୩ୟ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଭିତରେ ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଆସନ୍ତାକାଲି ଦିନ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ତୃତୀୟ ଦିନରେ ବି ଠିକ୍ ଭାବେ ଚାଲି ପାରିନଥିଲା ଗୃହ । ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ ଦେଖିବାକୁ ମିଳିଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କରି ବିରୋଧୀଙ୍କ ହଙ୍ଗାମା ପରେ ପ୍ରଥମେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ […]

Continue Reading

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି ମଧ୍ୟରାତ୍ରିରୁ ପବନର ବେଗ ବଢିବ । ପବନର ବେଗ ୮୦ରୁ ୯୦ ସର୍ବାଧିକ ୧୦୦ କିମି ପର୍ଯ୍ୟନ୍ତ ଯାଇପାରେ । ୩ରୁ […]

Continue Reading

ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପାଇଁ ପ୍ରଶାସନ ଦ୍ବାରା ଜାରି ହୋଇଥିବା ସତର୍କ ସୂଚନାକୁ ପାଳନ କରିବା ସହ ଧୈର୍ୟ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ ଟ୍ବିଟ୍ ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ମୁକାବିଲା […]

Continue Reading

ପାରିବାରିକ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଆବେଦନ

ଗୁଣୁପୁର :ପାରିବାରିକ ମାମଲାରେ ଏମଆଇଟିଏସ୍ ଇଞ୍ଜିନିୟରଂ କଲେଜର ଚେୟାରମ୍ୟାନ ବାଳକୃଷ୍ଣ ପଣ୍ଡା ପାରିବାରିକ ମାମଲାରେ ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଅଦାଲତରେ ଆବେଦନ। ରାୟଗଡ଼ା ଜିଲ୍ଲାର ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ ନିଜ ଘରୋଇ ପାରିବାରିକ ମାମଲାରେ ଛନ୍ଦି ହୋଇଥିଲେ। ଗୁଣୁପୁର ଉପ -ଜିଲ୍ଲାପାଳ ଜେ ସୋନାଲଙ୍କ ନିର୍ଦ୍ଦେଶ କ୍ରମେ ପତ୍ର ସଂଖ୍ୟା ଅନୁଯାୟୀ ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତ ସରକାରଙ୍କ ମହିଳା ଏବଂ ଶିଶୁମମନ୍ତ୍ରାଳୟ ସାହାରା ପରିବାର ପରାମର୍ଶ କ୍ରମେ କେନ୍ଦ୍ରରେ […]

Continue Reading

ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ଯାଜପୁର ଜିଲ୍ଲାର ଚାଷୀମାନେ

ଯାଜପୁର : ଆସୁଛି ସାମୁଦ୍ରିକ ଝଡ ‘ଜୱାଦ’ । ଏଥିପାଇଁ ରାଜ୍ୟର ଉପକୂଳ ସହିତ ଅଧିକାଂଶ ଜିଲ୍ଲାରେ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଯାଜପୁର ଜିଲ୍ଲାର ଚାଷୀମାନେ। ବର୍ତମାନ ବିଲରେ ପାଚିଲା ଥାନ ଲହଡି ଭାଙ୍ଗୁଥିବା ବେଳେ ବର୍ଷା ଓ ବାତ୍ୟା ପୂର୍ବରୁ କିଭଳି ଅମଳ ହେବ ସେନେଇ ଚିନ୍ତାରେ ଚାଷୀକୂଳ। କିଛି ଦିନ ପୂର୍ବରୁ ଅଦିନିଆ ବର୍ଷା ପ୍ରଭାବରେ ଚାଷୀଙ୍କ ଧାନ ସବୁ ନଷ୍ଟ ହୋଇଯାଇଥିଲା।ହେଲେ ଏବେ ବାତ୍ୟା ଦାଉ […]

Continue Reading

ଅସହ୍ୟ ଋଣଭାର, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ଯୁବକ

ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ଯାଜପୁର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଯୁବକ । ବ୍ୟବସାୟ ପାଇଁ ଋଣ ଆଣି ବିଫଳ ହେବାରୁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି ରାକେଶ ଦାସ । ଏହି ଘଟଣା କେବଳ ଯାଜପୁର ନୁହେଁ ବରଂ ସାରା ଓଡିଶାରେ ଆଲୋଡନ ସୃଷ୍ଟି କରିଛି । ବିଂଝାରପୁର ବ୍ଲକ ଆଉଁରୀ ଗାଁର ବିଭୂତି ଭୂଷଣ ଦାସଙ୍କ ପୁଅ ରାକେଶ ଦାସ । ଦିବ୍ୟାଙ୍ଗ ରାକେଶ ଚାକିରୀ ପଛରେ ଗୋଡାଇ ହତାଶ ହେବା […]

Continue Reading

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍ଗ ବିରୁଦ୍ଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି । ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଜଣେ ଆରଆଇ ଚାକିରୀରୁ ବହିଷ୍କୃତ କରାଯାଇଛି। ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। । ଏପର୍ଯ୍ୟନ୍ତ ରାଜ୍ୟ ସରକାର ୧୪୦ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇସାରିଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ […]

Continue Reading

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ

ଭୁବନେଶ୍ବର: ବିରୋଧୀଙ୍କ ହୋହାଲ୍ଲା ଭିତରେ ଅପରାହ୍ଣ ୪ଟା ଯାଏଁ ବିଧାନସଭା ମୁଲତବୀ । ବିରୋଧୀଙ୍କ ଏପରି ଆଚରଣକୁ ନେଇ ଶାସକ ଦଳର କ୍ଷୋଭ । ବିରୋଧୀ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦେଇ ବିଧାନସଭା ଚାଲିବାକୁ ଦେଉନଥିବା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ବିକ୍ଷୋଭ । ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି କରୁଛି ଆନ୍ଦୋଳନ । ରାଜରାସ୍ତାରୁ ରାଜଭବନ ପହଞ୍ଚିଛି ଦରଦାମ ବୃଦ୍ଧି […]

Continue Reading

ଥଇଥାନ ଦାବିରେ ଉଠା ଦୋକାନୀଙ୍କ ବିରୋଧ

ପୁରୀ: ପ୍ରତିଶ୍ରୁତି ଦେବା ପରେ ବି ଥଇଥାନ କରାଯାଇପାରୁନି । ଯାହର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ । ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଚଳିତ ମାସରେ ଉଚ୍ଛେଦ କରଯାଇଥିଲା । ଥଇଥାନ ନକରି ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାରୁ ଏହାର ବିରୋଧ କରି ଉଠାଦୋକାନୀମାନେ ପୁରୀ ହୋଟେଲ ନିକଟରେ ଦୁଇଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଥଇଥାନ ନକରି ତରବରିଆ ଭାବେ […]

Continue Reading

ମଞ୍ଚସ୍ଥ ହେବ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା “ମୁକ୍ତି” ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ଚତୁରା କାହାର ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଡିସେମ୍ବର ୨ ଓ ୩ ସନ୍ଧ୍ୟାରେ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଲୋ ଗୋଲଦୋନିଙ୍କ ରଚିତ ଏହି ନାଟକକୁ ଶକ୍ତି ମହାନ୍ତି ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ ସୂର୍ଯ୍ୟ ମହାନ୍ତି ଏହାର ନିର୍ଦ୍ଦେଶନା ଦେଇଛନ୍ତି। ମଞ୍ଚ ନାଟକକୁ ଭଲ ପାଉଥିବା ଆଗ୍ରହୀ ଦର୍ଶକମାନଙ୍କୁ ଏହି ନାଟକ ଦେଖିବା ପାଇଁ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି ।

Continue Reading