାଇଛି ବିଧାନସଭା ତିନିଟି କାର୍ଯ୍ୟ ଦିବସ । ଅଚଳାବସ୍ଥା ହଟୁନି । ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ତମ୍ବିତଫାନ ଯୋଗୁ ଚାଲି ପାରୁନି ଗୃହ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ କ୍ଷମା ପ୍ରାର୍ଥନା ଦାବି ଦୋହରାଇଛି ବିଜେଡି । ନାରାବାଜି କରିଥିଲେ ବିଜେଡି ବିଧାୟକ । ସେହିପରି ଧାନ ମଣ୍ଡି ଅବ୍ୟବସ୍ଥା […]

Continue Reading

ଶିମିଳପାଳରେ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ୱର : ରାଜ୍ୟର ଅନେକ ପାହାଡ ଏବଂ ବନାଂଚଳ ବର୍ତମାନ ନିଆଁର ଘେରରେ ରହିଛି । ଜଙ୍ଗଲ ନିଆଁ ଆୟତବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି, ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ବରିଷ୍ଠ ବିଧାୟକ ତଥା ପ୍ରତିନିଧି […]

Continue Reading

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଜଙ୍ଗଲ ନିଆଁ, ଧାନ କିଣା ପ୍ରସଙ୍ଗରେ ହୁଲସ୍ତୁଲ ହେବ ଗୃହ

ଭୁବନେଶ୍ୱର: ୧୨ ଦିନ ଅବକାଶ ପରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ବି କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଶିମିଳିପାଳ ଓ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ପ୍ରସଙ୍ଗରେ ତାତିବ ବିଧାନସଭା । ସେହିପରି ଧାନ ମଣ୍ଡି ସମସ୍ୟା ଓ ଧାନ କିଣା ଅନିୟମିତତା ଅଭିଯୋଗରେ ସରକାରଙ୍କୁ ଅଡୁଆରେ ପକାଇବେ ବିରୋଧୀ । […]

Continue Reading

ହସ୍ପିଟାଲ ବେଡରେ ମମତା ବାନାର୍ଜୀ, ବିଜେପି କହିଲା ନାଟକ କରୁଛନ୍ତି ଦିଦି

କୋଲକାତା: ହସ୍ପିଟାଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ନନ୍ଦିଗ୍ରାମରେ ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଲକାତା ଏସଏସକେଏମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମମତାଙ୍କ ଗୋଡ଼ରେ ଆଘାତ ଲାଗିଛି । ଗୋଡ଼ରେ ଏକ୍ସରେ କରାଯାଇଛି । ମମତାଙ୍କ ଚିକିତ୍ସା ପାଇଁ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଡ଼ାହାଣ କାନ୍ଧ, ବେକ ଓ ହାତରେ ବି […]

Continue Reading

ନିର୍ବାଚନ ପୂର୍ବରୁ ବଦଳିଲେ ପଶ୍ଚିମବଙ୍ଗ ପୋଲିସ ଡିଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲେ ପୋଲିସ ଡିଜି ବୀରେନ୍ଦ୍ର । ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍‌ ଆଇପିଏସ ଅଫିସର ପି. ନିରଞ୍ଜନାୟନଙ୍କୁ ବେଙ୍ଗଲ ପୋଲିସ ଡିଜି ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସହ ଜଡ଼ିତ କୌଣସି ପଦରେ ବୀରେନ୍ଦ୍ର ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ପାଇବେ ନାହିଁ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ପୋଲିସ […]

Continue Reading