ସମ୍ବଲପୁରରୁ ନକଲି ଟଙ୍କା ଜବତ, ୨ ଜଣଙ୍କୁ ଗିରଫ କଲା ବୁର୍ଲା ପୋଲିସ

ସମ୍ବଲପୁର : ନକଲି ଟଙ୍କାର ଗଡ ପାଲଟିଲାଣି ସମ୍ବଲପୁର ସହର । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳାପୁଳା ନକଲି ଟଙ୍କା । ଗତ ଅଗଷ୍ଟ ୮ ତାରିଖରେ ସହରରୁ ୧୩ ଲକ୍ଷର ନକଲି ଟଙ୍କା ଜବତ ହୋଇଥିବା ବେଳେ, ଆଜି ପୁଣି ବୁର୍ଲା ପୋଲିସ ହାତରେ ଲାଗିଛି ୧୨ ହଜାର ୩୦୦ ଟଙ୍କା । ଘଟଣାରେ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ । ଆଜି ଜଣେ ଅଟୋ ଚାଳକକୁ […]

Continue Reading

ଫିଟିବ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ, ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ ଜେରା

ବାଲେଶ୍ବର: ଫିଟିବ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଛି । ବିଭିନ୍ନ ଦିଗରୁ ବିଦ୍ୟା ଭାରତୀଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛି । ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ? ଏହି ସମୟରେ ବିଦ୍ୟାଭାରତୀ କଣ କରୁଥିଲେ […]

Continue Reading

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ମାଲକାନଗିରି: ଗୋଟିଏ ପଟେ କରୋନା ମହାମାରୀର ଲଗାତାର ଚଡକ । ସେପଟେ କେନ୍ଦ୍ର ସରକାରଙ୍କ ବିପରୀତଗାମୀ ନିଷ୍ପତ୍ତି । ରୋଜଗାର ଅଭାବ ଓ ରୋଗର ତାଡନାକୁ ଆଉ କେତେଦିନ ସହିବେ ସାଧାରଣ ଲୋକେ । ପେଟ୍ରୋଲ୍ ଓ ଡିଜେଲ୍ ପରେ ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଘଟଣା ମଧ୍ୟବିତ୍ତ ପରିବାରକୁ ଧନ୍ଦି ପକାଇଛି । ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ମାଲକାନଗିରି ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇଥିଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ […]

Continue Reading

ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ାରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବି.ରାଜୁ ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ପରକିୟାପ୍ରୀତିରୁ ଏହି ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିଛି […]

Continue Reading

ଭୁବନେଶ୍ବରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ ସିନିୟର ନ୍ୟାସନାଲ କବାଡି ଚାମ୍ପିଅନସିପ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ କ୍ରୀଡା ପ୍ରୋତ୍ସାହନ ବୋର୍ଡ ପକ୍ଷରୁ ଭୁବନେଶ୍ବର ପୂର୍ବତଟ ରେଳପଥ ଇଣ୍ଡୋର ଷ୍ଟାଡିୟମରେ ମହିଳା କବାଡି ଦଳ ପାଇଁ ଆୟୋଜନ କରାଯିବ ପ୍ରଶିକ୍ଷଣ ଶିବିର । ଏହି ଶିବିର ଆସନ୍ତା ସେପ୍ଟେମ୍ବର ୧୩ ତାରିଖରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଶିକ୍ଷଣ ଶିବିରରେ କବାଡି ଖେଳାଳି, କୋଚ୍, ଅଧିକାରୀ ଏବଂ ସହାୟକ କର୍ମଚାରୀଙ୍କ […]

Continue Reading

କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍

କଟକ : କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୪ ଜଣ ସଦସ୍ୟ ଏବଂ ୫ ଜଣ ରିସିଭରଙ୍କୁ ମିଶାଇ ମୋଟ୍ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ ମାଲଗୋଦୋମ ଥାନା ପୋଲିସ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମାଲଗୋଦାମ ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହିତ ଏହି ଗ୍ୟାଙ୍ଗ ଠାରୁ ୩୨ଟି ବାଇକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ […]

Continue Reading

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଗକୁ ତୃତୀୟ ଲହର ଆସୁଥିବାରୁ ୩ ହଜାର ବେଡ୍ ପ୍ରସ୍ତୁତ ରହିଛି । ସେହିପରି ୪ ହଜାର ୫୦୦ ଡାକ୍ତର ଓ ନର୍ସଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏସିଏସ୍ କହିଛନ୍ତି ଯେ, ଶିଶୁଙ୍କ ପାଇଁ ଟିକା ଏପର୍ଯ୍ୟନ୍ତ ଆସିନାହିଁ । କେନ୍ଦ୍ର […]

Continue Reading

କଦଳୀ ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜୟପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ଗୋଟିଏ ଟନରୁ ଅଧିକ ଗଞ୍ଜେଇ । ଏକ ପିକ୍ ଅପ୍ ଭ୍ୟାନରେ କଦଳୀ ଯାଉଥିବା ବେଳେ ଅଟକାଇଥିଲା ବୈପାରୀଗୁଡା ପୋଲିସ । ଚେକିଂ ବେଳେ, କଦଳୀ ଗାଡିରୁ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଥିଲା । ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । […]

Continue Reading

କମିଶନରେଟ୍ ଯୋଜନା , ଯାଞ୍ଚ ହେବ ପ୍ରେସ ଲେଖା ଗାଡ଼ି

କଟକ:  ନିଜକୁ ସାମ୍ବାଦିକ କହି ଦୌରାତ୍ମ୍ୟ ସୃଷ୍ଟି କରୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୁଲିସ । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ  ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବା ବୋଲି  ପୋଲିସ କମିଶନର କହିଛନ୍ତି। ଏହା ଦ୍ୱାରା ଅସାମାଜିକ ବ୍ୟକ୍ତି ଠାବ […]

Continue Reading

ବିଜେଡିର ସମାଲୋଚନା, ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ମାମୁଲି ପ୍ରସଙ୍ଗ ଉଠାଇଛି ବିଜେପି

ଭୁବନେଶ୍ବର : ରାଜ୍ୟ ବିଜେପିକୁ ବିଜେଡିର ସମାଲୋଚନା । ୨୦୧୯ରୁ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ଉପନିର୍ବାଚନରେ ହାରିବା ପରେ ନିରୁତ୍ସାହିତ ଅଛନ୍ତି ବିଜେପି ନେତା ଓ କର୍ମୀ । ସେମାନଙ୍କ ଉତ୍ସାହିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଏଥିପାଇଁ ବିଜେପି ପ୍ରତିଦିନ ମାମୁଲି ପ୍ରସଙ୍ଗ ଉଠାଇ ଚାଲିଛି । ଯାହା ରାଜନୈତିକ ଦୃଷ୍ଟିକୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ରାଜ୍ୟ ବିଜେପି ସଭାପତି […]

Continue Reading