ମୋଟରସାଇକେଲ ରଖିବାକୁ ନେଇ ଗଣ୍ଡଗୋଳ,ଜଣେ ମୃତ ୩ ଗୁରୁତର

କଟକ : ମୋଟର ସାଇକେଲ ରଖିବାକୁ ନେଇ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡୋଗୋଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। କଟକ ବଡମ୍ବା ଥାନା ମୁଗଗହିର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଗତକାଲି ଦିଲ୍ଲୀପ ଖଟୁଆ କଟକରେ ଡ୍ରାଇଭର ଭାବେ କାମ କରନ୍ତି। ଦିପାବଳୀ ଛୁଟିରେ ନିଜ ଘରକୁ ଫେରି ନିଜ ଘର […]

Continue Reading

ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଲା ବାଇକ, ଗାଡ଼ି ଚାଳକଙ୍କ ମୃତ୍ୟୁ

କଟକ: ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଗଲା ବାଇକ। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳୁ ବିଷମକଟକ ବ୍ଲକ ଚାଟିକଣାରେ ଜଣେ ଯାତ୍ରୀ ବାଇକରେ ସିମାଞ୍ଚଳ ଟାକିରୀ ନିଜ ଶ୍ୱଶୁର ଘର ବାରୀଗୁଡ଼ା ଗ୍ରାମକୁ ଯାଉଥିଲେ। ଘନ କୁହୁଡ଼ି ଯୋଗୁଁ ସଠିକଭାବେ ଦେଖା ନଯିବାରୁ ମଶାଣି ବ୍ରିଜରୁ ବାଇକଟି ତଳକୁ ଖସି ପଡ଼ିଥିଲା। ଫଳରେ ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଖବର ଦେବା […]

Continue Reading

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ନିଖୋଜ

ଯାଜପୁର : ମାଛ ଧରିବା ବେଳେ ଅଘଟଣ । ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତରେ ଘଟିଛି। ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳ ରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର ମଲ୍ଲୀକଙ୍କ ପୁଅ ସୌମ୍ୟରଞ୍ଜନ। ଆଜି ଖରସ୍ରୋତା ନଦୀର ଶାଖା ଚିଙ୍ଗୁଡିଆନାଳରେ ଦୁଇ ଭାଇ ମାଛ ଧରିବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା […]

Continue Reading

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ: ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିଫ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ଏନେଇ ଜଣାପଡ଼ିବାର ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡ଼ିଛି । ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି। ଲିପ୍ଟରେ ୮ ଜଣ ଆଇନଜୀବୀ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନଥିଲେ । ଟେକ୍ନିକାଲ ଇଂଜିନିୟର ଚାବି ନିଜ ପାଖରେ ରଖିଥିଲେ ମଧ୍ୟ ଖୋଲିବା ପାଇଁ ଉଦ୍ୟମ କରିନଥିଲେ । […]

Continue Reading

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଦିତ୍ୟ ମହାପାତ୍ର ଓଡ଼ିଶା ହାଇକୋର୍ଟରେ ଦୀର୍ଘଦିନ ଧରି ଆଇନଜୀବୀଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ନିକଟରେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ହାଇକୋର୍ଟ […]

Continue Reading

କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ, ବାସି ବ୍ରେଡ୍ ଜବତ

କଟକ : କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ । ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିବା ଅଭିଯୋଗରେ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରେଡ୍ ଜବତ କରିଛି ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସାମିଲ ହୋଇଥିଲେ । କଟକ ବାଦାମବାଡ଼ି କେଏଫସିରେ ବାସି ବ୍ରେଡ୍ ବିକ୍ରି ହେଉଥିବା ନେଇ ଗ୍ରାହକ ଅଭିଯୋଗ କରିଥିଲେ । ଏଭଳି […]

