ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୋଦି ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗ ତଥା ସଂଯୋଗୀକରଣରେ ବିକାଶର କାମ ତ୍ୱରାନ୍ୱିତ ହୋଇଛି । ରାଜ୍ୟବାସୀଙ୍କ ୫ଦଶନ୍ଧିର ଦାବି ପୂରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ […]

Continue Reading

ଯାଜପୁରରେ ୬୫ଟି ରୂୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ଦ୍ୱାରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତାକାଲି ଯାଜପୁର ଜିଲ୍ଲାର ୬୫ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଯାଜପୁରର ବିରଜା ହାଇସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାକୁ ପ୍ରୟାସ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତିମାନ କରାଯାଉଛି । ଆସନ୍ତକାଲି ଅପରାହ୍ନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ । ଜିଲ୍ଲା […]

Continue Reading

ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର

ପୁରୀ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଜନ୍ମ କଲା ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଇ ଚାଲିଗଲା ମା’ । କନ୍ୟା ଭ୍ରୁଣ ହତ୍ୟା ରୋକିବାକୁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଆଜିବି ଅନେକ ସ୍ଥାନରେ ଶିଶୁକନ୍ୟାଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲିଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ପୁଣି ଏହିପରି ଘଟଣା ସାମ୍ନାକୁ ଆସିଛି ପିପିଲିରୁ । ସାତଶଂଖ-ବଳଙ୍ଗାର ମୁଖ୍ୟ ରାସ୍ତାରୁ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଚୋରପଡ଼ା ଛକ ରାସ୍ତା […]

Continue Reading

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୧ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ୧୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୩ଜଣ କମ୍ ବୟସର ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ […]

Continue Reading

ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ

ବାରିପଦା : କୋଟିପତି ସହକାରୀ ଯନ୍ତ୍ରୀ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛନ୍ତି । ଗତକାଲି ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ବିପୁଳ ସମ୍ପତ୍ତି ।ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲ ।ଦୁଇ ଦିନ ଧରି ୧୧ ଟି ସ୍ଥାନରେ ଚାଲିଥିଲା ରେଡ୍ । ଘରୁ ଏତେ […]

Continue Reading

କୋର୍ଟରେ ହାଜର ହେଲେ ବ୍ରହ୍ମପୁର ନବବଧୂ ତପସ୍ୱିନୀ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନବବଧୂଙ୍କ ଧାରଣା କୋର୍ଟରେ । ଏସିଡିଜେଏମ କୋର୍ଟରେ ପହଁଞ୍ଚିଛନ୍ତି ଧାରଣାରେ ବସିଥିବା ନବବଧୁ ତପସ୍ୱିନୀ । ଆଜି ତାଙ୍କ ମାମଲାର କୋର୍ଟରେ ଶୁଣାଣିି ଥିବାରୁ ତପସ୍ୱିନୀ ଅଦାଲତରେ ପହଁଞ୍ଚିଛନ୍ତି । ଆଜି କୁ ୬ ଦିନ ହେଲା ତପସ୍ୱିନୀ ନିଜ ଶ୍ୱଶ୍ୱର ଘର ଆଗରେ ଧାରଣାରେ ବସିଥିଲେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ସେ ଚେତାବନୀ ମଧ୍ୟ ଦେଇଥିଲେ । ସେ ଧାରଣାରେ ବସିଥିବା ବେଳେ ତାଙ୍କ […]

Continue Reading

ବୁର୍ଲା ଭୀମସାରରେ ସଂକ୍ରମଣର କାରଣ ଖୋଜା: ୨୧ ଜଣଙ୍କର ହେବ ଜିନୋମ୍ ସିକ୍ୱେନ୍ସିଂ

ସମ୍ୱଲପୁର: ବୁର୍ଲୀ ଭୀମସାରରେ କେମିତି ସଂକ୍ରମିତ ହେଲେ ଡାକ୍ତରୀୟ ଛାତ୍ରଛାତ୍ରୀ ? ଟିକାର ଦୁଇଟି ଲେଖାଏ ଡୋଜ୍ ନେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାର କାରଣ ଖୋଜିବା ଆରମ୍ଭ ହୋଇଛି । ଏଥିପାଇଁ କୋଭିଡ୍ ସଂକ୍ରମିତ ୫୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯିବ । ସେମାନଙ୍କର ନମୁନା ଭୁବନେଶ୍ୱର ପଠାଯାଇଛି । ବୁର୍ଲା ଭୀମସାରରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ଟିକା […]

Continue Reading

ଦୁଇଟି କଣ୍ଟେନର ଗାଡ଼ିକୁ ଜିଏସଟି ଠକେଇ ସନ୍ଦେହରେ ଅଟକ, ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ଦୁଇଟିି କଣ୍ଟେନର ଗାଡ଼ିକୁ ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ସନ୍ଦେହରେ HR38X8663 ଓ HR38X6525 ନମ୍ବର ଥିବା ଦୁଇଟି ଗାଡ଼ିକୁ ଅଟକ ରଖାଯାଇଥିଲା । ଗାଡ଼ିରେ ଥିବା ସାମଗ୍ରୀ ଓ ସଠିକ୍ କାଗଜପତ୍ର ଯାଞ୍ଚ କରାଯାଉଛି । ଗାଡ଼ି ଦୁଇଟି ଦିଲ୍ଲୀରୁ ପାଟଣାଗଡ଼କୁ ଆସୁଥିବାବେଳେ ପଦ୍ମପୁରଠାରେ ଗାଡ଼ିକୁ ସନ୍ଦେହ କରି ଅଟକାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଗାଡ଼ିରୁ ୧୧୨ଖଣ୍ଡ ଅଧିକ କୂଲର ପାର୍ଟ […]

Continue Reading

ସାଂସଦ ଅପରାଜିତାଙ୍କ ସାଥୀରେ ଗୁଣ୍ଡା ବାହିନୀ ଅଛନ୍ତି : ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର :ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିବା ପରେ ରାଜନୀତି ଜୋର୍ ଧରିଛି ।ଏନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି କି ସାଂସଦଙ୍କୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଲୋକମାନେ ସମସ୍ୟା ଜଣାଇବାକୁ ଯାଇଥିବା ବଳେ । ସେମାନଙ୍କୁ ଆକ୍ରମଣ କରିଥିଲା ଗୁଣ୍ଡା ବାହିନୀ । ଲୋକଙ୍କ ସମସ୍ୟ ଶୁଣିବା ବଦଳରେ ଲୋକଙ୍କୁ […]

Continue Reading

ତାରାଚାନ୍ ରଣା ପଢ଼ିବେ ଇଞ୍ଜିନିୟରିଂ, ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନ ପୂରଣ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସହଯୋଗ । ଅର୍ଥ ଅଭାବରୁ ତାଙ୍କର ଆଡ଼ମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସମ୍ପର୍କରେ ଜାଣିଥିଲେ ମୁଖ୍ୟମନ୍ତ୍ରୀ । ଇଞ୍ଜିନିୟରିଂ ପଢ଼ିବା ପ୍ରତି ତାଙ୍କର ଆଗ୍ରହ ଥିବା ଜାଣିବା ପରେ ୯୬ହାଜର ୫ଶହ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡ଼ପଡ଼ା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍ ରଣା । […]

Continue Reading