ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା ନୁହଁନ୍ତି । ଫିଲ୍ମ ଦୃଷ୍ଟିକୋଣ ଜରିଆରେ ଓଲିଉଡରେ ନିଜର ନୂଆ ଇନିଂସ ଆରମ୍ଭ କରିବେ ଅଭିନେତ୍ରୀ ଲିଜା ନାୟକ । ନବାଗତା ହେଲେ ବି ସେ […]

Continue Reading

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ ,୨ ମୃତ

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣା ନେଲା ଜୀବନ । ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବଇଣ୍ଡାରୁ ଆଠମଲ୍ଲୀକ ଆଡକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବ୍ରିଜ ତଳେ ବାଡେଇ ହୋଇ ପଡିଯାଇଥିଲା । ପିକ୍ଅପ୍ ଭ୍ୟାନରେ  ଥିବା ୮ ଜଣ କିଏ କେଉଁ ଆଡେ ଛିଟକି ପଡିଥିଲେ ।ଏହି ଦୁର୍ଘଟଣା ଏତେ ଭୟଙ୍କର […]

Continue Reading

ଆରପାରିରେ ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ

କୋରାପୁଟ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ । ବୁଧବାର ବିଳମ୍ବିତ ରାତିରେ ବିଶାଖାପାଟଣାରେ ତାଙ୍କର ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।ପ୍ରଶାନ୍ତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଦିବାସୀ ଜଗତର ସ୍ୱର୍ଗତ ପ୍ରଶାନ୍ତ ସାମନ୍ତରାୟ ଥିଲେ ଶ୍ରେଷ୍ଠ କଳାକାର ତଥା ଗାୟକ । ପରିବାର ଲୋକଙ୍କ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ପ୍ରଶାନ୍ତ ସାମନ୍ତରାୟଙ୍କ ଘର । […]

Continue Reading

ବାଟ ଚଲେଇ ଦେଉନି କୁକୁର, ଲୋକଙ୍କୁ ଦେଖିଲେ କାମୁଡୁଛି

କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ ବାଟ ଚଲେଇ ଦେଉନି । ସହରର ସିଡିଏ ସେକ୍ଟର -୯ର ବାସିନ୍ଦା ସନ୍ଦୀପ ମହାପାତ୍ର କୁକୁର କାମୁଡାରେ ଆହତ […]

Continue Reading

ବାଜିଲା ପୌର ନିର୍ବାଚନ ବିଗୁଲ: ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର: ବାଜିଲା ପୌର ନିର୍ବାଚନ ବିଗୁଲ । ପଞ୍ଚାୟତ ନିର୍ବାଚନ ପରେ ହୋଇପାରେ ପୌର ନିର୍ବାଚନ । ଏନେଇ ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା । ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ଜରିଆରେ ପୌର ନିର୍ବାଚନ ପାଇଁ ଆହ୍ୱାନ କଲା ନଗର ଉନ୍ନୟନ ବିଭାଗ । ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ । ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ […]

Continue Reading

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩% ଭୋଟିଂ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ ହୋଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ଭୋଟ ପ୍ରତିଶତ ବଢ଼ିପାରେ । ୪ରୁ ୫ଟି […]

Continue Reading

କୋଭିଡ ପରେ ବି ସତର୍କ ରହନ୍ତୁ, ଅକ୍ସିଜେନ୍ ବି ଏକ ଔଷଧ: ରାଜ୍ୟ ସରକାର

ଭୁବନେଶ୍ୱର: କରୋନା କମିଥିଲେ ବି ସତର୍କ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆୟୋଜିତ ପ୍ରେସମିଟରେ ଏସସିବି ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଏଯାଏଁ ରାଜ୍ୟରୁ ଯାଇନି କୋଭିଡ, ଫଳରେ ସତର୍କ ରହିବା ଉଚିତ୍ । କୋଭିଡ ପରେ ହୃତପିଣ୍ଡ, ଫୁସଫୁସ୍ ଓ ଡାଇବେଟିସ୍ ରୋଗୀଙ୍କ ଜଟିଳତା ଦେଖାଦେଉଛି । ବୟସ୍କ ରୋଗୀ ଓ ଅନ୍ୟ ଜଟିଳତା ଅବା ରୋଗୀ ଅଧିକ ପ୍ରଭାବିତ […]

Continue Reading

OSSC ଜୁନିୟର ଆସିଷ୍ଟାଣ୍ଟ ୨୦୨୨: ପରୀକ୍ଷା ପାଇଁ ଜାରି ହେଲା ଆଡମିଟ କାର୍ଡ, ଏମିତି କରନ୍ତୁ ଡାଉନଲୋଡ୍

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷା ଆଡମିଟ କାର୍ଡ ଜାରି କରାଯାଇଛି । ଆଶାୟୀ OSSCର ଅଫିସିଆଲ ୱେବସାଇଟ ossc.gov.in କୁ ଯାଇ ପରୀକ୍ଷା ପାଇଁ ଆଡମିଟ ଡାଉନଲୋଡ କରିପାରିବେ । ୨୫ ଫେବୃଆରୀ ୨୦୨୨ ରେ ପରୀକ୍ଷା ହେବ । ଜୁନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ୍ଡ ପରୀକ୍ଷା କରାଯିବ । ୫୦ ମାର୍କର ପରୀକ୍ଷା କରାଯିବ । ପାସ୍ ହେବା ପାଇଁ ଆଶାୟୀଙ୍କୁ ୩୦ […]

Continue Reading

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫%ରୁ ଅଧିକ ମତଦାନ: ନିର୍ବାଚନୀ ହିଂସାରେ ଆଉ ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫%ରୁ ଅଧିକ ମତଦାନ ହୋଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇନି । କେନ୍ଦ୍ରାପଡ଼ାର ଗୋଟିଏ ବୁଥରେ ମତଦାନ ବନ୍ଦ ରହିଛି । ବାଲଟ ପେପରରେ ତ୍ରୁଟି ଯୋଗୁଁ ମତଦାନ […]

Continue Reading

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ପ୍ରଥମେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ  ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ସୁନୀଲ ବଂଶଲ ଓ ବିଜେପି ରାଜ୍ୟ ସଭାପତି […]

Continue Reading