Continue Reading

ବିଚ୍ ରାସ୍ତାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାଇଁ ଅଡୁଆ ଦିନକୁଦିନ ବଢିବାରେ ଲାଗିଛି । ସାରା ରାଜ୍ୟରେ ଏ ନେଇ ବିକ୍ଷୋଭ ସହ ପ୍ରତିବାଦ ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ଭବାନପାଟଣାରୁ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡକୁ ଯାଉଥିବାବଳେ ରାସ୍ତା ହୁଡିଥିଲେ ଜଣେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଆଜି ଯୁବମୋର୍ଚ୍ଚା କର୍ମୀ ଦୀପଜ୍ୟୋତି ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁହାଁମୁହିଁ ଇସ୍ତଫା ମାଗିଥିଲେ । ହେଲେ ମନ୍ତ୍ରୀ ଦିବ୍ୟଶଙ୍କର ବିଜେପି […]

Continue Reading

ପରମ୍ପରାରେ ମାଟି ଦୀପ

ଜୟପୁର : ହଜିଯାଉଛି ପାରମ୍ପରିକ ରୀତି । ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରିବାକୁ ବସିଲାଣି । ହେଲେ ଏବେ ବି ଦିପାବଳୀ ଆସିଲେ ମାଟି ଦୀପର ଚାହିଦା ବେଶ୍ ରହିଛି । ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବି ଗ୍ରାହକଙ୍କ ମଧ୍ୟରେ ବଢିବାରେ ଲାଗିଛି । ଏନେଇ ବର୍ଷକୁ ଥରେ ଦୀପ ବିକ୍ରି ନେଇ ଚାହିଁ ବସିଛନ୍ତି ଜୟପୁରର ଏହି କୁମ୍ଭକାର ପରିବାର । ଗ୍ରାହକଙ୍କ ମନପସନ୍ଦ ଅନୁସାରେ […]

Continue Reading

ଦେଶୀ ମଦ ଭାଟିରେ ପୋଲିସର ଚଢାଉ, ଚମ୍ପଟ ମାରିଲେ ବ୍ୟବସାୟୀ

କାମାକ୍ଷାନଗର : ଦେଶୀ ମଦ ତିଆରି ଭାଟିରେ ପୋଲିସର ଚଢାଉ । ଦେଶୀ ମଦର ଭୂସ୍ୱର୍ଗ ପାଲଟିଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଥିବା  ବିଭିନ୍ନ ମଦ ଭାଟିରେ ପୋଲିସ ଚଢାଉ କରିଛି । ପ୍ରାୟ ୫୦ରୁ ଅଧିକ ଦେଶୀ ମଦ ତିଆରି ଭାଟିରେ ଚଢାଉ କରିଛି ପରଜଙ୍ଗ ପୋଲିସ। ସେଥିମଧ୍ୟରୁ ୧୬ ଟି ଭାଟିକୁ ଭାଙ୍ଗି ଚୁରମାର କରିଛି ପୋଲିସ। ପ୍ରାୟ ୫୦ ହଜାର ଲିଟରରୁ ଉର୍ଦ୍ଧ୍ୱ ମହୁଲ ପୋଚ,୩୦୦ ଲିଟର ଦେଶୀ […]

Continue Reading

ଭଦ୍ରକରେ ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ, ଦେଖିବା ପାଇଁ ଲୋକଙ୍କ ଭିଡ

ଭଦ୍ରକ : ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ । ଭଦ୍ରକ ଚରମ୍ପାରେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି। ଏହି ବାଛୁରୀର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ରହିଛି। ଏହି ବିରଳ ପ୍ରଜାତିର ବାଛୁରୀ ଛୁଆଟି ଭଦ୍ରକ ଚରମ୍ପା ବରାଳପୋଖରୀ ହନୁମାନ ସାହିର ଅକ୍ଷୟ ଜେନାଙ୍କ ଘରେ ଜନ୍ମ ହୋଇଛି। ଅକ୍ଷୟ ଜେନାଙ୍କ ପତ୍ନୀ ସାବିତ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ଏଇ ଗାଈଟି ପୂର୍ବରୁ ୩ ଗୋଟି ବାଛୁରୀ […]

Continue Reading